Spread the love

“ବୀରରାମଚନ୍ଦ୍ରପୁର ଯୁବସଙ୍ଘ”ର ୧୧୮ତମ ବାର୍ଷିକ ଉତ୍ସବ ପାଳିତ

ପୁରୀ (ଦର୍ଶନ ସମୀକ୍ଷା)
ପୁରୀ ଜିଲ୍ଲା ର ସତ୍ୟବାଦୀ ବ୍ଲକ ବ୍ଲକ ଅଧିନସ୍ଥ ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ଠାରେ”ବୀର ରାମଚନ୍ଦ୍ରପୁର ଯୁବସଙ୍ଘ”ର ୧୧୮ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାର ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓଁ ପ୍ରକାଶ ମିଶ୍ର ଯୋଗଦେଇ ରାଜ୍ୟ ସରକାର ଙ୍କର ଦୁଇ ବର୍ଷ ଶାସନ ଭିତରେ ବୀରରାମଚନ୍ଦ୍ର ପୁର ଗ୍ରାମ ପାଇଁ ମଞ୍ଜୁର ହୋଇଥିବା ଉର୍ଣ୍ଣୟନ ପ୍ରକଳ୍ପ ର ସମାପ୍ତି ,ଏବଂ ଅଧୁରା କାର୍ଯ୍ୟ କିପରି ଶୀଘ୍ର ସମାପନ ହେବ ତା ଉପରେ ଆଲୋକପାତ କରିଥିଲେ।

ଗ୍ରାମବାସୀ ଙ୍କ ପକ୍ଷରୁ କିଛି ଦାବି ଖୁବଶୀଘ୍ର ପୂର୍ଣ ହେବ ବୋଲି ବିଧାୟକ ଶ୍ରୀଯୁକ୍ତ ମିଶ୍ର ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଇଲୋଟ୍ରୋନିକ୍ସ ମିଡିଆ କନକ ନିଉଜ ,ଏବଂ ପ୍ରିଣ୍ଟ ମିଡିଆ ଦୈନିକ ‘ସମ୍ବାଦ ‘ର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ତ୍ରିପାଠୀ ଗ୍ରାମର ମୁଖ୍ୟ ସମସ୍ୟା ଗୁଡିକ ଉପରେ ଆଲୋଚନା ଏହା ସ୍ଥାୟୀ ପ୍ରତିକାର ବିଷୟ ରେ ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପୁରୀ ଲୋକସଭା ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ତ୍ରିଲୋଚନ ରଥ,ଏବଂ ପୁରୀ ର ସ୍ୱନାମଧନ୍ୟ ବ୍ୟବସାୟୀ,ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଦିପେନ ଚନ୍ଦ୍ର ଦେବ ଅନ୍ୟତମ ସମ୍ନାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।ଯୁବସଙ୍ଘ ର ଉପରମହଲା ପାଇଁ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ମିଳିଥିବା ଅନୁଦାନ ରେ ସମାପ୍ତ ଗୃହ କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମିଶ୍ର ଶୁଭ ଉଦଘାଟନ କରିଥିଲେ। ଯୁବସଙ୍ଘ ର ଅଧ୍ୟକ୍ଷ ଶ୍ରୀଯୁକ୍ତ କ୍ଷେତ୍ରମୋହନ ମିଶ୍ର କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଦାଶ ବିବରଣୀ ପାଠ କରିଥିଲେ,।

କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ୱ ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର, ଶ୍ରୀଯୁକ୍ତ ପ୍ରସନ୍ନଜିତ ମିଶ୍ର,ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର, ଶ୍ରୀଯୁକ୍ତ ସୌଜନ୍ୟକାନ୍ତ ଦାଶ, ଶ୍ରୀଯୁକ୍ତ ବଳଭଦ୍ର ମହାପାତ୍ର, ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମିଶ୍ର,ଶ୍ରୀଯୁକ୍ତ ସନ୍ତୋଷ ରଥ,ଶ୍ରୀଯୁକ୍ତ ସନ୍ତୋଷ ମହାପାତ୍ର, ପ୍ରଭୁତି ସମ୍ପାଦନା କରିଥିଲେ।ଶେଷରେ ଯୁବସଙ୍ଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭରେ ଗ୍ରାମର କୁନି କଳାକାର ଯୁବକ ଯୁବତୀ ଙ୍କ ଦ୍ଵାରା ନୃତ୍ୟଗୀତ କାର୍ଯ୍ୟକ୍ରମ ଓଡ଼ିଶୀ, ସମ୍ବଲପୁରୀ, ଏବଂ ଆଧୁନିକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା।ଏବଂ ସର୍ବ ଶେଷ ରେ ଗ୍ରାମ ର ଅଭିଜ୍ଞ ତଥା ଯୁବ କଳାକାର ଙ୍କୁ ନେଇ ନାଟ୍ୟ ନିର୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ପତି ଙ୍କ ନିର୍ଦେଶନାରେ ନାଟକ’ଦରିଆ କୁଳ ର ଦରଦୀ ବନ୍ଧୁ’ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିବା ରୁ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା କୁ ଆଖିରେ ରଖି ସତ୍ୟବାଦୀ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।