“କଥା ଏତିକି, ,ବାସ୍।”
“କାହାର ସୁନା?”
“ଭୁବନେଶ୍ୱର ବିମାନ ବନ୍ଦରଠାରେ ତା୧୩.୦୧.୨୦୨୫ ରିଖରେ କିଛି ସୁନା ଓ ଋପା ଗହଣା ଜବତ ଉପରେ ବହୁତ ହୋହଲ୍ଲା ଚାଲିଥିଲା। ଏହା ଆମ ଶ୍ରୀମନ୍ଦିରର ଗହଣା”ବୋଲି ବି କୁହାଯାଇ, ଏ ବାବଦରେ ତା୧୩.୦୧.୨୦୨୫ରିଖର ସାମାଜିକ ଗଣମାଧ୍ୟମରେ ଲେଖା ଓ ଭିଡ଼ିଓ ବି ଘୁରି ବୁଲୁଥିଲା”।
ତେବେ, ଶ୍ରୀମନ୍ଦିରର ଗହଣାର ହିସାବ ଅତି ସହଜ, ଯାହା ମୋର ତଳେଥିବା ଲେଖାରେ ଲିପିବଦ୍ଧ ଅଛି।
‘ରତ୍ନଭଣ୍ଡାର ଖୋଲିବା, ଗଣତି, ଓଜନ, ମେଳକ ଓ ମଣତି(ମଣତି- ସଂପୃକ୍ତ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର) ଉପରେ ଛୋଟିଆ ଆଲୋଚନାଟିଏ:-
——–
‘ଯେହେତୁ ଏହା ଜଗନ୍ନାଥଙ୍କ ସମ୍ପତ୍ତି, ତେଣୁ ଆମେ ଯାହା ଦେଖିବୁ, ତାହା ମୁଣ୍ଡକୁ ଯିବ କିନ୍ତୁ ତୁଣ୍ଡକୁ ଆସିବନି’ , ଏହାଥିଲା ‘ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମ୍ପତ୍ତି ଅନୁଧ୍ୟାନ କମିଟି( Committee to supervise the inventory of the valuables of in the treasury)ର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ବକ୍ତବ୍ଯ, ଗୋଟିଏ ଟିଭି ଚ୍ୟାନେଲ ସାକ୍ଷାତକାରରେ ।
୧୯୭୮ ମସିହାରେ ଗୋଟିଏ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ( HIGH POWER COMMITTEE) ତରଫରୁ ରତ୍ନଭଣ୍ଡାରରେଥିବା ସମ୍ପତ୍ତିର ତଥ୍ୟ , “ଦୈନିକ ଖବରକାଗଜ ସମାଜ” ଛପା ହେଉଥିବା “ସତ୍ୟବାଦୀ ପ୍ରେସ”ତରଫରୁ ବହିଟିଏ ଆକାରରେ ପ୍ରକାଶିତ ହୋଇଥିଲା ।
ତା୧୩.୦୫.୧୯୭୮ରିଖରୁ ତା୨୩.୦୭.୧୯୭୮ରିଖ ଭିତରେ ଗଣାଯାଇଥିବା ଅଳଙ୍କାରର ସଂଖା ଓ ପ୍ରତ୍ୟେକ ଅଳଙ୍କାରର ଓଜନ ସେହି ବହିରେ ଲିପିବଦ୍ଧ ରହିଛି।ଏଥିରେଥିବା ସଂପୂର୍ଣ୍ଣ ତାଲିକା
ଅନୁଯାୟୀ “ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଓଜନ ୪୩୬୪ଭରି, ୨୩୧ପ୍ରକାର ଋପା ଅଳଙ୍କାରର ଓଜନ ୧୪,୮୭୮ ଭରି ୦୬ ଅଣା” ।
