ବୃଦ୍ଧାବସ୍ଥାରେ ସେ ଦିଲ୍ଲୀରେ ଭଡା ଘରରେ ରହୁଥିଲେ। ଆର୍ଥିକ ସମସ୍ୟା କାରଣରୁ କେତେକ ମାସ ଧରି ଭଡା ଦେଇପାରିନଥିବାରୁ ଘରମାଲିକ ତାଙ୍କୁ ଘର ଛାଡିବାକୁ କହିଥିଲେ। ଖବର ପ୍ରଚାର ହେବା ପରେ ଲୋକେ ଜାଣିଲେ ଯେ ସେହି ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଭାରତର ଦୁଇ ଥର ପୂର୍ବତନ ପ୍ରଧାନମନ୍ତ୍ରୀ।

Spread the love

Gulzarilal Nanda

ଦୁଇଥର ଭାରତର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଅତ୍ୟନ୍ତ ସରଳ ଜୀବନ ଜୀଇଥିଲେ। ସେ ନିଜ ପାଇଁ କେବେ ସମ୍ପତ୍ତି ସଂଗ୍ରହ କରିନଥିଲେ ଓ ସରକାରୀ ସୁବିଧା ନେବାକୁ ମଧ୍ୟ ଇଚ୍ଛୁକ ନଥିଲେ।

ବୃଦ୍ଧାବସ୍ଥାରେ ସେ ଦିଲ୍ଲୀରେ ଭଡା ଘରରେ ରହୁଥିଲେ। ଆର୍ଥିକ ସମସ୍ୟା କାରଣରୁ କେତେକ ମାସ ଧରି ଭଡା ଦେଇପାରିନଥିବାରୁ ଘରମାଲିକ ତାଙ୍କୁ ଘର ଛାଡିବାକୁ କହିଥିଲେ। ପରେ ମାଧ୍ୟମରେ ଖବର ପ୍ରଚାର ହେବା ପରେ ଲୋକେ ଜାଣିଲେ ଯେ ସେହି ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ।

ଗୁଲଜାରି ଲାଲ ନନ୍ଦାଙ୍କ ପିଲାଦିନ

ଜନ୍ମ ଓ ପରିବାର

  • ଜନ୍ମ: ୪ ଜୁଲାଇ ୧୮୯୮, ସିଆଲକୋଟ, ପଞ୍ଜାବ, ବ୍ରିଟିଶ ଭାରତ
  • ଆଜି ସିଆଲକୋଟ ପାକିସ୍ତାନରେ ଅଛି
  • ବାପା: ବୁଲାକୀ ରାମ ନନ୍ଦା
  • ମାଆ: ଇଶ୍ୱର ଦେବୀ ନନ୍ଦା
  • ପରିବାର: ହିନ୍ଦୁ ପଞ୍ଜାବୀ ଖାତ୍ରୀ ପରିବାର

ପାଠପଢ଼ା

  • ପ୍ରାଥମିକ ଶିକ୍ଷା: ଲାହୋର, ଆମୃତସର, ଆଗ୍ରାରେ ହେଲା
  • ଉଚ୍ଚ ଶିକ୍ଷା: ଲାହୋର ଫୋରମେନ କ୍ରିଷ୍ଟିଆନ କଲେଜଇଲାହାବାଦ ବିଶ୍ୱବିଦ୍ୟାଳୟରେ ପଢ଼ିଲେ
  • ବିଷୟ: କଳା ସଙ୍କାୟ ଓ ଆଇନ ଶାସ୍ତ୍ରେ ଗ୍ରାଜୁଏସନ କଲେ
  • ଗବେଷଣା: ଇଲାହାବାଦ ବିଶ୍ୱବିଦ୍ୟାଳୟରୁ ରିସର୍ଚ୍ଚ ସ୍କଲାର ଡିଗ୍ରୀ ନେଲେ

ପିଲାଦିନର ବିଶେଷ କଥା

  • ୧୮ ବର୍ଷ ବୟସରେ ବିବାହ: ୧୯୧୬ ମସିହାରେ ଲକ୍ଷ୍ମୀ ଦେବୀଙ୍କ ସହ ବିବାହ ହେଲା
  • ଗାନ୍ଧୀଙ୍କ ପ୍ରଭାବ: ୧୯୨୧ରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଲେ।
    ଗାନ୍ଧୀଙ୍କ କହିବାରୁ ସେ ଗୁଜରାଟରେ ବସବାସ କଲେ ଏବଂ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ
  • ଶ୍ରମିକ ସମସ୍ୟା ଉପରେ ଗବେଷଣା: ୧୯୨୦-୧୯୨୧ରେ ଇଲାହାବାଦ ବିଶ୍ୱବିଦ୍ୟାଳୟରେ ଶ୍ରମିକଙ୍କ ସମସ୍ୟା ଉପରେ ଗବେଷକ ଭାବେ କାମ କଲେ
  • ପ୍ରଫେସର ଜୀବନ: ୧୯୨୧ରେ ବମ୍ବେର ନ୍ୟାସନାଲ କଲେଜରେ ଅର୍ଥନୀତିର ପ୍ରଫେସର ହେଲେ

ସରଳ ସ୍ୱଭାବ
ପିଲାଦିନରୁ ହିଁ ସେ ଅତି ସରଳ, ନିଷ୍ଠାବାନ ଓ ଇମାନଦାର ଥିଲେ।
ଟଙ୍କା ପ୍ରତି କେବେବି ମୋହ ନଥିଲା। ଏହି ସ୍ୱଭାବ ହିଁ ପରେ ତାଙ୍କୁ “ସାଦା ଜୀବନ, ଉଚ୍ଚ ବିଚାର” ବାଲା ନେତା କରିଦେଲା।


ପିଲାଦିନରୁ ହିଁ ସେ ଦେଶ ଓ ଶ୍ରମିକଙ୍କ ପାଇଁ କିଛି କରିବାର ଜିଦ୍ ଧରିଥିଲେ
ସେଇଥିପାଇଁ ପରେ ସେ ଅହମଦାବାଦ ଟେକ୍ସଟାଇଲ ଲେବର ଆସୋସିଏସନର ସେକ୍ରେଟାରୀ ହେଲେ।

Leave a Reply

Your email address will not be published. Required fields are marked *