“ଘୋଡା 🐎 ବେପାର”ଉପରେ//ହାତୀ ନେ, ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ”(ଏହି ଉକ୍ତିଟି ମୁଖ୍ୟତଃ ନିରୀହତା, ଅତି ପ୍ରିୟ ଜିନିଷ ପ୍ରତି ଆସକ୍ତି ଏବଂ ପିଲାଳିଆମିକୁ ବୁଝାଇବା ପାଇଁ ବ୍ୟବହାର କରାଯାଏ- ତୁଷାରକାନ୍ତ ଶତପଥି ଭୁବନେଶ୍ୱର

Spread the love

“ଘୋଡା 🐎 ବେପାର”ଉପରେ,
ତା୧୦.୦୩.୨୦୨୬ରିଖର ଦୈନିକ ଓଡ଼ିଆ ସମ୍ବାଦପତ୍ର “ଓଡ଼ିଶା ଏକ୍ସପ୍ରେସ”ରେ ପ୍ରକାଶିତ ମୋ ଲିଖିତ ପ୍ରବନ୍ଧ;
“-ହାତୀ ନେ, ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ”
(ଏହି ଉକ୍ତିଟି ମୁଖ୍ୟତଃ ନିରୀହତା, ଅତି ପ୍ରିୟ ଜିନିଷ ପ୍ରତି ଆସକ୍ତି ଏବଂ ପିଲାଳିଆମିକୁ ବୁଝାଇବା ପାଇଁ ବ୍ୟବହାର କରାଯାଏ।
ଜଣେ ବ୍ୟକ୍ତି ପାଇଁ ହାତୀ କିମ୍ବା ଘୋଡ଼ା ବହୁତ ଦାମୀ ଏବଂ ଐଶ୍ୱର୍ଯ୍ୟର ପ୍ରତୀକ ହୋଇପାରେ, କିନ୍ତୁ ଜଣେ ପିଲା (ବା ସରଳ ମଣିଷ) ପାଇଁ ତା’ର ନିଜର ଖେଳନା ‘ପେଁକାଳି’ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ସେ ଦାମୀ ସମ୍ପତ୍ତିକୁ ତ୍ୟାଗ କରିବାକୁ ପ୍ରସ୍ତୁତ, କିନ୍ତୁ ତା’ର ସେହି କ୍ଷୁଦ୍ର ଆନନ୍ଦ (ପେଁକାଳିର ଶବ୍ଦ) ପାଇଁ ସେ ବ୍ୟାକୁଳ।
ଏହି କଥାଟି ପ୍ରାୟତଃ ସେହିମାନଙ୍କ ପାଇଁ କୁହାଯାଏ, ଯେଉଁମାନେ ବଡ଼ ବଡ଼ ସୁଯୋଗ ବା ଲାଭକୁ ଛାଡ଼ି ନିଜର ଏକ ସାମାନ୍ୟ କାମ ବା ଜିଦ୍ ପାଇଁ ପଡ଼ି ରହନ୍ତି। ଏହା ମଣିଷର ଅଯଥା ଇଚ୍ଛା ଏବଂ ସରଳତାକୁ ଦର୍ଶାଏ।
ଓଡ଼ିଆ ସମାଜରେ ଯଦି କେହି ବଡ଼ କ୍ଷତି ସହି ମଧ୍ୟ ଏକ ତୁଚ୍ଛ ଜିନିଷ ପାଇଁ ବ୍ୟସ୍ତ ହୁଅନ୍ତି, ତେବେ ଲୋକେ ତାଙ୍କୁ ଥଟ୍ଟାରେ କହନ୍ତି – “ଏଇଟା ତ ସେଇ ହାତୀ ନେ ଘୋଡ଼ା ନେ ଗପ ଭଳିଆ ହେଲାଣି”। ଅର୍ଥାତ୍, ଲକ୍ଷେ ଟଙ୍କାର ସମ୍ପତ୍ତି ଯାଉ ପଛେ, ମୋର ସେହି ପୁରୁଣା ବେକାର ଜିନିଷଟି ମତେ ଫେରାଇ ଦିଆଯାଉ।)
ଆଜି ଏହାର ଉପସ୍ଥାପନା କାହିଁକି?
