Spread the love

ପଲେଇ ଉପ୍ରା ବିଦ୍ୟାଳୟ ଏସଏମସି ଚୟନ ବାରମ୍ବାର ତାରିଖ ଘୁଞ୍ଚିବାକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡ଼ା, ରତ୍ନାକର ପରିଡ଼ା (ଦର୍ଶନ ସମୀକ୍ଷା)

ଡେରାବିଶ ଶିକ୍ଷା ସର୍କଲ ଅଧୀନ ପଲେଇ ପ୍ରକଳ୍ପ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନ ବାରମ୍ବାର ତାରିଖ ଘୁଞ୍ଚିବାକୁ ନେଇ ନୂତନ କମିଟି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ସରକାରଙ୍କ ନିୟମାନୁଯାୟୀ ଗଠିତ ନୂତନ ପରିଚାଳନା କମିଟିର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ଚୟନ ନିମନ୍ତେ ସମସ୍ତ ସଭ୍ୟ ସଭ୍ୟା ସହମତ ଥିବା ବେଳେ ମାତ୍ର ଚୟନ ତାରିଖ ବାରମ୍ବାର ଘୁଞ୍ଚିବାକୁ ନେଇ ଆଜି ନୂତନ ଚୟନ ହେଇ ଥିବା ସଭ୍ୟ ସଭ୍ୟା ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ଓ ଲିଖିତ ଅଭିଯୋଗ କରିବା ସହିତ ଅନଶନରେ ବସିବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି

ପ୍ରକାଶ ଯେ ପଲେଇ ପ୍ରକଳ୍ପ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ଗଠନ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଅଭିଵାବକମାନଙ୍କୁ ଜୁଲାଇ 13ତାରିଖ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଧାନ ଶିକ୍ଷକ ଜଣାଇ ଥିଲେ ଅଭିଵାବକ ମାନେ ଆସି ଉପସ୍ଥିତ ଥିଲେ ଅଭିଵାବକ ଙ୍କ ଉପସ୍ଥିତ କୋରମରୁ ଅଧିକ ଥିଲେ ମଧ୍ୟ୍ୟ କେତେକ ବ୍ୟକ୍ତି ହୋହାଲ୍ଲା କରି ଉଦେଶ୍ୟ ମୂଳକ ଭାବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରୁ କାର୍ଯ୍ୟକ୍ରମ ବନ୍ଦ କରି ନୂତନ ପରିଚାଳନା କମିଟି 17ତାରିଖରେ ନୂତନ ପରିଚାଳନା କମିଟି ଗଠନ ହେବ
ଓ ନୂତନ ପରିଚାଳନା କମିଟି ଗଠନ କରାଯାଇ ସମସ୍ତ 15ଜଣସଭ୍ୟ ସଭ୍ୟା ନିର୍ଦ୍ୱନ୍ଦ୍ୱ ରେ ମନୋନୀତ ହୋଇ 18ତାରିଖ ସକାଳ 10ଘଣ୍ଟିକା ରେ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ନିର୍ବାଚନ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇ ଥିଲା ଏହା ପୂର୍ବରୁ ହୋହାଲ୍ଲା କରିଥିବା ବ୍ୟକ୍ତି ମାନେ ଲିଖିତ ଅଭିଯୋଗ କରି ଥିବାରୁ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ଚୟନ ବନ୍ଦ କରାଯାଇ ଥିଲା ସମସ୍ତ ସଭ୍ୟ ସଭ୍ୟା ବନ୍ଦ କୁ ବିରୋଧ କରି ବିଦ୍ୟାଳୟ ପରିସରରେ ଅନଶନ ରେ ବସି ନିର୍ବାଚନ ପ୍ରକ୍ରିୟା ଚାଲୁ ରଖିବାକୁ ଆଡି ବସି ଥିଲେ ଏହା ପରେ ବ୍ଲକ ଶିକ୍ଷା ଅଧିକାରୀ ସହଶିକ୍ଷା ଅଧିକାରୀ ଓ ସିଆରସିସି ଘଟଣା ସ୍ଥଳରେ ପହଂଚି ଚୟନ ପ୍ରକ୍ରିୟା ସମ୍ପର୍କରେ ତଦନ୍ତ କରି ନିୟମାନୁଯାୟୀ କରାଯାଇଛି ବୋଲି ଜାଣିବାକୁ ପାଇ ଥିଲେ ଶିକ୍ଷା ଅଧିକାରୀ ଆଗାମୀ 22ତାରିଖ ବୁଧବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା ହେଲେ ତା ପୂର୍ବ ଦିନ 21ତାରିଖ ସନ୍ଧ୍ୟାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକକୁ 22ତାରିଖରେ ହେବାକୁ ଥିବା ଚୟନ ପ୍ରକ୍ରିୟାବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଜଣାଇ ଥିଲେ ନୂତନ ପରିଚାଳନା କମିଟି ଜାଣିବା ପରେ 22ତାରିଖ ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି କାହିଁକି ବାରମ୍ବାର ତାରିଖ ଘୁଞ୍ଛା ଯାଉଛି ବୋଲି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପ୍ରଶ୍ନ କରି ଥିଲେ ଶିକ୍ଷା ଅଧିକାରୀ ସମସ୍ତ ଅଭିଯୋଗ କୁ ତର୍ଜମା କରି ଆସନ୍ତା 27ତାରିଖ ଶନିବାର 10ଘଂଟିକା ସମୟରେ ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ପଦବୀ ଚୟନ କରାଯିବ ବୋଲି 15ଜଣ ନୂତନ କମିଟି ସଭ୍ୟ ସଭ୍ୟା ମାନଙ୍କୁ ପ୍ରତିଶୃତି ଦେଇ ଥିଲେ

Leave a Reply

Your email address will not be published. Required fields are marked *