Spread the love

କନ୍ଧମାଳ : ବାତ୍ୟା ର ମୁକାବିଲା କ୍ୟାମ୍ପ ରେ ସ୍ୱାସ୍ଥ୍ୟସେବା ଜାରି..

କନ୍ଧମାଳ :କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ରେ ଅର୍ଣ୍ଣବ ବାତ୍ୟା ର ତାଣ୍ଡବ ଅନ୍ୟତମ ଦେଖିବାକୁ ମିଳିଛି l କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ରେ ଭୟଙ୍କର ଭୂଷ୍କଳନ ହେଇଥିବା ଯୋଗୁଁ ଉଭୟ ଜିଲ୍ଲାର 7 ଜଣ ଙ୍କର ମୃତ୍ୟୁ ହେଇଥିବା ବେଳେ ଗାଈ ଗୋରୁ ଛେଳି ମାଟି ତଳେ ପୁତି ହେଇ ମୃତ୍ୟୁ ହେଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି l ବାତ୍ୟା ରେ ଆଉରି 6 ଜଣ ନିଖୋଜ୍ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ରେସକ୍ୟୁ ଜାରି ରହିଛି l ବାତ୍ୟା ରେ ପୀଡ଼ିତ ଥିବା ସମସ୍ତ ପରିବାର ଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆଶ୍ରୟ ସ୍ଥଳୀରେ ଅସ୍ଥାୟୀ ଥଇଥାନ କରାଯାଇଛି l

ସେହିପରି ନିଖୋଜ୍ ମାନଙ୍କୁ ରେସକ୍ୟୁ କରିବାରେ ସାମିଲ୍ ଥିବା କର୍ମଚାରୀ ଏବଂ ଗ୍ରାମବାସି ଙ୍କ ସମେତ ରିଲିପ୍ କ୍ୟାମ୍ପ ରେ ଥିବା ସମସ୍ତ ପୀଡ଼ିତ ମାନଙ୍କ ସ୍ୱାସ୍ଥ୍ୟସେବାରେ ଯୋଗଦେଇ ଛନ୍ତି ଡକ୍ଟର୍ ସ୍ୱଭାଗ୍ୟ ଦାସ, ଡକ୍ଟର୍ ତୃପ୍ତିମୋୟୀ ନୟକ ଏବଂ ଏ ଏନ୍ ଏମ୍ ପିଙ୍କି ପ୍ରଧାନ କ୍ୟାମ୍ପ ରେ ରହି ସମସ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି l କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ସମେତ ରେସକ୍ୟୁ ଏବଂ ଓଡ୍ରା ଏବଂ ପୋଲିସ୍ କର୍ମଚାରୀ ଓ ସ୍ୱାସ୍ଥ୍ୟ ସେବାରେ ସାମିଲ୍ ଥିବା ଡକ୍ଟର୍ ନିଜ ନିଜର ଜୀବନ କୁ ବାଜି ଲଗାଇ ଆମ ସୁଖ ଦୁଃଖ ରେ ଭାଗି ହେଇ ସେବା ପ୍ରଦାନ କରୁଥିବା ଦେଖି ଜିଲ୍ଲା ଜିଲ୍ଲା ଏବଂ ଗ୍ରାମବାସୀ ତରଫରୁ ସାଧୁବାଦ ଜଣେଇଛନ୍ତି l