ହିନ୍ଦୁଧର୍ମ ଅନୁସାରେ ମଣିଷ ଜନ୍ମ ନେଲାପରେ ତାର ଷୋଡ଼ଶ କର୍ମ ହିଁ ତାକୁ ଜନ୍ମ ମୃତ୍ୟୁ ଚକ୍ର ଭିତରୁ ମୁକ୍ତି ଦେଇଥାଏ।କଣ ସେହି ଷୋଡ଼ଶ ସଂସ୍କାର
“ଶବର ଇଚ୍ଛା “
କୁହାଯାଏ ମୃତ୍ୟୁ ସହ ଇଚ୍ଛା ମାନଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ। ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ତାର ମୃତ୍ୟୁ,ସମାଜର କୌଣସି ପରିବାର ଭିତରେ ହୋଇଥାଏ। କୁହାଯାଏ, ଯେଉଁ ଚୌରାଅଶୀ ଲକ୍ଷ ଜୋନୀ ଜନ୍ମ ନେଲାପରେ ମଣିଷ ଜନ୍ମନିଏ ସେଥିପାଇଁ ମଣିଷକୁ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀର ମାନ୍ୟତା ପ୍ରାପ୍ତି ହୋଇଥାଏ।ତେବେ କଣ ଏହି ମଣିଷ ଜନ୍ମ ଶ୍ରେଷ୍ଠ ଜନ୍ମ ନେବା ପରେ ଆଉ କୌଣସି ଜନ୍ମ ନିଏ ନାହିଁ ମଣିଷ? ଏହା ଏକ ଅନୁଶୀଳନୀୟ ପ୍ରସଙ୍ଗ ହୋଇ କାହିଁ କେତେ କାଳରୁ ରହି ଆସିଛି।

ହିନ୍ଦୁଧର୍ମ ଅନୁସାରେ ମଣିଷ ଜନ୍ମ ନେଲାପରେ ତାର ଷୋଡ଼ଶ କର୍ମ ହିଁ ତାକୁ ଜନ୍ମ ମୃତ୍ୟୁ ଚକ୍ର ଭିତରୁ ମୁକ୍ତି ଦେଇଥାଏ।କଣ ସେହି ଷୋଡ଼ଶ ସଂସ୍କାର?
ମାଆ ଗର୍ଭରୁ ପିଲାଟିଏ ଜନ୍ମ ନେଲାପରେ ତାର ଶୁଦ୍ଧିକରଣ ପାଇଁ ବାପା ମାଆଙ୍କୁ ଏଗାରଟି ସଂସ୍କାର ଦେବାକୁ ହୋଇଥାଏ ନିଜର ସନ୍ତାନକୁ। ତାହା ଗର୍ଭାଧାନ, ପୁଷ୍ପବନ, ସୀମନ୍ତୋନୟନ, ଜାତକର୍ମ, ନାମକରଣ, ନିଷ୍କ୍ରମଣ, ଅନ୍ନପ୍ରାସନ, ଚୌଳ, କର୍ଣ୍ଣବେଧ, ବିଦ୍ୟାରମ୍ଭ ଓ ଉପନୟନ।ଏହି ଏଗାରଟି ସଂସ୍କାର ପରେ ବିବାହ ମଧ୍ୟ ଏକ ସଂସ୍କାର ଯାହା ବଂଶ ରକ୍ଷା ପାଇଁ ଉପଯୋଗ ହୋଇଥାଏ।ଅନେକ ସମୟରେ ଏହି ଉପଚାର ବାପା ମାଆଙ୍କ ଦ୍ଵାରା ସମ୍ପନ୍ନ ହୋଇଯାଏ। ଅନେକ ସମୟରେ ବିବାହ ସତ୍ୟକୁ ହୁଏତ ବାପା ମାଆଙ୍କ ମଧ୍ୟରୁ କେହି ମୃତ୍ୟୁ ମୁଖରେ ପଡିଥାନ୍ତି ବା ବାର୍ଦ୍ଧକ୍ୟ କାରଣରୁ ଅଚଳ ହୋଇ ପଡିଥାନ୍ତି। ସେସବୁକୁ ବିଚାରକୁ ନେଇ ଦେଖିଲେ ସେହି ବିବାହ କର୍ମ ସମୟକୁ ସନ୍ତାନଟି ଯୌବନାବସ୍ଥାରେ ପହଞ୍ଚି ଯାଇଥାଏ ଏବଂ ତାର ବିଚାରବୁଦ୍ଧିର ଜ୍ଞାନ ପ୍ରାପ୍ତ ହୋଇଥାଏ। ତେଣୁ ସେହି ବିବାହପରି ସଂସ୍କାର ସେ ନିଜ ଦାୟିତ୍ୱରେ ନିଜେ କରିବାର ଅନେକ ଦୃଷ୍ଟାନ୍ତ ରହିଛି।