………
(୧)”ଭାରତୀୟ ନିର୍ବାଚନ କମିଶନ-ECI”ଙ୍କ ତରଫରୁ ତା୦୩.୦୩.୨୦୨୬ରିଖରେ ଘୋଷଣା କରାଯାଇଛି ଯେ, ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ତା୧୬.୦୩.୨୦୨୬ ତାରିଖରେ ଅନୁଷ୍ଠିତ ହେବ।
ଆସନ୍ତା ଏପ୍ରିଲ ମାସରେ ଯେଉଁ ରାଜ୍ୟଗୁଡ଼ିକରେ ଆସନ ଖାଲି ହେବାକୁ ଯାଉଛି, ସେଗୁଡ଼ିକ ହେଲା: ମହାରାଷ୍ଟ୍ର (୦୭), ତାମିଲନାଡୁ (୦୬), ପଶ୍ଚିମବଙ୍ଗ (୦୫), ବିହାର (୦୫), ଓଡ଼ିଶା (୦୪), ଆସାମ (୦୩), ତେଲେଙ୍ଗାନା (୦୨), ଛତିଶଗଡ଼ (୦୨), ହରିୟାଣା (୦୨) ଏବଂ ହିମାଚଳ ପ୍ରଦେଶ (୦୧)।
ଓଡ଼ିଶାରୁ ଯେଉଁମାନଙ୍କର ତା୦୨.୦୪.୨୦୨୬ରିଖରେ କାର୍ଯ୍ୟକାଳ ସମାପ୍ତ ହେଉଛି, ସେମାନେ ହେଉଛନ୍ତି;
(୧)ମମତା ମହନ୍ତ (ବିଜେପି ),
୨. ସୁଜିତ କୁମାର (ବିଜେପି),
୩. ମୁନ୍ନା ଖାନ୍ (ବିଜତି), ଓ
୪. ନିରଞ୍ଜନ ବିଶି(ବିଜେଡି)
(୨) ମୂଳତଃ, ଏହି ଚାରିଜଣ ବିଜେଡି କୋଟାରେ ଜିତିଥିଲେ ମଧ୍ୟ କ୍ରମିକ ସଂଖ୍ୟା ‘୧ ଓ ୨’ରେ ଥିବା ଦୁଇଜଣ ବିଜେଡି ତଥା ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିର ରାଜ୍ୟସଭା ସଦସ୍ୟ ଭାବରେ ପୁଣି ନିର୍ବାଚିତ ହୋଇଥିଲେ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ।
(୩)ବିଧାୟକଙ୍କ ସଂଖ୍ୟାବଳ ହିସାବରେ ଆସନ୍ତା ନିର୍ବାଚନରେ ବିଜେପି ଦୁଇଟି ତଥା ବିଜେଡି ଗୋଟିଏ ସ୍ଥାନରୁ ଜିତିବା ନିଧାର୍ଯ୍ୟ। ଚତୁର୍ଥ ସ୍ଥାନପାଇଁ ବିଜେଡି ତରଫରୁ ଡଃ ଦତ୍ତେଶ୍ୱର ହୋତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଛି ତ ବିଜେପି ସମର୍ଥନରେ ଶ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି।