“ବାହାର ଭଣ୍ଡାରରେ ବିଭିନ୍ନ ପ୍ରକାରର ସୁନା ଅଳଙ୍କାରର ଓଜନ ୮୧୭୫ ଭରି ଓ ୩୯ପ୍ରକାର ଋପା ସାମଗ୍ରୀର ଓଜନ ୪,୬୭୧ ଭରି।”
ଏତଦବ୍ୟତୀତ “ଦୈନଦିନ ନୀତି ସେବା ପୂଜା ପାଇଁ ୦୮ ପ୍ରକାରର ସ୍ୱର୍ଣ ଅଳଙ୍କାରର ଓଜନ ୨୫୯ ଭରି ୦୧ ଅଣା ଥିବାସ୍ଥଳେ ୨୩ ପ୍ରକାରର ଋପା ସାମଗ୍ରୀର ମୋଟ ଓଜନ ୨,୬୦୩ଭରି ୦୮ଅଣା”। ଏହିପରି ତିନିଗୋଟି ଶ୍ରେଣୀ ପର୍ଯ୍ୟାୟଭୂକ୍ତ “ମୋଟ ୪୫୪ ସ୍ୱର୍ଣ ରତ୍ନଖଚିତ ଅଳଙ୍କାରର ଓଜନ ୧୨,୮୩୯ ଭରି ୦୧ ଅଣା ଏବଂ ୨୯୩ ପ୍ରକାର ଋପା ସାମଗ୍ରୀର ମୋଟ ଓଜନ ୨୨,୧୪୩ ଭରି ଥିଲା।
( ଇଣ୍ଟରନେଟରେ ମଧ୍ୟ ଠିକ ଏହି ତଥ୍ୟ ଉପଲବ୍ଧ ଅଛି)
ଏକ ଭରି ହେଉଛି ୧୧.୬୬ ଗ୍ରାମ। ତେଣୁ ମେଟ୍ରିକ ଓଜନ ପଦ୍ଧତିରେ ତା୨୩.୦୭.୧୯୭୮ରିଖରେ ରତ୍ନଭଣ୍ଡାରରେଥିବା ପଥରଖଚିତ ସ୍ୱର୍ଣ ଅଳଙ୍କାର/ ସାମଗ୍ରୀର ଓଜନଥିଲା ୧୫୦ କିଲୋଗ୍ରାମ ( 149kg 691gms) ଓ ଋପା ଅଳଙ୍କାର/ ସାମଗ୍ରୀର ଓଜନଥିଲା ୨୫୩ କିଲୋଗ୍ରାମ ।( 253kg 303 gms)

( ଏହିସବୁ ତଥ୍ୟ ଉପଲବ୍ଧ ଅଛି “ଶ୍ରୀମନ୍ଦିର ରତ୍ନଭଣ୍ଡାର” ଶୀର୍ଷକ ଏକ ପୁସ୍ତିକାରେ, ଯାହାର ସଙ୍କଳନ କରିଛନ୍ତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶ।ପ୍ରଫେସର ଦାଶ ଏହି ତଥ୍ୟ, ଏହି ପ୍ରବନ୍ଧରେ ଲେଖିବାକୁ ମୋତେ ଅନୁମତି ଦେଇଥିବାରୁ ମୁଁ ତାଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଛି ।)
“ତେଣୁ ଏହାକୁ ମୂଳତଥ୍ୟ ହିସାବରେ ଗ୍ରହଣ କରାଯାଇ,ପରବର୍ତ୍ତି ସମୟରେ ସେଥିରୁ ଖର୍ଚ୍ଚ ହୋଇଥିବା ପରିମାଣକୁ ଫେଡି , ତହିଁରେ ଶ୍ରୀମନ୍ଦିରକୁ ମିଳିଥିବା ଅଳଙ୍କାର ଇତ୍ୟାଦିକୁ ମିଶେଇଦେଲେ ବର୍ତ୍ତମାନର ଆପାତତଃ ସ୍ଥିତି ଜାଣିହେବ, ଯାହାକୁ ମୂଳ ଧରାଯାଇ, ଏହାପରର ଖର୍ଚ୍ଚ ଓ ପ୍ରାପ୍ତିକୁ ସୂଚାରୁଋପେ ହିସାବକୁ ନିଆଗଲେ ଆଉ ଅସୁବିଧା ରହିବନାହିଁ” ।
ଅବଶ୍ୟ, ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଶ୍ରୀ ଜଗନ୍ନାଥ ଓରଫ ଜଗୁନି ସ୍ୱାଇଁ ମହାପାତ୍ର ମହାଶୟ କହିଥିବା “ପ୍ରଭୂ ଲୀଳାମୟ, ନିଜ କଥା ନିଜେ ଦେଖିବେ” ଆଧାରରେ ପ୍ରଭୂଙ୍କ ନିଷ୍ପତ୍ତିକୁ ଅପେକ୍ଷା ।
