ଶାନ୍ତିସ୍ତୂପଠାରେ ଏନ୍ ଏସ ଏସ ଶିବିର
ଦୀପାବଳୀ ଅବସରରେ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପ ଅଭିଯାନ
ଭୁବନେଶ୍ୱର, ତା ୦୭/୧୧/୨୦୨୬ ରିଖ – Rajat Kumar Mohapatra darshan samikhya
ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଶାନ୍ତିସ୍ତୂପ ସମ୍ମୁଖରେ ଏକ ଦୁଇଦିନିଆ ଜନ ସଚେତନତା ଶିବିର ମହାବିଦ୍ୟାଳୟର ଏନ ଏସ ଏସ ଶାଖା ତରଫରୁ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଏବଂ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର ଏନ୍ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ” ଶୀର୍ଷକ ବିଷୟ ବସ୍ତୁକୁ ନେଇ ୮ରେ ୪ଫୁଟର କାନଭାସରେ ଚିତ୍ର ଅଙ୍କନ କରି ସ୍ୱେଚ୍ଛାସେବୀମାନେ ପର୍ଯ୍ୟଟକ ମାନଙ୍କୁ ସଚେତନ କରିଥିଲେ।ଶିବିର ଅବସରରେ ଶାନ୍ତିସ୍ତୂପ ସମ୍ମୁଖରେ ମହାବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ୨୦ ରେ ୨୦ ଫୁଟର ମୁରୁଜ ଅଙ୍କନ କରି ସେଥିରେ ୧୦୮ ଦୀପ ପ୍ରଜ୍ୱଳନ ପୂର୍ବକ ଦୀପାବଳୀ ଉତ୍ସବର ଅବ୍ୟବହିତ ପୂର୍ବରୁ ବିପଥଗାମୀ ସମାଜରେ ଖୁସି ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ ଏହି କାମନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା, ଲଷ୍ମୀଧର ସ୍ୱାଇଁ ଓ ସ୍ଥାନୀୟ ଦର୍ଶକ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l
ଅଧ୍ୟକ୍ଷ, ଧଉଳି ଚାରୁକଳା ମହାବିଦ୍ୟାଳୟରେ











