ପିବି ଫିନ୍ଟେକ୍ର ପିବି ହ୍ୱିଲ୍ସ୍ ବୀମା ଠାରୁ ନେଇ ସର୍ଭିସିଂ ଓ ତାହାର ଊଦ୍ଧ୍ୱର୍ରେ ସମସ୍ତ ଯାନ ବାହନ ଆବଶ୍ୟକତା ପାଇଁ ୱାନ୍-ଷ୍ଟପ ପ୍ଲାଟଫର୍ମରେ ପରିଣତ ହେଲା
ଭୁବନେଶ୍ୱର: ପିବି ଫିନ୍ଟେକ୍ ଗ୍ରୁପ୍ର ଏକ ବ୍ରାଣ୍ଡ୍ ପିବି ହ୍ୱିଲ୍ସ୍ ଜଣେ ଗ୍ରାହକ ତାଙ୍କର କାର୍ ଅଥବା ବାଇକ ନିମନ୍ତେ ଆବଶ୍ୟକ କରୁଥିବା ସମସ୍ତ ବିଷୟକୁ ଗୋଟିଏ ଡିଜିଟାଲ ଇଣ୍ଟରଫେସ୍ ଅଧୀନରେ ଏକତ୍ର କରି ଯାନବାହନ ମାଲିକାନା ନିମନ୍ତେ ଏକ ପୂର୍ଣ୍ଣାଙ୍ଗ, ୱାନ୍-ଷ୍ଟପ ପ୍ଲାଟଫର୍ମ ଭାବରେ ନିଜର ସ୍ଥିତିକୁ ସୁଦୃଢ କରୁଛି । ପ୍ରତିଷେଧକାରୀ ଓ ଆରମ୍ଭରୁ ଶେଷ ରକ୍ଷଣାବେକ୍ଷଣ ସେବାକୁ ନିକଟରେ ସମ୍ପ୍ରସାରଣ ଆଧାରରେ ପିବି ହ୍ୱିଲ୍ସ୍ ସମ୍ପ୍ରତି ଯାନବାହନ ସମ୍ପର୍କିତ ସୂଚନା, ସର୍ଭିସିଂ, ବୀମା, ଫାସ୍ଟ୍ୟାଗ୍, ପିୟୁସି ଟ୍ରାକିଂ ଏବଂ ଟ୍ରାଫିକ ଚାଲାଣ ପରିଚାଳନା ସମେତ ବିବିଧ ବିଷୟକୁ ସମନ୍ୱିତ କରୁଛି ।
ଭାରତରେ ଯାନବାହନ ମାଲିକାନା ବୃଦ୍ଧି ପାଉଥିବାବେଳେ ତାହାସହିତ ସର୍ଭିସିଂ ସମୟ ସୂଚୀ, ଅନୁପାଳନକାରୀ ଯାଞ୍ଚ, ବୀମା ଏବଂ ମରାମତି ଭଳି ବହୁବିଧ ଦିଗ ପରିଚାଳନାର ଜଟିଳତା ମଧ୍ୟ ବୃଦ୍ଧିପାଉଛି । ପିବି ହ୍ୱିଲ୍ସ୍ ଗ୍ରାହକମାନେ ସୁଯୋଗ ନେଇପାରୁଥିବା ଏବଂ ସେମାନଙ୍କ ଯାନ ବାହନର ଜୀବନ ଚଳ୍ରର ପ୍ରତ୍ୟେକ ଦିଗକୁ ସୁରୁଖୁରୁରେ ପରିଚାଳନା କରିପାରୁଥିବା ଏକ ଏକୀକୃତ ପ୍ଲାଟଫର୍ମ ସୃଷ୍ଟି କରି ଖଣ୍ଡିତ ଅନୁଭୂତିକୁ ସରଳ କରିବା ଲକ୍ଷ୍ୟ ରଖିଛି ।
ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ସେମାନଙ୍କର ଯାନ ବାହନର ସମସ୍ତ ବିଷୟ ଯାଞ୍ଚ କରିବା, କାର ସେବା ବୁକ୍ କରିବା ଏବଂ ତତ୍କ୍ଷଣାତ ବୀମା କ୍ରୟ ଅଥବା ପରିଚାଳନା କରିବାକୁ ସମର୍ଥ କରାଉଛି ଏବଂ ସେହି ସମୟରେ ଚାଲାଣ, ଫାସ୍ଟ୍ୟାଗ୍ ସ୍ଥିତି ଓ ପିୟୁସି ପ୍ରମାଣନ ଭଳି ମାଲିକାନାର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ପରିଦୃଶ୍ୟ ହେବା ସୁବିଧା ଯୋଗାଇ ଦେଉଛି ।
ଏ ସମ୍ପର୍କରେ ପ୍ରକାଶ କରି ସର୍ବବୀର ସିଂ, ଜଏଣ୍ଟ ଗ୍ରୁପ୍ ସିଇଓ, ପିବି ଫିନ୍ଟେକ୍ କହିଥିଲେ, “ବୀମା ଅନେକ ସମୟରେ ଏଭଳି ଏକ ବିଷୟ ଯେଉଁଠାରେ ଗ୍ରାହକଙ୍କ ସହିତ ସମ୍ପର୍କ ଆରମ୍ଭ ହୋଇଥାଏ କିନ୍ତୁ ଯାନ ବାହନ ମାଲିକାନା ତାହାର ଊଦ୍ଧ୍ୱର୍କୁ ଯାଇଥାଏ । ପିବି ହ୍ୱିଲ୍ସ୍ ସହିତ ଆମେ ଗୋଟିଏ ନିର୍ଭରଯୋଗ୍ୟ ପ୍ଲାଟଫର୍ମ ନିର୍ମାଣ କରୁଛୁ ଯାହା ସର୍ଭିସିଂ ଓ ରକ୍ଷଣାବେକ୍ଷଣ ଠାରୁ ନେଇ ଅନୁପାଳନ ଏବଂ ସଡ଼କରେ ସୁରକ୍ଷା ପର୍ଯ୍ୟନ୍ତ ଜଣେ ଯାନ ବାହନ ମାଲିକଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ଏକତ୍ରିତ କରୁଛି । ଆମର ଲକ୍ଷ୍ୟ ହେଉଛି ଏକ ଯାନ ପରିଚାଳନାକୁ ଯଥାସମ୍ଭବ ସରଳ, ସ୍ୱଚ୍ଛ ଏବଂ ପ୍ରତିବନ୍ଧକ ଶୂନ୍ୟ କରିବା ଏବଂ ସେହି ସମୟରେ ଗ୍ରାହକ ଓ ବୀମାକାରୀଙ୍କ ନିମନ୍ତେ ସମୟବଦ୍ଧ ରକ୍ଷଣାବେକ୍ଷଣ ଓ ସକାରାତ୍ମକ ଯନô ଜରିଆରେ ଉତ୍ତମ ଫଳାଫଳ ପ୍ରଦାନ କରିବା ।”
ଭାରତରେ ୧୮୫ରୁ ଅଧିକ ସହରରେ ଅଭିବୃଦ୍ଧିଶୀଳ ଉପସ୍ଥିତି ସହିତ ପିବି ହ୍ୱିଲ୍ସ୍ ଗ୍ରାହକମାନଙ୍କ ପାଇଁ ସେମାନଙ୍କ ସ୍ଥାନରେ ଭରସାଯୋଗ୍ୟ, ପ୍ରଯୁକ୍ତି-ସମର୍ଥିତ ଯନô ଉପଲବ୍ଧ କରାଉଛି । ଏହାର ମୂଳରେ ରହିଛି ଗ୍ରାହକ-ପ୍ରଥମ ସେବା ଅନୁଭୂତି ଯାହା ସ୍ୱାଚ୍ଛନ୍ଦ୍ୟ ଓ ସ୍ୱଚ୍ଛତାକୁ ନେଇ ଡିଜାଇନ କରାଯାଇଛି । ଗ୍ରାହକମାନେ ଅଳ୍ପ କିଛି କ୍ଲିକ୍ରେ ସର୍ଭିସ ସମୟ ସୂଚୀ ସ୍ଥିର କରିପାରିବେ, ସେମାନଙ୍କ ବାସଗୃହ ଅଥବା ଅଫିସରୁ ଆଣିବା ଓ ଛାଡିବା ସୁବିଧା, ସର୍ଭିସର ଅଗ୍ରଗତି ସମ୍ପର୍କରେ ବାସ୍ତବ ସମୟ ଭିତ୍ତିକ ସୂଚନା ପାଇବା ଏବଂ ତତ୍କାଳୀନ, ସ୍ୱଚ୍ଛ ମୂଲ୍ୟ ନିର୍ଦ୍ଧାରଣ ଫାଇଦା ଆଦି ପାଇପାରିବେ ।
ଉଚ୍ଚ-ମାନର ଫଳାଫଳ ନିମନ୍ତେ ସେବାଗୁଡିକ ତାଲିମପ୍ରାପ୍ତ ଅଭିଜ୍ଞ ବ୍ୟକ୍ତିମାନଙ୍କର ସମର୍ଥନ ଏବଂ ଅସଲି ଯନ୍ତ୍ରାଂଶ ସହିତ ବହୁବିଧ-ବ୍ରାଣ୍ଡ୍ର ଗ୍ୟାରେଜଗୁଡିକର ନେଟୱର୍କ ଜରିଆରେ ସେବା ଯୋଗାଇ ଦିଆଯାଉଛି । ଯାନ ବାହନର ସମୁଦାୟ ମାଲିକାନା ଯାତ୍ରାକାଳରେ ବୀମାରୁ ନେଇ ଦାବି ସମାଧାନ ଓ ପ୍ରତିଷେଧକାରୀ ରକ୍ଷଣାବେକ୍ଷଣ ତଥା ଦୈନନ୍ଦିନ ଯାନ ବାହନ ପରିଚାଳନା କ୍ଷେତ୍ରରେ ଗ୍ରାହକମାନଙ୍କୁ ସମର୍ଥନ କରିବାକୁ ପିବି ଫିନ୍ଟେକ୍ର ପ୍ରଶସ୍ତ ଲକ୍ଷ୍ୟ ଆଧାରରେ ଏହା ନୂତନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ।
ଏହି ଆଭିମୁଖ୍ୟର ଅଂଶ ଭାବରେ ପିବି ହ୍ୱିଲ୍ସ୍ ନିକଟରେ ‘ସେଫ୍ ଡ୍ରାଇଭ ହୋମ୍’ ପ୍ରଚଳନ କରିଛି, ଯାହା ଦିଲ୍ଲୀ ଏନ୍ସିଆର୍ରେ ମଦ୍ୟପାନ କରି ଗାଡିଚାଳନାକୁ ନିରୁସôାହିତ କରିବା ଏବଂ ସଡକ ସୁରକ୍ଷାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏକ ମାଗଣା ସ୍ୱତନ୍ତ୍ର ଡ୍ରାଇଭର ସେବା ହୋଇଛି ।












Leave a Reply