ଏଭଳି ସମସ୍ୟା ଯେ ଖାଲି ଆମର ଏଇଠି, ତାହା ନୁହେଁ ।
ଉତ୍ତରାଖଣ୍ଡର କେଦାରନାଥଙ୍କ ମନ୍ଦିରର କାନ୍ଥକୁ ସୁନାର ଛାଉଣି କରିବାକୁ ଦିଆଯାଇଥିବା ସୁନାରପାତିଆକୁ ବି ହେରଫେର କରାଯାଇଛି ବୋଲି ଆରୋପ, ପ୍ରତ୍ୟାରୋପ ଚାଲିଛି।
(କ) ତା୧୫.୦୬.୨୦୨୩ରିଖରେ କେଦାରନାଥ ମନ୍ଦିରର ମୁଖ୍ୟପୂଜକ ଶ୍ରୀ ସନ୍ତୋଷ ତ୍ରିବେଦୀ ଏକ ଭିଡିଓ ଜାରିକରି କହିଥିଲେ “ମହାରାଷ୍ଟ୍ରର ଜଣେଭକ୍ତ, କେଦାରନାଥ ମନ୍ଦିରର କାନ୍ଥକୁ ସୂଚନାରେ ଛାଉଣି କରାଯିବାକୁ ଦେଇଥିବା ୧୨୩ କୋଟି ଟଙ୍କାର ସୁନାକୁ ଗାଏବ କରାଯାଇଛି’।
(ଖ)ଏହାଉପରେ କେଦାରନାଥର ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ମନୋଜ ରାୱତ ଏକ ଭିଡିଓ ଜାରିକରି କହିଥିଲେ ଯେ, ‘ଶିବମହାପ୍ରଭୂ ଭସ୍ମକୁ ପସନ୍ଦ କରନ୍ତି, ସୂନାକୁ ନୁହେଁ। ତମ୍ବାପ୍ଳେଟଗୁଡିକୁ ଘଷିମାଜି ସୁନାଭଳି ଦେଖେଇବାକୁ ପ୍ରଚେଷ୍ଟା ଚାଲିଛି’।
( ଗ) ଏହାଉପରେ ‘ବଦ୍ରୀନାଥ- କେଦାରନାଥ ମନ୍ଦିର କମିଟି- BKTC’ ର ମୂଖ୍ୟ ଶ୍ରୀ ଅଜେନ୍ଦ୍ର ଅଜୟ , ତ୧୮.୦୬.୨୦୨୪ରିଖରେ କହିଥିଲେ ‘୨୦୦୫ ମସିହାରେ ମହାରାଷ୍ଟ୍ରର ଜଣେଭକ୍ତ , ମନ୍ଦିର କମିଟିଠାରୁ ଅନୁମତିପାଇ ଅଣତିରଶି ଲକ୍ଷଟଙ୍କା (29 Lac Rs) ମୂଲ୍ୟର ୧୦୦୦.୩୦୦ ଗ୍ରାମ ଓଜନର ତମ୍ବାପ୍ଳେଟ ଉପରେ ଚଉଦକୋଟି ଅଠତିରିଶ ଲକ୍ଷଟଙ୍କା ମୂଲ୍ୟ ୨୩,୭୭୭.୮୦୦ ଗ୍ରାମ ଓଜନର ସୁନାପାତିଆ ଲଗେଇ ଗର୍ଭଗୃହର କାନ୍ଥରେ ଲଗେଇବାକୁ
ଦେଇଥିଲେ, ଯାହା ‘Archeological Survey of India’ର ତତ୍ତ୍ୱାବଧାନରେ ଲଗାଯାଇଛି । ତେଣୁ ଏଥିରେ କିଛି ଗାଏବ କରାଯାଇନାହିଁ । ଏଭଳି ଅପପ୍ରଚାର ତୁଛା ରାଜନୈତିକ ଲାଭପ୍ଥାପ୍ତି ଉଦ୍ଦେଶ୍ୟରେ କରାଯାଉଛି ଓ ପ୍ରଭୂ କେଦାରନାଥଙ୍କୁ ବଦନାମ କରିବାକୁ ଉଦ୍ଦିଷ୍ଟ’।
