ରାବଣ ପୋଡ଼ି କାହିଁକି ?
——————-@————-
ଭାରତ ବର୍ଷ ଏକ ସଂଘିୟ ବ୍ୟବସ୍ଥା ମଧ୍ୟରେ ଚାଲିଛି। ସମସ୍ତ ଧର୍ମ, ଜାତି, ଭାଷା, ଚଳଣି, ଆଚାର,ବ୍ୟବହାର,ପର୍ବ ,ପର୍ବାଣି ଓ ଆଞ୍ଚଳିକ ସଭ୍ୟତା, ସଂସ୍କୃତିକୁ ନେଇ ଭାରତର ଜନ ସାଧାରଣ ଚଳି ଆସୁଛନ୍ତି।ସବୁଠାରୁ ମହତ୍ତ୍ୱ ପୂର୍ଣ୍ଣ କଥା ହେଉଛି ବିଭିନ୍ନତା ମଧ୍ୟରେ ଏକତା ବିଶ୍ୱରେ ଆମ ଦେଶର ବୈଶିଷ୍ଟତା।
ଆମ ଦେଶର ଅନେକ ପୌରାଣିକ କଥାବସ୍ତୁ ଓ ଐତିହ୍ୟ ରହିଛି। ଏସବୁ ନେଇ ଆମ୍ଭେ ଭାରତୀୟମାନେ ଦୀର୍ଘ ଦିନ ଧରି ଚଳି ଆସୁଛେ। ସମୟ ବଦଳିଛି ସଂସ୍କୃତି ମଧ୍ୟରେ ଅନେକ ଅପସଂସ୍କୃତି ବା କୁସଂସ୍କାର ମଧ୍ୟ ରହିଛି। ଭାରତବର୍ଷର ଅନେକ ସାଧକ ମହାପୁରୁଷ କୁସଂସ୍କାର ର ବିଲୋପ ପାଇଁ ସଂଗ୍ରାମ କରି ପରିବର୍ତ୍ତନ କରିଛନ୍ତି।
ଆମ ଭାରତ ବର୍ଷରେ ପ୍ରତିବର୍ଷ ଦଶହରା ମହା ଆଡମ୍ବରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ପାଳନ କରାଯାଉଅଛି। ସେଥି ମଧ୍ୟରେ ଦଶହରାର ଶେଷ ଦିନରେ ବିଜୟା ଦଶମୀ ପାଳନ କରାଯାଇଥାଏ। ଉକ୍ତ ଦିନରେ ଅନେକ ସ୍ଥାନରେ “ରାବଣ ପୋଡ଼ି” କରାଯାଇଥାଏ। ରାବଣ ଓ ରାମ ବିଶେଷ କରି ରାମାୟଣର ଅଂଶ ବିଶେଷ। ଭାରତବର୍ଷର ଯେଉଁ ରାମାୟଣ ଲେଖାଯାଇଅଛି ତାହା ସାଧାରଣତଃ ୩୦୦ ପ୍ରକାରର। ଯଦି ରାମାୟଣ ସତ ହୋଇଥାଏ, ତାହା ମଧ୍ୟରେ ଅନେକ ସତ୍ୟ ଲୁକାଇତ ହୋଇ ରହିଛି।ଯାହା ସାଧାରଣ ମଣିଷ ଙ୍କୁ ସଠିକ ଭାବେ କୁହାଯାଇ ନାହିଁ। ପ୍ରକୃତରେ ବିଚାର କରାଗଲେ ‘ରାମ’ ଙ୍କ ଠାରୁ ରାବଣ ହେଉଛନ୍ତି ମହାନ। ସମସ୍ତେ ସାଧାରଣତଃ ରାମ ଙ୍କୁ ପୂଜା କରନ୍ତି। ଏହା ବିଶେଷ କରି ଉତ୍ତର ଓ ପୂର୍ବ ଭାରତରେ ରାମ ଙ୍କୁ ପୂଜା କରାଯାଏ। କିନ୍ତୁ ଦକ୍ଷିଣ ଭାରତରେ ରାବଣ ଙ୍କୁ ପୂଜା କରାଯାଇଥାଏ।