(୪)କିନ୍ତୁ, Cross Voting (ଯେତେବେଳେ ଜଣେ ବିଧାୟକ କିମ୍ବା ସାଂସଦ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଅନ୍ୟ କୌଣସି ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି, ତାହାକୁ କ୍ରସ୍ ଭୋଟିଂ କୁହାଯାଏ।) କରେଇବାରେ ମାହେର ଦଳ ଓ ଏହାର ଶୀକାର ହେବାକୁ ଆଗଭର ବିଜେଡି+କଂଗ୍ରେସର ବିଧାୟକଗଣଙ୍କ ଉପରେ ଭରସା ନଥିବାରୁ ,ଶ୍ରୀ ଦିଲ୍ଲିପ ରାୟ ଜିତିବାର ସମ୍ଭାବନା ଅଧିକ ରହିଛି।
(୫) ବିଜେପି ତରଫରୁ ୦୪ଟି ଯାକ ସ୍ଥାନପାଇଁ କାହିଁକି ପ୍ରତିଦ୍ୱନ୍ଦ୍ୱିତା କରାଯାଇନି , ତାହା ବି ଆଲୋଚନାର ବିଷୟ ହୋଇଛି।
ଏଠାରେ “କର୍ଣ ମଲେ ପାଞ୍ଚ ଓ ଅର୍ଜୁନ ମଲେ ବି ପାଞ୍ଚ”ତଥା
“ହାତୀ ବନସ୍ତରେ ବୁଲିଲେ ବି ରାଜାଙ୍କର” ଭଳିଆ ଓଡ଼ିଆ ଲୋକକଥାଗୁଡିଏ ମନେ ପଡୁଛି।
“ସମଝଦାରୋଁ କୋ ଇସାରା କାଫି” ଭଳି ଓଡ଼ିଶାରେ ପ୍ରଚଳିତ ହିନ୍ଦି ଭାଷାର ମୋହାବରାଟିର ସାରମର୍ମ ବି ମନେ ପଡୁଛି।
(୬) ଯଦି କୌଣସି Cross Voting (କ୍ରସ୍ ଭୋଟିଂ) ନହୁଏ ଏବଂ ବିଜେଡି (BJD) ଓ କଂଗ୍ରେସର ସମସ୍ତ ବିଧାୟକ ଦଳର ନିଷ୍ପତ୍ତି ଅନୁସାରେ ଭୋଟ୍ ଦିଅନ୍ତି, ତେବେ ଚତୁର୍ଥ ଆସନରେ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଜିତିବାର ସମ୍ଭାବନା ସବୁଠାରୁ ଅଧିକ।
(୭) ଏହାର ସମ୍ପୂର୍ଣ୍ଣ ଗାଣିତିକ ହିସାବ ଏବଂ ବର୍ତ୍ତମାନର ସ୍ଥିତି
ତଳେ ସ୍ଥାନିତ କରାଯାଇଛି:-
(କ)ସଂଖ୍ୟା ଗଣିତ (Assembly Strength):-
ଓଡ଼ିଶା ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୧୪୭। ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୧ ବିଧାୟକଙ୍କ ପ୍ରଥମ ପସନ୍ଦ (First Preference) ଭୋଟ ଆବଶ୍ୟକ।
(ଖ)ବିଜେପି (BJP):- ୭୯ ବିଧାୟକ+ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସଂଖ୍ୟା ବଳରେ ବିଜେପି ସହଜରେ ୨ଟି ଆସନ ଜିତିପାରିବ। କିନ୍ତୁ ତୃତୀୟ ଆସନ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନାହିଁ।
(ଗ)ବିଜେଡି (BJD): ୪୮ ଜଣ ବିଧାୟକ (୦୨ ନିଲମ୍ବିତଙ୍କୁ ଛାଡି।) ସେମାନେ ନିଜ ବଳରେ ଗୋଟିଏ ଆସନ (ସନ୍ତୃପ୍ତ ମିଶ୍ରଙ୍କ ପାଇଁ) ସହଜରେ ଜିତିପାରିବେ।
