ବୁଧବାର ହ୍ୱାଇଟ୍ ହାଉସ୍ ବାହାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ Walt Disney Company ମାଲିକାନାରେ ଥିବା ABC Newsର ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ:
“ହବାର୍ଡଙ୍କୁ ମୁକ୍ତ କରିବା ପାଇଁ ରୁଷିଆ ଉପରେ ଲାଗିଥିବା କଟକଣା ହଟାଇବା କ’ଣ ରୁଷିଆକୁ ବଦଳରେ କିଛି ଦେବା ସହ ସମାନ ନୁହେଁ?”
ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ:
“ତୁମେ କ’ଣ ଜଣେ ମୂର୍ଖ? ତୁମେ କେଉଁ ଗଣମାଧ୍ୟମ ପାଇଁ କାମ କରୁଛ?”
ସାମ୍ବାଦିକ ଜଣକ “ABC News” ବୋଲି କହିବା ପରେ ଟ୍ରମ୍ପ କହିଥିଲେ:
“ତୁମେ ଜଣେ ମୂର୍ଖ। ଆଉ ହଁ, ତୁମ ନେଟୱର୍କ ସବୁଠାରୁ ଖରାପ।”
ସେହି ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ CNNର ସାମ୍ବାଦିକ କୈଟଲାନ୍ କଲିନ୍ସଙ୍କୁ ମଧ୍ୟ ଅପମାନିତ କରିଥିଲେ। ତାଙ୍କୁ କହିଥିଲେ:
“ତୁମେ ଜଣେ କମ୍ ବୁଦ୍ଧିମତୀ ବ୍ୟକ୍ତି… ତୁମେ ଜଣେ ବୋକା।”
ସେପ୍ଟେମ୍ବର ମାସରେ ରାଷ୍ଟ୍ରପତି ଟ୍ରମ୍ପ CNN, MS Now, Politico ଫେକ ନ୍ୟୁଜ ଚଳାଉଛନ୍ତି କହି ହ୍ୱାଇଟହାଉସରେ ଏହି ମିଡିଆ କର୍ମଚାରୀଙ୍କ ପ୍ରବେଶ ଉପରେ ବ୍ୟାନ ଲଗାଇଥିଲେ। ତେବେ ସେହି କଟକଣାକୁ କଲମ୍ବିଆ ଜିଲ୍ଲା କୋର୍ଟ ହଟାଇ ଦେଇଥିଲେ!











