Spread the love

ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ /ସାମ୍ବାଦିକ ସମ୍ମିଳନୀ ଓ ଟ୍ରଫି ଉନ୍ମୋଚିତ

ବାରଙ୍ଗ , ୬ |୧୧ : ଦର୍ଶନ ସମୀକ୍ଷା

ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରଙ୍ଗରେ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ ୫ଦିନ ବ୍ୟାପି ଅନୁଷ୍ଟିତ ହେବ। ନଭେମ୍ବର ୨୪ତାରିଖ କର୍ତ୍ତିକ ପୂର୍ଣ୍ଣିମା ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ବାରଙ୍ଗ ମେଡିକାଲ ଛକ ନିକଟ ଆରୋରା ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।ଏହି ଅବସରରେ ନରଣପୁର ରାମେଶ୍ୱର ମନ୍ଦିର ନିକଟରୁ ମା, କନକଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଏକ ଗଣ ଦୌଡର ଆୟୋଜନ କରାଯାଇଛି।ଏହି ଅବସରରେ ୨୪ ତାରିଖ ସକାଳ ୭ ଘଟିକା ସମୟରେ ପ୍ରାଚୀ ନଦୀ ( ପୁରୀ ମେନ୍ କେନାଲ) ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସମାପନ ହେବା ପରେ ସନ୍ଧ୍ୟା ୫ଘଟିକା ସମୟରେ ମହା ସମାରୋହର ମଞ୍ଚ ଉଦ୍ଘାଟନ କରାଯିବା ସହ ଅତିଥୀ ମାନଙ୍କୁ ମଞ୍ଚାସୀନ କରାଯିବ ।

ଅଖଣ୍ଡବାରଙ୍ଗର ୧୯ଗୋଟି ଗ୍ରାମପଞ୍ଚାୟତର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚୂଡଙ୍ଗ ଐତିହ୍ୟ ସମ୍ବନ୍ଧରେ ବକୃତା ଓ ସାଧାରଣ ଜ୍ଞାନର ପ୍ରତିଯୋଗିତା, କ୍ରୀଡା ବିତ,ରାଜନେତା, ଐତିହାସିକ, ଶିକ୍ଷାବିତ୍, ଦାର୍ଶନିକ, ସାହିତ୍ୟକ, କଳାକାର ମାନଙ୍କୁ ନେଇ ଫୁଟବଲ ଓ କ୍ରିକେଟ ପ୍ରତିଯୋଗିତା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରାଯିବା ସହ ଚୁଢଙ୍ଗ ସମ୍ମାନ-୨୦୨୬ ରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଅଛି।
ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟର ପାଇକ ସମର ସଜ୍ଜା, ସମ୍ବଲପୁରୀ ନୃତ୍ୟ, ଛଉ ନୃତ୍ୟ ଭଳି ବିଭିନ୍ନ ଲୋକକଳା ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ବୈଠକରେ ଉପଦେଷ୍ଟା ଶ୍ରୀଯୁକ୍ତ ସୁନିଲ ସିଂହ, ଉପଦେଷ୍ଟା ଶ୍ରୀଯୁକ୍ତ ଅମରେନ୍ଦ୍ର ମହାପାତ୍ର, ମହୋତ୍ସବ କମିଟି ର ସମ୍ପାଦକ ରାମଚନ୍ଦ୍ର ଦାସ,ଦିପକ କୁମାର ସ୍ୱାଇଁ,, କୃଷ୍ଣଚନ୍ଦ୍ର ମଲ୍ଲିକ, ତପନ ସେଠୀ, ପ୍ରମୋଦ କୁମାର ରାଉତ, ଭୂପତି ଭୂଷଣ ପ୍ରଧାନ ସନ୍ତୋଷ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।