(ଘ) ବିଭିନ୍ନ ପ୍ରକାରର ‘ତୁ ତୁ ମେଁ ମେଁ” ର ବର୍ଷକପରେ, ଆମ ଶ୍ରୀମନ୍ଦିରର ‘ରତ୍ନଭଣ୍ଡାର’ଉପରେ ଚାଲିଥିବା ” ତୁ ତୁ ମେଁ ମେଁ ‘ ବେଳେ , ଦେଶର ଚାରିଜଣ ଅଧିକୃତ ଶଙ୍କରାଚାର୍ଯ୍ୟଙ୍କ ଭିତରୁ , ଉତ୍ତରାଖଣ୍ଡର ଯୋଶୀମଠସ୍ଥିତ ‘ଜ୍ୟୋର୍ତୀପୀଠ’ର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଜୀଙ୍କର ଏକ ଭିଡିଓ ତା୧୫.୦୭.୨୦୨୪ରିଖରୁ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିଲା , ଯେଉଁଥିରେ ସେ କହିଥିଲେ, “କେଦାରନାଥ ମନ୍ଦିରରୁ ୨୨୮ କିଲୋଗ୍ରାମ ସୁନା ଗାଏବ ହୋଇଛି, ଯାହା ବାବଦରେ ତଦନ୍ତ ହେଉନାହିଁ। “
( ପ୍ରମୂଖ ଗଣମାଧ୍ୟମ ଆପାତତଃ ନୀରବ, ଯେହେତୁ ସେଗୁଡିକ ଆମଦେଶର ଗରବ ବା ଗୌରବ। Reporters Without Borders ନାମକ ଏକ ସଂସ୍ଥାଦ୍ୱାରା ୨୦୨୪ ମସିହାର “ଗଣମାଧ୍ୟମର ସ୍ୱାଧୀନତା ସୂଚକାଙ୍କ”ରେ ୧୮୦ରୁ ଦେଶରୁ ଆମର ସ୍ଥାନ ୧୫୯ତମ ସ୍ଥାନରେ।”)
(ଙ) ତା୧୫.୦୭.୨୦୨୪ରିଖରେ ଏକ କିଲୋଗ୍ରାମ ଚବିଶ କ୍ୟାରେଟ ସୁନାର ମୂଲ୍ୟ ତେସ୍ତରିଲକ୍ଷ ଟଙ୍କାର ପାଖାପାଖି ଥିଲା।
ତେଣୁ, ତା୧୫.୦୭.୨୦୨୪ରିଖରେ ଶଙ୍କରାଚାର୍ଯ୍ୟ ମହାଶୟ କହିଥିବା ୨୨୮ କିଲୋଗ୍ରାମ ସୁନାର ମୂଲ୍ୟଥିଲା “୨୨୮×୭୭,୦୦,୦୦୦= ୧୭୩ କୋଟି ୬୫ ଲକ୍ଷଟଙ୍କା।” (173,75,00,000ଟଙ୍କା)।
ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ, ତା୧୫.୦୬.୨୦୨୩ରିଖରେ ମନ୍ଦିରର ମୂଖ୍ୟପୂଜକ କହିଥିବା “୧୨୩ କୋଟିଟଙ୍କାର ସୁନା ଗାଏବ ହୋଇଛି” ତୁଳନାରେ ଶଙ୍କରାଚାର୍ଯ୍ୟଙ୍କ ପରିମାଣ ଟିକିଏ ଅଧିକ ଜଣାପଡୁଛି।
(ଚ) ଉପରେବର୍ଣିତ ‘ଗ’ରେ , ମନ୍ଦିର କମିଟି ମୂଖ୍ୟ ଏହାକୁ ମାତ୍ର ୨୩,୭୭୭.୮୦୦ ଗ୍ରାମ ବା ଅଡେଇ କିଲୋଗ୍ରାମରୁ କମ ଦର୍ଶାଇଥିଲେ । ଦୁଇଶହ ଅଠେଇଶି କିଲୋଗ୍ରାମର ତିନି କିଲୋଗ୍ରାମ ହେଉଛି “୨୨୮÷୨.୫=୯୧ଗୁଣ।
ଯେଉଁଠି ସ୍ୱୟଂଙ୍କ ମୂଖନିସୃତ ବାଣୀ ହେଉଛି;
“ମୋ ମାୟା ମୋତେ ଅଗୋଚର:
କାହୁଁ ଜାଣିବ ନରଛାର” , ସେଠି “ପ୍ରଭୂ ଜଗନ୍ନାଥଙ୍କ ‘ରତ୍ନଭଣ୍ଡାର’ ଓ
ପ୍ରଭୂ କେଦାରନାଥଙ୍କ ‘ସୁନାକାନ୍ଥ’ ତଥା ସବୁ ପ୍ରଭୂମାନଙ୍କ ଭଣ୍ଡାରରେଥିବା ସମ୍ପତ୍ତି ତଥା ସ୍ଥାବର ସମ୍ପତ୍ତି ( ଜମିଜମା)’ ଇତ୍ୟାଦି ବାବଦରେ ଆମେ କଣ ବା ଜାଣି ପାରିବା?”