(ଘ)କଂଗ୍ରେସ (Congress):- ୧୪ ଜଣ ବିଧାୟକ।
(୮) ଚତୁର୍ଥ ଆସନ ପାଇଁ ମେଣ୍ଟ:-
(କ)ବର୍ତ୍ତମାନର ଖବର ଅନୁସାରେ, ବିଜେଡି ଏବଂ କଂଗ୍ରେସ ହାତ ମିଳାଇଛନ୍ତି। ପ୍ରଥମ ପ୍ରାର୍ଥୀଙ୍କ ପରେ ବିଜେଡି ପାଖରେ ୧୮ ଭୋଟ ବଳକା ରହିବ।କଂଗ୍ରେସର ଭୋଟ: ୧୪।
ମୋଟ (BJD + Congress): ୩୨ଭୋଟ।(ବିଜେଡିର ୦୨ ନିଲମ୍ବିତଙ୍କୁ ଛାଡି।)
ଯଦି ଏହି ସମସ୍ତ ବିଧାୟକ + ସିପିଏମ’ର ୧ ଏକାଠି ହୋଇ ମିଳିତ ପ୍ରାର୍ଥୀ “ଡାକ୍ତର ଦତ୍ତେଶ୍ୱର ହୋତା (Dr. Datteswar Hota)”ଙ୍କୁ ଭୋଟ୍ ଦିଅନ୍ତି, ତେବେ ସେ ଚତୁର୍ଥ ଆସନଟିକୁ ସହଜରେ ଜିତିଯିବେ।
(ଖ)ବିଜେପିର ସ୍ଥିତି:-
ବିଜେପି ତରଫରୁ ଦୁଇଜଣ ଜଣ ପ୍ରାର୍ଥୀ (ମନମୋହନ ସାମଲ, ସୁଜିତ କୁମାର) ଏବଂ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହିସାବରେ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି। ବିଜେପି ୩ୟ ଆସନ ଜିତିବାକୁ ହେଲେ ତାଙ୍କୁ ବିଜେଡି କିମ୍ବା କଂଗ୍ରେସର କିଛି ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ନିର୍ଭର କରିବାକୁ ପଡ଼ିବ।
(ଗ)ସାରମର୍ମ:-
ଯଦି କୌଣସି କ୍ରସ୍ ଭୋଟିଂ ନହୁଏ, ତେବେ ଫଳାଫଳ ଏମିତି ହେବ:
()ବିଜେପି: ୨ଟି ଆସନ (ମନମୋହନ ସାମଲ ଓ ସୁଜିତ କୁମାର) ()ବିଜେଡି: ଗୋଟିଏ ଆସନ – ଡଃ ସନ୍ତୃପ୍ତ ମିଶ୍ର( ଡକ୍ଟର ସନ୍ତୃପ୍ତ ମିଶ୍ର (Dr. Santrupt Misra)।
ସେ ଜଣେ ପୂର୍ବତନ କର୍ପୋରେଟ୍ ପ୍ରଶାସକ ଏବଂ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତୃତୀୟ ଆସନ ପାଇଁ ପ୍ରାର୍ଥୀ କରାଯାଇଛି।
(*)ଡାକ୍ତର ଦତ୍ତେଶ୍ୱର ହୋତା (Dr. Datteswar Hota): ସେ ଜଣେ ବିଶିଷ୍ଟ ୟୁରୋଲୋଜିଷ୍ଟ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ତାଙ୍କୁ ବିଜେଡି ଏବଂ କଂଗ୍ରେସର ‘ମିଳିତ ପ୍ରାର୍ଥୀ’ (Common Candidate) ଭାବେ ଚତୁର୍ଥ ଆସନ ପାଇଁ ମୈଦାନକୁ ଓହ୍ଲାଯାଇଛି।)
