ଯେତେ ଦୁଃଖ ଦେବ ଦିଅ ଦୁଃଖହାରୀ ମଥାପାତି ସହିଯିବି,ଅସହ୍ଯ ହୋଇଲେ ମନର ବେଦନା ତୁମ ଆଶ୍ରା ମୁଁ ଲୋଡିବି।ଦୁଃଖସୁଖ ସବୁ ତୁମ ଦାନ ପରା ଏ ମଣିଷ ଭୋଗିଥାଏ, ବିପଦ କାଳରେ ତୁମେ ସାହାହେଲେ ଦୁଃଖ ଅପସରି ଯାଏ ।
ଅଧିକ ଆଶା ମୁଁ କାହିଁକି କରିବି କିଛି ଯିବିନାହିଁ ନେଇ,ଆସିଥିଲି ଏକା ଚାଲିଯିବି ଏକା ପାଖରେ ନଥିବେ କେହି । ତୁମ ଦୟାଥିଲେ ଜୀବନ ଯୁଦ୍ଧରେ ହେବନାହିଁ ପରାଜୟ, ତୁମନାମ ତୁଣ୍ଡେ ନେଉଥିବି ଗାଇ ଜୟ ଜଗନ୍ନାଥ ଜୟ ।ଜୟ ଜଗନ୍ନାଥ।ଆଶ୍ରିତ ବିମଳ।
















Leave a Reply