Spread the love

ଢେଙ୍କାନାଳରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ୮୯ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରା

ଢେଙ୍କାନାଳ, ୨୭/୧୦/୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ୮୯ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ ଦର୍ଶନ ନିମନ୍ତେ ଯାତ୍ରା କରିଛନ୍ତି। ଏହି ଉପଲକ୍ଷେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱସ୍ତିରଞ୍ଜନ ସାହୁ ବସ୍‌ଗୁଡ଼ିକୁ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିସହ ଯାତ୍ରୀମାନଙ୍କ ସୁଖଦ ଓ ନିରାପଦ ଯାତ୍ରା କାମନା କରିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏହି ୮୯ ଜଣ ତୀର୍ଥଯାତ୍ରୀ ବସ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ନୂଆ ଭୁବନେଶ୍ୱର ରେଳ ଷ୍ଟେସନରୁ ୬ଟି ଜିଲ୍ଲାର ମୋଟ ୭୭୫ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ।

ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବା ସହ ସେମାନଙ୍କ ଧାର୍ମିକ ଭାବନା ଓ ଆଧ୍ୟାତ୍ମିକ ଅନୁଭୂତିକୁ ସମୃଦ୍ଧ କରିବାରେ ସହାୟକ ହେଉଛି।