(୯) କିନ୍ତୁ ପୁଋଣା ଇତିହାସର ଅଭୀଜ୍ଞତା ଆଧାରରେ ତଥା ‘ବିଜେଡି ଓ କଂଗ୍ରେସ ଏଠାରେ ବା କେନ୍ଦ୍ରରେ ଶାସନରେ ନଥିବାରୁ’,
Cross Voting ଜରିଆରେ ଯେ ଶ୍ରୀ ଦିଲ୍ଲୀପ ରାୟ ଜିତିବେ, ତାହା ଜଳ ଜଳ ହୋଇ ଦିଶୁଛି।
ଓଡ଼ିଶାର ୧୪ କଂଗ୍ରେସ ବିଧାୟକଙ୍କ ଭିତରୁ ସଂଖ୍ୟାଧିକ ତଥା ବିଜେଡିର କିଛି ବିଧାୟକଙ୍କ ସହାୟତାରେ ଦିଲ୍ଲୀପ ରାୟ ଜିତିବା ଥୟ।
ହୁଏତ ସେ ସବୁଠାରୁ ଅଧିକ ଭୋଟ ବି ପାଇ ପାରନ୍ତି।
(୧୦)ଏଭଳି ଗୋଟିଏ ସନ୍ଧିକ୍ଷଣରେ,’ଘୋଡ଼ା ବେପାର’ ଭଳି ଓଡ଼ିଆ ଲୋକକଥାଟିର ମାହାତ୍ମ୍ୟ ସାବ୍ୟସ୍ତ ହେଉଛି ଯାହା ହେଉଛି;
“ସାଧାରଣତଃ ଯେଉଁଠି ନୀତି-ଆଦର୍ଶର ଦ୍ୱାହି ଦିଆଯାଏ, କିନ୍ତୁ ଭିତରେ ଭିତରେ ସ୍ୱାର୍ଥ ହାସଲ ପାଇଁ କପଟପୂର୍ଣ୍ଣ ମୂଲଚାଲ ଚାଲେ, ତାକୁ ହିଁ ‘ଘୋଡ଼ା ବେପାର’ କୁହାଯାଏ”, ଘୋଡ଼ାର କିଣାବିକାରେ ଏଭଳି ପଦ୍ଧତି ଅବଲମ୍ବନ କରାଯାଉଥିବାରୁ।ପୁରୁଣା କାଳରେ ଯେତେବେଳେ ଘୋଡ଼ା ଭଳି ଦାମୀ ପଶୁଙ୍କର କିଣାବିକା ହେଉଥିଲା, ସେତେବେଳେ ଦଲାଲ ଏବଂ ବ୍ୟବସାୟୀମାନେ ପାଟିରେ ମୂଲଚାଲ କରୁନଥିଲେ। ସେମାନେ ପରସ୍ପରର ହାତକୁ ଏକ ଗାମୁଛା ବା ଚାଦର ତଳେ ଢାଙ୍କି ରଖୁଥିଲେ ଓ
ଆଙ୍ଗୁଠି ଚାଳନା ଜରିଆରେ ଘୋଡ଼ାର ଦାମ ନିୟନ୍ତ୍ରଣ କରୁଥିଲେ,
ଯାହା ହେଉଛି “ଘୋଡ଼ା ବେପାର” ଗୋଟିଏ ଶଠତାପୂର୍ଣ କାର୍ଯ୍ୟ।
ହାତୀ କିଣାବିକାରେ ଏଭଳି ପଦ୍ଧତି ଅନୂସୃତ ହେଉଥିଲେ ମଧ୍ୟ ଓଡ଼ିଶାରେ ଏଭଳି ବାଣୀଟିର ପ୍ରଚଳନ ନାହିଁ।
(୧୧)ରାଜନୀତିରେ ନେତାଏ ଜନତାଙ୍କ ଆଗରେ ନୈତିକତାର
ବଡ଼ ବଡ଼ ଭାଷଣ ଦେଇ, ପରଦା ପଛରେ “ହାତୀ ଓ ଘୋଡା ବିକ୍ରି”କରି ଚାଲୁଥିବା ସତ୍ତ୍ୱେ, ଜନତା ସେମାନଙ୍କୁ ସମର୍ଥନ କରିଚାଲିବା ବାବଦରେ ଆମେରିକାର ତୃତୀୟ ରାଷ୍ଟ୍ରପତି ମିଷ୍ଟର ଥୋମାସ ଜେଫରସନ କହିଥିଲେ”People elect a government that they deserve.”