ଏବେ ପ୍ରଫେସର ସୁରେନ୍ଦ୍ର ନାଥ ଦାଶଙ୍କ ଦ୍ୱାରା ଲିଖିତ “ଶ୍ରୀମନ୍ଦିର ରତ୍ନଭଣ୍ଡାର” ବହିଟି ଉପରେ ସମ୍ୟକ ଆଲୋଚନା।
ପ୍ରକାଶକ:- ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ।
ବିଷୟବସ୍ତୁ:- ଏହି ପୁସ୍ତକଟି “ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଧାରିତ।”
ଲେଖକଙ୍କ ପରିଚୟ (ପଛ ପୃଷ୍ଠାର ସାରାଂଶ):-
ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ଜଣେ ବିଶିଷ୍ଟ ଓଡ଼ିଆ ଅଧ୍ୟାପକ ଏବଂ ଗବେଷକ।
ଜନ୍ମ:- ୧୯୪୯ ମସିହା, ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି ନିକଟସ୍ଥ ବ୍ରାହ୍ମଣ ଶାସନରେ।
ଶିକ୍ଷା ଓ ବୃତ୍ତି:- ସେ ରେଭେନ୍ସା ମହାବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ
ସେ ଓଡ଼ିଶାର ବିଭିନ୍ନ ସରକାରୀ କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରି ୨୦୦୯ରେ ଅବସର ଗ୍ରହଣ କରିଛନ୍ତି।
ଗବେଷଣା:- ସେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଗବେଷଣା କରିଛନ୍ତି। ‘ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର’ ଏବଂ ‘ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର’ ଭଳି ବୃହତ ଗବେଷଣାତ୍ମକ ପ୍ରକଳ୍ପ ସେ ଶେଷ କରିଛନ୍ତି।
ସମ୍ପାଦନା:- ସେ ‘ଶ୍ରୀଜଗନ୍ନାଥ ପତ୍ରିକା’ର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟରତ।
ଏହି ବହିଟିର ୩୫ ପୃଷ୍ଠାରୁ ୧୬୫ ପୃଷ୍ଠା ଭିତରେ, “ରତ୍ନଭଣ୍ଡାର”ରେ ଥିବା ବିଭିନ୍ନ ଧାତୁର ପ୍ରତ୍ୟେକ ଗହଣା ତଥା ଅନ୍ୟାନ୍ୟ ଜିନିଷର ଟିକିନିଖି ବିବରଣୀ ରହିଛି। ଏହି ଅଧ୍ୟାୟଟିର ଶୀର୍ଷକ ହେଉଛି;
“ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ତାଲିକା-୧୮୦୫- ଗ୍ରୋମ ସାହେବ”
(ତଳେଥିବା ଫର୍ମାଟରେ ଅଛି:
କ୍ରମିକ ନମ୍ବର-| ସଂଶୋଧିତ ଛାପା ତାଲିକାର ପୃଷ୍ଠା/ନମ୍ବର-ମଣତି ରେଜିଷ୍ଟରର ନମ୍ବର-ସୁନା ବା ଋପା ଜିନିଷର ନାମ-ସଂଖ୍ୟା-ବିଶେଷ ବିବରଣୀ-ଓଜନ (ଭରି-ଅଣା) | ସଂଶୋଧିତ ଛାପା ତାଲିକାର ବିବରଣୀ ଠାରୁ ପାର୍ଥକ୍ୟ।)
ପୃଷ୍ଠା ୧୬୯ ରୁ ୧୭୨ ଭିତରେ ଏସବୁର ଇଗ୍ଲିଶଭାଷାର “ସଂକ୍ଷିପ୍ତ ଲିପି (Abstract) ରହିଛି, ଯାହାକୁ ତଳେ ସ୍ଥାନିତ କରାଯାଇଛି।
PAGE 1: CATEGORY-I (INNER RATNA BHANDAR)
ABSTRACT (ସଂକ୍ଷିପ୍ତ ଲିପି)
Category-I-Ornaments & other articles not in use (Inner Ratna Bhandar)
GOLD ORNAMENTS:
(a) Head Ornaments: 97 articles | 802 Bharies – 9 Annas
(b) Ear Ornaments: 12 articles | 389 Bharies – 5 Annas
(c) Nose Ornaments: 20 articles | 209 Bharies – 3 Annas
(d) Neck Ornaments: 160 articles | 1,450 Bharies – 3 1/2 Annas
(e) Arms Ornaments: 18 articles | 88 Bharies – 6 Annas
(f) Wrist Ornaments: 15 articles | 134 Bharies – 1 Annas
(g) Fingers Ornaments: 2 articles | 4 Bharies – 10 Annas
(h) Waist Ornaments: 5 articles | 21 Bharies – 8 Annas
(i) Leg Ornaments: 2 articles | 1 Bharies – 0 Annas
(j) Miscellaneous: 36 articles | 1,263 Bharies – 2 1/2 Annas
GOLD TOTAL: 367 articles | 4,364 Bharies – 0 Annas
SILVER ARTICLES:
(i) Puja equipment: 93 articles | 2,998 Bharies – 2 Annas