ଏହାର ପରବର୍ତ୍ତୀ ସଂସ୍କାର ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ୟାସ ନିଜଦ୍ଵାରା ସମାହିତ ହୋଇଥାଏ।ଏହି ତିନୋଟି ସଂସ୍କାର ଭିତରେ ଗୃହସ୍ଥ ସଂସ୍କାର ଏକ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ବ ଭିତର ଦେଇ ପାଳନ କରିବାକୁ ହୋଇଥାଏ ଯେଉଁଥିରେ ବୈବାହିକ ସମ୍ପର୍କରେ ଏକ ପରିବାରର ପରିଚାଳନା ଦାୟିତ୍ଵ ଅନ୍ତର୍ଭୁକ୍ତ ହୋଇଥାଏ। ସେହିଠାରେ ମଣିଷ ମନରେ ଥିବା ଅସୁମାରୀ ଇଚ୍ଛାକୁ ପୁରଣ କରିବାର ସୁଯୋଗ ସୃଷ୍ଟି କରିବାକୁ ପଡେ। ପରବର୍ତ୍ତୀ ବଂଶଧର ଯେତେ ଦକ୍ଷ ହେବେ ନିଜର ଇଚ୍ଛା ପୁରଣ ଦିଗରେ ତାହା ସେତେ ସଫଳ ହେବ।ସେହି ସମୟରେ ମଣିଷ ତାର ଶେଷ ଇଚ୍ଛା ପୁରଣ ପାଇଁ ଯେଉଁ ସୁଯୋଗ ପାଏ ସେଥିରେ ତାର ଶେଷ ସଂସ୍କାର ଗୁପ୍ତ ଭାବରେ ରହିଥାଏ,ତାହା ହେଉଛି ଅନ୍ତେଷ୍ଟି କ୍ରିୟା। ଯାହା ତାର ପର ପିଢ଼ି ଦ୍ଵାରା ସମାହିତ ହୋଇଥାଏ।
ଅନେକ ସମୟରେ ଦେଖାଯାଏ, ଜଣେ ମଣିଷ ତାର କର୍ମମୟ ଜୀବନରେ ନିଜର ପୈତୃକ ଭିଟାମାଟି ଠାରୁ ଦୂରରେ ରହିଥାଏ ଏବଂ ସେହି ପୈତୃକ ଭିଟିମାଟିକୁ ଝୁରି ହେଉଥାଏ।ଏପରି ସ୍ଥଳେ ସେ ତାର ଅନ୍ତିମ ଇଚ୍ଛା ପ୍ରକଟ କରି ହୁଏତ ସେହି ପୈତୃକ ଭିଟାମାଟି ବା ଗାଆଁ ଶ୍ମଶାନରେ ନିଜର ଶେଷ ସଂସ୍କାର କରାଇବାର ଇଚ୍ଛା ପୋଷଣ କରିଥାଏ। ଆଉ କେତେକ କୌଣସି ପବିତ୍ର ଆଧ୍ୟାତ୍ମିକ କ୍ଷେତ୍ରରେ ଥିବା ଶ୍ମଶାନରେ ନିଜର ଶେଷ ସଂସ୍କାର କରିବାର ଇଚ୍ଛା ପୋଷଣ କରିଥାନ୍ତି। ଏହି ସଂସ୍କାର ଯେହେତୁ ନିଜର ଭବିଷ୍ୟତ ପିଢିଙ୍କ ଦ୍ଵାରା ହୋଇଥାଏ ସେଠାରେ ସେହି ଶେଷ ଇଚ୍ଛାକୁ ସେମାନେ ପାଳନ କରିବାରେ ହେଳା କରିନଥାନ୍ତି। ଯାହାଦ୍ବାରା ସେହି ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ଲାଭ କରିଥାଏ।
ଉପରୋକ୍ତ ଷୋଡ଼ଶ ସଂସ୍କାର, ମାନବର ତିନି ପିଢିର ସମାହାରରେ ସୋଇଥିବାରୁ ଯେକୌଣସି ବ୍ୟକ୍ତି ନିଜର ପୂର୍ବ ପିଢି ଓ ପରପିଢି ପାଇଁ ଦାୟିତ୍ବ ବହନ କରିଥାନ୍ତି। ଆଜି କେତେକାଂଶରେ ଏହାର ଉଲଙ୍ଘନ ଦେଖିବାକୁ ମିଳିଥାଏ, ଯାହା ସମାଜ,ସସ୍କୃତି ଓ ସଂସ୍କାର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି।
🌄🌴🌹✍️ ସଞ୍ଜୟ ✍️🌹🌳 🌝
















Leave a Reply