(୧୨)ତା୩୦.୦୪.୨୦୧୪ରିଖରେ ତତ୍କାଳୀନ ରାଜ୍ୟସଭା ସଦସ୍ୟ
ଶ୍ରୀ କଳ୍ପତରୁ ଦାସଙ୍କ ମୃତ୍ୟୁଜନିତ ଗୋଟିଏ ସ୍ଥାନ ଖାଲି ହେବା ପରେ , ତାଙ୍କ ସ୍ଥାନରେ ଆଉଜଣଙ୍କୁ ମନୋନୀତ କରାଯିବା ପରିପ୍ରେକ୍ଷୀରେ ,
ବିଜୁ ଜନତା ଦଳ ସଭାପତି ତଥା ଆମର ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନଜୀଙ୍କ ପାଖକୁ ତା ୧୯.୦୮.୨୦୧୪ରିଖରେ ମୁଁ ପଠେଇଥବା ଉଭୟ ଓଡିଆ ଓ ଅଂଗ୍ରେଜୀଭାଷାର ଚିଠିରେ ଏପରି ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଯଥାଯଥ ଚୟନ କମିଟି ଜରିଆରେ ମନୋନୀତ କରିବାକୁ ଅନୁରୋଧ କରିଥିଲି, ଯିଏ ( କ) ଓଡିଶାର ଦାବି ହାସଲ ପାଇଁ ଆମରଣ ଅନଶନ କରିବାକୁ(ଖ)ସେହି ପଦବୀ ପ୍ରାପ୍ତି ପରେ ମିଳିବା ଦରମା ଇତ୍ୟାଦିକୁ ମୂଖ୍ୟମନ୍ତୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ (ଗ)ସାଂସଦ ପାଣ୍ଠିର ପ୍ରତ୍ୟେକ ଟଙ୍କାଟିଏକୁ ସଦୁପଯୋଗ କରି ତାହାର ବିବରଣୀ ନିଜ Website ରେ ସ୍ଥାନିତ କରିବାକୁ ତଥା (4) ନିର୍ବାଚିତ ହେବା ପୂର୍ବର ନିଜର ସଂପତ୍ତିରେ ଆଉ ଟଙ୍କାଟିଏର ଅଧିକ ସଂପତ୍ତି ନ ବଢେଇବାକୁ ପ୍ରସ୍ତୁତଥିବେ।
ତାହା ପରଠାରୁ କରୋନା ପୂର୍ବକାଳ ପର୍ଯ୍ୟନ୍ତ ଯେତେଥର ଏଭଳି ମନୋନୟନର ସମୟ ଆସିଥିଲା, ସେତେଥର ମୁଁ ତାଙ୍କୁ ଏହି ଧାରାରେ ଚିଠି ଲେଖିଚାଲିଥିଲି ଯଥା,ତା ୩୧.୦୫.୨୦୧୬, ୨୪.୦୩.୨୦୧୬,୦୫.୦୬.୨୦୧୯ ଓ ୩୧.୦୨.୨୦୨୦ରିଖରେ। ମନୀଷୀ ଥୋମାସ ଗ୍ରେ କହିଥିବା “ଯେଉଁଠି ଜ୍ଞାନୀ ହେବା ଆଶୀର୍ବାଦାତ୍ମକ,
ସେଠି ଜ୍ଞାନୀ ହେବା ହିଁ ମୂର୍ଖାମୀ” ଆଧାରରେ ତଥା ନବୀନଜୀଙ୍କ ଅଲିଖିତ “APPLY APPLY NO REPLY” ଆଇନ ମୂତାବକ , ମୋର କିଛି ଖର୍ଚ୍ଚ ହୋଇଥିଲା ସିନା, କିଛି ହିଁ ଫଳ ମିଳିନଥିଲା।
ବିଜେଡି ଦଳ ସହିତ ପୂର୍ବରୁ କୌଣସି ସମ୍ପର୍କ ନଥିବା ସତ୍ତ୍ୱେ, ଯେଉଁମାନଙ୍କୁ ନବୀନଜୀ ଆଣି ସେମାନଙ୍କୁ ସଙ୍ଗେ ସଙ୍ଗେ ରାଜ୍ୟସଭାକୁ ପଠେଇଥିଲେ , ତାହାର ଫଳ ନବୀନଜୀ ଭୋଗିବା ତ ଅବଧାରିତ।
ଦୀର୍ଘଦିନଧରି ଦଳରେ ପଡ଼ି ରହିଥିବା ନେତାଏ ନିଆଁରେ 🔥 ମୂତିଥିଲେ କି?