(ii) Utensils: 74 articles | 8,820 Bharies – 2 Annas
(iii) Miscellaneous: 64 articles | 3,060 Bharies – 2 Annas
SILVER TOTAL: 231 articles | 14,878 Bharies – 6 Annas
—————————————————-
PAGE 2: CATEGORY-II (BAHAR RATNA BHANDAR)
Category-II-Ornaments & other articles which are used only on festive occasion (Bahar Ratna Bhandar)
GOLD ORNAMENTS:
(a) Head Ornaments: 10 articles | 2203 Bharies – 4 Annas
(b) Ear Ornaments: 5 articles | 1,309 Bharies – 1 Annas
(c) Nose Ornaments: 3 articles | 0 Bharies – 14 3/4 Annas
(d) Neck Ornaments: 34 articles | 1,861 Bharies – 5 1/2 Annas
(e) Arms Ornaments: 3 articles | 1,101 Bharies – 12 Annas
(f) Wrist Ornaments: 1 articles | 0 Bharies – 10 1/2 Annas
(g) Finger Ornaments: .. articles | .. Bharies – .. Annas
(h) Waist Ornaments: 8 articles | 392 Bharies – 1 1/2 Annas
(i) Leg Ornaments: 2 articles | 755 Bharies – 9 1/2 Annas
(j) Miscellaneous: 13 articles | 550 Bharies – 6 Annas
GOLD TOTAL: 79 articles | 8,175 Bharies – 3/4 Annas
SILVER ARTICLES:
(i) Puja equipment: 15 articles | 2,333 Bharies – 14 Annas
(ii) Utensils: 17 articles | 2,087 Bharies – 14 Annas
(iii) Miscellaneous: 7 articles | 249 Bharies – 6 Annas
SILVER TOTAL: 39 articles | 4,671 Bharies – 2 Annas
==========================
PAGE 3: CATEGORY-III (CHALANTI BHANDAR)
Category-III-Ornaments & articles in daily use (Chalanti Bhandar)
GOLD ORNAMENTS:
(a) Head Ornaments: 2 articles | 233 Bharies – 8 Annas
(g) Finger Ornaments: 1 articles | 18 Bharies – 8 Annas
(i) Leg Ornaments: 1 articles | 47 Bharies – 1 Annas
(j) Miscellaneous: 4 articles | .. Bharies – .. Annas
GOLD TOTAL: 8 articles | 299 Bharies – 1 Annas
SILVER ARTICLES:
(i) Puja equipment: 13 articles | 1,155 Bharies – 12 Annas
(ii) Utensils: 10 articles | 1,447 Bharies – 12 Annas
SILVER TOTAL: 23 articles | 2,603 Bharies – 8 Annas
NOTE: Weight of articles in the three categories includes precious stones with which most of the ornaments etc. are studded.
==========================
PAGE 4: GRAND TOTAL
SUMMARY TABLE:
| CATEGORY | GOLD (Items) | GOLD (Weight) | SILVER (Items) | SILVER (Weight) |
|---|---|---|---|---|
| Cat – I | 367 | 4364 – 0 | 231 | 14878 – 6 |
| Cat – II | 79 | 8175 – 3/4 | 39 | 4671 – 2 |
| Cat – III | 8 | 299 – 1 | 23 | 2603 – 8 |
| ——— | ————– | ————— | —————- | —————- |
G. TOTAL | 454 | 12838 – 1 3/4 | 293 | 22153 – 0
