ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡିଆରେ ଛଅଟି ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଆନ୍ତ ବିଦ୍ୟାଳୟ “ଖେଳିବା ଓ ବଢିବା” ବନ୍ଧୁତ୍ବ ମୂଳକ ଫୁଟବଲ୍ ପ୍ରତିଯୋଗୀତା
ପାଟଣା ୬/୧୧: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ବାରା ଏଇଆଇଏନ ର ସହଯୋଗରେ କେନ୍ଦୁଝରର ପାଟଣା ବ୍ଲକ ସ୍ଥିତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡିଆରେ ଆଯୋଜିତ ହୋଇଥିଲା ୬ଟି ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଆନ୍ତ ବିଦ୍ୟାଳୟ “ଖେଳିବା ଓ ବଢିବା” ବନ୍ଧୁତ୍ଵ ମୂଳକ ଫୁଟବଲ୍ ପ୍ରତିଯୋଗୀତା । ଏହି ପ୍ରତିଯୋଗିତାରେ କେନ୍ଦୁଝରର ପାଟଣା ବ୍ଳକର କେନ୍ଦେଇପୋଷିର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରଦ୍ଧାପୁର ପ୍ରାଥମିକ ବିଦ୍ୟାଳୟ, ପଲାଣଘାଟି ଉଚ୍ଚ ବିଦ୍ୟାଳୟ, ବଣମହୁଲଡିହାର ସୋନାଖମ ଉଚ୍ଚ ବିଦ୍ୟାଳୟ,ଓ ଘଟଗାଁ ବ୍ଲକର ବଡଜାମୁପୋଷିର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ମାନଙ୍କ ମଧ୍ୟରେ “ଖେଳିବା ଓ ବଢିବା” ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ଖେଳ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ଳିଙ୍ଗସମାନତାକୁ ପ୍ରୋତ୍ସାହିତ କରିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ନେତୃତ୍ବର ବିକାଶ ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସମସ୍ତ ଅତିଥୁମାନେ ଉଦଘାଟନ କରିଥିଲେ । ଏହି ଅବସରରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ କହିଥିଲେ ପାଠ ପଢିବା ସହିତ ଝିଅ ମାନେ ମଧ୍ଯ ଖେଳିବା ଆବଶ୍ୟକ, ଏହା ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟିକରି ସେମାନଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ । ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ଵର ମହାନ୍ତ କହିଲେ ଏହିପରି କାର୍ଯ୍ୟକ୍ରମ ଝିଅମାନଙ୍କର ନେତୃତ୍ବ ବିକାଶରେ ବହୁତ ସହାୟକ ହେବ । ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ କେନ୍ଦୁଝରର ସହାୟକ ଶ୍ରମ ଅଧିକାରୀ ଅମରେଶ କୁମାର କର ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ I ଅନ୍ୟ ଅତିଥ୍ ମାନଙ୍କ ମଧ୍ୟରେ ମୁରୁସୁଆଁ ର ସରପଞ୍ଚ ହଋଶଙ୍କର ଦେହୁରି ଓ ସିଆରସିସି ଜ୍ୟୋତି ରଞ୍ଜନ ସେଠୀ, ପ୍ରମୁଖ ଯୋଗଦେଇ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ ।
ଏହି ଅବସରରେ ପାର୍ଶ୍ବକାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ବର ବିକାଶ ସମ୍ବନ୍ଧିୟ ତାଲିମ ମଧ୍ଯ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ୭୨ରୁ ଉଦ୍ଧ ଛାତ୍ରୀ ଭାଗନେଇ ଥିଲେ । ଏହି ପ୍ରତିଯୋଗିତାର ରେଫରି ଭାବରେ ଗଙ୍ଗାଧର ମହାନ୍ତ ପରିଚାଳନା କରିଥିଲେ ଓ ଭାଷ୍ୟକାର ଅରୁଣ କୁମାର ମହାନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପିକକ୍ ର ସତ୍ୟ ନାରାୟଣ ମହନ୍ତ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ପୂଜା ପଣ୍ଡା ଓ ଦ୍ରୌପଦୀ ବେଜ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଓ ପିକକ୍ ର ଅନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।