ଅତଏବ, ଆଜିର ଲେଖାର ଶୀର୍ଷକ “ହାତୀ ନେ, ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ”ର ସାରମର୍ମ ଏହି ତଥ୍ୟଗୁଡିକୁ ଜରିଆରେ ବୁଝେଇ ଦିଆଯାଇ ନାହିଁ କି, ବିଶେଷକରି ଷ୍ଟେଭ ମାର୍ଟିନ ଏବଂ
ବିଜୁ ପଟ୍ଟନାୟକଙ୍କର ପ୍ରାୟ ଏକାରକମର ବୟାନଟିଏ ପରିପ୍ରେକ୍ଷୀରେ, ଯାହାର ସାରାଂଶ ତଳେ ରଖାଯାଇଛି;
(କ)ଷ୍ଟେଭ ମାର୍ଟିନ ଏବଂ ବିଜୁ ପଟ୍ଟନାୟକ:- ଦୁହେଁ ଦୁଇଟି ଭିନ୍ନ କ୍ଷେତ୍ରର (ଜଣେ ହଲିଉଡ୍ ଓ ଅନ୍ୟଜଣେ ରାଜନୀତି) ହେଲେ ମଧ୍ୟ ସେମାନଙ୍କର
ଗୋଟିଏ ଚିନ୍ତାଧାରା ଏକାଭଳି ଥିଲା।
(ଖ)ସମାନତା:- ଷ୍ଟେଭ ମାର୍ଟିନ (ଆମେରିକାର ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ଲେଖକ Steve Martin) ମନୋରଞ୍ଜନ ଦୁନିଆ ପାଇଁ କହିଥିଲେ ଯେ, “ସେଲିବ୍ରିଟିମାନେ କେଳେଙ୍କାରୀ କରି ମଧ୍ୟ ପୁଣି ଷ୍ଟାର୍ ପାଲଟିଯାଆନ୍ତି, କାରଣ ଲୋକେ ସବୁ ଭୁଲିଯାଆନ୍ତି।”
(ଘ)ସେହିପରି ବିଜୁବାବୁ ଏହାକୁ ରାଜନୈତିକ ପ୍ରେକ୍ଷାପଟରେ କହିଥିଲେ ଯେ, “ନେତାମାନେ ଯେତେ ଭୁଲ୍ କଲେ ବି ଲୋକଙ୍କ ସ୍ମରଣଶକ୍ତି କମ୍ ଥିବାରୁ ସେମାନେ ପୁଣି କ୍ଷମତାକୁ ଫେରିଆସନ୍ତି।”
(ଙ)ସାରାଂଶ:- ଉଭୟଙ୍କ ମତରେ, “ଜନସାଧାରଣଙ୍କ ସ୍ମୃତି ବହୁତ କ୍ଷଣସ୍ଥାୟୀ। ଏହି କାରଣରୁ ବଡ଼ବଡ଼ିଆ ବ୍ୟକ୍ତିମାନେ (ନେତା ହେଉ ବା ଅଭିନେତା) ଗୁରୁତର ଅପରାଧ ବା କେଳେଙ୍କାରୀ କରି ମଧ୍ୟ ସମାଜରେ ପୁଣି ଥରେ ନିଜର ପ୍ରତିଷ୍ଠା ଫେରାଇ ପାଇବାରେ ସଫଳ ହୁଅନ୍ତି।”
(ଚ)ସରଳ ଭାଷାରେ କହିଲେ, “ସମୟ ସବୁ ଘଟଣାକୁ ଲିଭାଇ ଦିଏ ଏବଂ ଲୋକଙ୍କର ଭୁଲିଯିବା ଗୁଣ ହିଁ ବଡ଼ଲୋକଙ୍କ ପାଇଁ ସୁରକ୍ଷା କବଚ ପାଲଟିଯାଏ।” ନମସ୍କାର ଓଡ଼ିଆଙ୍କର ବିବେକ ରକ୍ଷକ ମହାଶୟ।

Leave a Reply

Your email address will not be published. Required fields are marked *