The Total weight given above does not include the weight in respect of 4 items of gold articles (viz. Sls. 24, 350, 362 & 363) and 4 items of Silver articles (viz. Sls. 360, 361, 585 & 593) in Category I; 2 items of Gold articles (viz. Sls. 93 & 94) and 1 item of Silver article (viz. Sl. 95) in Category II; two items of Gold articles (viz. Sls. 1 & 3) and 1 item of silver article (viz. Sl. 4) in Category III as these articles could not be weighed vide entries against the aforesaid serials.
ବିଶେଷ ଦ୍ରଷ୍ଟବ୍ୟ :-
(୧) ଏହା ବାବଦରେ ସବିଶେଷ ତଥ୍ୟ ଜାଣିବାକୁ ଆଗ୍ରହୀଗଣ ବହିଟିକୁ ପାଇବାକୁ ଏହାର ଲେଖକ ଅଧ୍ୟାପକ ସୁରେନ୍ଦ୍ର ନାଥ ଦାଶଙ୍କ ସହିତ ତାଙ୍କର “୯୪୩୭୦ ୧୧୧୨୫- 94370 11125ମୋ଼ବାଇଲ ଫୋନ ଜରିଆରେ ଯୋଗାଯୋଗ କରନ୍ତୁ।
(୨)୧୭୩ତମ ପୃଷ୍ଠାରେ ଇଗ୍ଲିଶଭାଷାର ଚିଠିଟିଏ ସ୍ଥାନିତ ହୋଇଛି, ଯାହାକୁ ଏକ Facsimile (ଫ୍ୟାକ୍ସିମିଲି) କପି କୁହାଯାଏ।ଏହାର ଅର୍ଥ ହେଉଛି “କୌଣସି ପୁରୁଣା ପାଣ୍ଡୁଲିପି, ଚିଠି, ଦଲିଲ୍ ବା ହସ୍ତଲିପିର ଅବିକଳ ନକଲ ବା ପ୍ରତିଛବି।”
ଏହି ଛବି ବିଷୟରେ କିଛି ତଥ୍ୟ:
ବିଷୟବସ୍ତୁ: ଛବିର ନିମ୍ନ ଭାଗରେ ଓଡ଼ିଆରେ ଲେଖାଅଛି ଯେ, “ଏହା ମହାରାଜା ରଞ୍ଜିତ ସିଂହ କୋହିନୂର ହୀରାକୁ ଶ୍ରୀମନ୍ଦିର (ପୁରୀ ଜଗନ୍ନାଥ ମନ୍ଦିର) ରତ୍ନଭଣ୍ଡାରକୁ ଦାନ କରିବା ପାଇଁ କରିଥିବା ଇଚ୍ଛାପତ୍ର ବା ଚିଠିର ଏକ ନକଲ।” (ଏହା ବହିର ଲେଖକ ଲେଖିଛନ୍ତି)
ଐତିହାସିକ ଗୁରୁତ୍ୱ: ଏହି Facsimile କପିଟି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍କୁ ଦର୍ଶାଉଛି, ଯେଉଁଥିରେ ଶିଖ୍ ସମ୍ରାଟ ରଞ୍ଜିତ ସିଂହଙ୍କର ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଅଗାଧ ଶ୍ରଦ୍ଧାର ପ୍ରମାଣ ମିଳେ।
ଭାଷା: ମୂଳ ଚିଠିଟି ଇଂରାଜୀରେ ଲେଖାଯାଇଛି (ଯାହା ସେ ସମୟର ବ୍ରିଟିଶ୍ ପ୍ରଶାସନିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିଲା)।
ଇତିହାସ ବହିମାନଙ୍କରେ ମୂଳ ଦଲିଲ୍ର ସତ୍ୟତା ପ୍ରମାଣିତ କରିବା ପାଇଁ ଏଭଳି Facsimile ବା ଅବିକଳ ପ୍ରତିକୃତି ବ୍ୟବହାର କରାଯାଇଥାଏ।
ସେହି କରଣୀ ଅକ୍ଷରର ଇଗ୍ଲିଶଭାଷାର ପଢିହେଉନଥିବା ଲେଖାଟିକୁ ମୁଁ GEMINI ARTIFICIAL INTELLIGENCE କୁ ଧରେଇ ଦେଇ “ଏଥିରେ କଣ ଲେଖାଅଛି” ବୋଲି ପଚାରନ୍ତେ, ସେକଡୁ ତଳେଥିବା ଲେଖାଟି ମିଳିଥିଲା;
Transcription of the Text:
“To W.H. Macnaghten, Esqr.
Offg. Secty. to the Govt. of India
With the Governor General
Sir,
Although the Right Hon’ble the Governor General in Council will have heard of the continued illness of the Maharaja of Lahore, Ranjit Singh, he is yet likely that I must soon attain to announce that his Highness’s life is at an end.
The news received today confirms that his life is hanging by a thread and it cannot but be expected that a short time will decide the fate of this Prince. It is likely to produce an effect on his people and on the population of these countries.
