ଅନେକ ଲୋକ ଏସିରେ ବସି ବହି ଲେଖୁଛନ୍ତି। ଯାଅ ଦୁନିଆକୁ ଦେଖ, ବହି ଲେଖ। ମୋ ପୁଅ (ନବୀନ) ହାତୀରେ ବସି ଓଡ଼ିଶା ବୁଲୁଛି। ତା ପରେ ବହି ଲେଖିଛି!’-ବିଜୁ ପଟନାୟକ, ସୂଚନା ଭବନ (୧୯୯୪-୯୫)
ପୁସ୍ତକ: ‘ମୋ ଜୀବନ ମୋ ସମୟ’ (ଅତନୁ ସବ୍ୟସାଚୀ)
ନବୀନ ବାବୁ ତାଙ୍କ ବ୍ରିଟିଶ ବନ୍ଧୁ ମାର୍କ ସାଣ୍ଡଙ୍କୁ ଧରି ହାତୀ ପିଠିରେ ଓଡ଼ିଶାର କୋଣାର୍କରୁ ସୋନପୁର (ପ୍ରାୟ ୧୦୦୦ କିଲୋମିଟର) ବୁଲିଥିଲେ। ତା ପରେ ୧୯୯୧ରେ ମାର୍କ ଶାଣ୍ଡଙ୍କ ପୁସ୍ତକ ‘Travels on my elephant’ ପୁସ୍ତକ ପ୍ରକାଶ ପାଇଥିଲା।
ବହିଟି ୧୯୯୨ ବ୍ରିଟିଶ ବୁକ ଆୱାର୍ଡରେ ‘Travel writer of the year’ ଆୱାର୍ଡ ପାଇଥିଲା!
*ମାର୍କ ଶାଣ୍ଡ ହେଉଛନ୍ତି ବ୍ରିଟିଶ ରାଣୀ କାମେଲାଙ୍କ ଭାଇ