Spread the love

ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କ ବିରୋଧରେ ମହାଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି । ରାତି ଅନ୍ଧାରରେ ଶତାଧିକ ପୁଲିସ ତାଙ୍କ ଘରେ ପଶିଥିଲେ । ପୁଲିସ ପହଞ୍ଚିବା ମାତ୍ରେ ରାଷ୍ଟ୍ରପତିଙ୍କ ଉଭୟ ବିରୋଧୀ ଓ ସମର୍ଥକ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା । ରାଷ୍ଟ୍ରପତି ଦେଶରେ ମାର୍ଶାଲ ଲ’ ଲାଗୁ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ସେ ସଫଳ ହୋଇନଥିଲେ । ମିଳିତ ତଦନ୍ତ ମୁଖ୍ୟାଳୟ , ଜାନୁଆରୀ ୧୫ ତାରିଖ ପୂର୍ବାହ୍ନ ୧୦ଟା ୩୩ମିନିଟରେ ରାଷ୍ଟ୍ରପତିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । କାଲି ସକାଳେ ଦୁର୍ନୀତି ତଦନ୍ତ କାର୍ୟ୍ୟାଳୟର ଶତାଧିକ ପୁଲିସ ଅଧିକାରୀ ଓ ତଦନ୍ତକାରୀ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ

Leave a Reply

Your email address will not be published. Required fields are marked *