On the 22nd when I received this from the Medical Chief Assistant of Lahore, Dr. Steel, who arrived at Fort William, was to report to me the dangerous state of the Maharaja’s health. I communicated with respect to his condition to Lady. She expressed an opinion that if he dies… due to the contrary he had better remain…”
ମୁଁ ତାଙ୍କୁ, ” ଏଥିରେ ତ ମହାରାଜା ରଣଜିତ ସିଂହ ତାଙ୍କ ପାଖରେଥିବା
‘କୋହିନୂର ହୀରା’କୁ ଶ୍ରୀ ଜଗନ୍ନାଥଙ୍କୁ ଦେବାକୁ ଇଛା ପ୍ରକାଶ କରିଥିବା
ଉପରେ କିଛି ଲେଖାନାହିଁ”ବୋଲି ପଚାରିବାରୁ ସେ ଯାହା ଉତ୍ତର ଦେଇଥିଲେ, ତାହା ହେଉଛି
“ଆପଣଙ୍କର (ମୋର) ନିରୀକ୍ଷଣ ଏକଦମ ସଠିକ। ଏହି ଚିଠିର ମୁଖ୍ୟ ବିଷୟବସ୍ତୁ ମହାରାଜା ରଣଜିତ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କର ଶେଷ ସମୟ ସମ୍ପର୍କିତ, ଏଥିରେ ‘କୋହିନୂର’ (Koh-i-Noor) ଶବ୍ଦର ଉଲ୍ଲେଖ ନାହିଁ।ଏହା ଏକ କୌତୁହଳପୂର୍ଣ୍ଣ ବିଷୟ ଯେ,ଏହି ଇଂରାଜୀ ଚିଠିଟି ମୁଖ୍ୟତଃ ମହାରାଜାଙ୍କ ଗୁରୁତର ଅସୁସ୍ଥତା ଏବଂ ଲାହୋର ଦରବାରର ତତ୍କାଳୀନ ପରିସ୍ଥିତି ବିଷୟରେ ବ୍ରିଟିଶ ସରକାରଙ୍କୁ ଅବଗତ କରାଇବା ପାଇଁ ଲେଖାଯାଇଛି।
ଓଡ଼ିଆ କ୍ୟାପସନର ବିଭ୍ରାଟ: ଫଟୋ ତଳେ ଲେଖାଯାଇଥିବା ଓଡ଼ିଆ ଧାଡ଼ି (“ରଣଜିତ ସିଂହ କୋହିନୂର ହୀରାକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଦେବା ଲାଗି ଚୁକ୍ତିନାମା”) ଏବଂ ଉପରେ ଥିବା ଇଂରାଜୀ ଚିଠି ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ଦେଖାଯାଉନାହିଁ।
ଐତିହାସିକ ତଥ୍ୟ ଅନୁସାରେ, ମହାରାଜା ରଣଜିତ ସିଂହ ନିଜ ଶେଷ ସମୟରେ କୋହିନୂର ହୀରାକୁ ଜଗନ୍ନାଥ ମନ୍ଦିରକୁ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ଯାହାକୁ ନେଇ ଅନେକ ଦଲିଲ ରହିଛି। କିନ୍ତୁ, ଏହି ନିର୍ଦ୍ଦିଷ୍ଟ ପୃଷ୍ଠାରେ ଥିବା ଇଂରାଜୀ ଲେଖାଟି କେବଳ ତାଙ୍କର Medical Condition ବା ସ୍ୱାସ୍ଥ୍ୟାବସ୍ଥା ଉପରେ ଆଧାରିତ।
ବୋଧହୁଏ ବହିର ପରବର୍ତ୍ତୀ ପୃଷ୍ଠାରେ ବା ଅନ୍ୟ କୌଣସି ଚିଠିରେ ସେହି ଦାନ ସମ୍ପର୍କିତ ବିଷୟ ଥାଇପାରେ, କିନ୍ତୁ ଏହି ପୃଷ୍ଠାରେ ତାହା ନାହିଁ।”
“କୋହିନୂର (Koh-i-Noor)” ଶବ୍ଦର ଅର୍ଥ ଏବଂ ଏହାର ଉତ୍ପତ୍ତି ବେଶ୍ ଆକର୍ଷଣୀୟ। ଏହା ମୁଖ୍ୟତଃ ପାର୍ସୀ (Persian) ଭାଷାରୁ ଆସିଛି।
ଓଡ଼ିଆରେ ଅର୍ଥ:
ଓଡ଼ିଆରେ “କୋହିନୂର”ର ଶବ୍ଦିକ ଅର୍ଥ ହେଉଛି “ଆଲୋକର ପର୍ବତ”।
“କୋହ (Koh): ପର୍ବତ
ନୂର (Noor): ଆଲୋକ ବା ଜ୍ୟୋତି
In English:
In English, the word Koh-i-Noor translates to “Mountain of Light”.
Koh: Mountain
Noor: Light / Splendour.”
କିଛି ଅଧିକ ତଥ୍ୟ:
ଇତିହାସ: କୁହାଯାଏ ଯେ ୧୭୩୯ ମସିହାରେ ପାରସ୍ୟର ଶାସକ ନାଦିର ଶାହ (Nadir Shah) ଯେତେବେଳେ ଏହି ବିଶାଳ ହୀରାଟିକୁ ଦେଖିଲେ, ଏହାର ଚମକରେ ମୁଗ୍ଧ ହୋଇ ସେ ଅକସ୍ମାତ ଚିତ୍କାର କରି କହିଥିଲେ “କୋହ-ଇ-ନୂର-‘କୋହିନୂର (Koh-i-Noor).”
ସେବେଠାରୁ ଏହାର ନାମ ଏହିପରି ରହିଛି।
ମହାରାଜା ରଣଜିତ ସିଂହଙ୍କ ପାଖରେ ଏହି ହୀରା ବହୁ ସମୟ ଧରି ଥିଲା। ସେ ଜଗନ୍ନାଥ ସଂସ୍କୃତିର ଜଣେ ବଡ଼ ଅନୁଗାମୀ ଥିଲେ ଏବଂ ନିଜ ମୃତ୍ୟୁ ପୂର୍ବରୁ ସେ ଏହି ହୀରାକୁ ପୁରୀ ଶ୍ରୀମନ୍ଦିରକୁ ଦାନ କରିବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ କାରଣରୁ ଏହା ବ୍ରିଟିଶମାନଙ୍କ ହାତକୁ ଚାଲିଯାଇଥିଲା।
” ଜୟ ଜଗନ୍ନାଥ।”
(ଉପରେଥିବା ଫଟୋଟିକୁ ଛୁଇଁଦେଇ ସେଥିରେଥିବା ଲେଖାକୁ ପଢ଼ିବାକୁ ଅନୁରୋଧ।)












Leave a Reply