ପ୍ରକୃତରେ ସୀତା ହେଉଛନ୍ତି ରାବଣର ଝିଅ। ଝିଅ କୁ ବାପା କେବେ ଅପହରଣ କରିପାରେ କି ? ଯଦି ରାବଣ ସୀତାଙ୍କୁ ହରଣ କରି ନେଇଥିଲେ ରାଣୀ କରିବା ପାଇଁ, ତାହିଲେ ସେ ସୀତା ଙ୍କୁ ରାଜ ଉଆସରେ ନ ରଖି ଅଶୋକ ବନରେ କାହିଁକି ରଖିଲେ। ରାବଣ ଏକ ମହାନ ପୁରୁଷ ।ସେ ଜଣେ ମହାନ ଜ୍ଞାନୀ ଥିଲେ। ତାଙ୍କର ଆୟୁର୍ବେଦ ଶାସ୍ତ୍ର ରେ ପାରଙ୍ଗମ ଥିଲେ।ସୀତା ଙ୍କର ବନ୍ଧ୍ୟା ଦୋଷ ଥିଲା, ରାବଣ ଏହା ଜାଣିଥିଲେ ,ତେଣୁ ସୀତାଙ୍କୁ ନେଇ ଅଶୋକ ବନରେ ରଖିଥିଲେ, ସୀତା ଙ୍କର ବନ୍ଧ୍ୟା ଦୋଷ ଦୁର କରିବା ପାଇଁ।
ଯଦି ରାମାୟଣ ସତ୍ୟ ତାହାଲେ ରାମ -ରାବଣ ଯୁଦ୍ଧ ଥିଲା ମିଛ କିମ୍ବା ସଲାକୁସ୍ତି। ଏଠାରେ ଅନେକ ପ୍ରଶ୍ନ ଉଠେ, ଯଦି ରାମ-ରାବଣ ଙ୍କ ମଧ୍ୟରେ ଶତୃତା ଥିଲା ତାହାଲେ ରାବଣ ସୀତାଙ୍କୁ ସାଥିରେ ଆଣି କିପରି ସେତୁ ବନ୍ଧ ପ୍ରତିଷ୍ଠା କଲେ ?ସେତୁବନ୍ଧ ପ୍ରତିଷ୍ଠା ପରେ ରାବଣ ରାମଙ୍କ ଠାରୁ କ’ଣ ଦକ୍ଷିଣା ନେଲେ ? ରାବଣଙ୍କ ମୃତ୍ୟୁ ସମୟରେ ସୀତା କ’ଣ ପାଇଁ ରାବଣଙ୍କୁ ଦେଖା କରିଥିଲେ ?
ରାବଣ ମା’ସୀତାଙ୍କୁ ସବୁ ସମୟରେ ସମ୍ମାନ ଦେଇ ଆସିଛନ୍ତି।କିନ୍ତୁ ମର୍ଯ୍ୟାଦା ପୁରୁଷ କୁହାଯାଉଥିବା ଶ୍ରୀରାମଚନ୍ଦ୍ର ସୀତାଙ୍କୁ ସବୁ ସମୟରେ ନିର୍ଯାତନା ଦେଇ ଆସିଛନ୍ତି। ଯେଉଁ ସ୍ଵାମୀ ପର କଥାରେ କୌଣସି ବିଚାର ବିମର୍ଶ ନକରି ନିଜର ଗର୍ଭବତୀ ସ୍ତ୍ରୀ କୁ ଜଙ୍ଗଲରେ ଛାଡିବା ପାଇଁ ନିର୍ଦ୍ଦେଶ ଦିଏ, ଯିଏ ନିଜର ସ୍ତ୍ରୀ କୁ ସତୀତ୍ଵ ପରୀକ୍ଷା କରିବା ପାଇଁ ଅଗ୍ନି ମଧ୍ୟରେ ପ୍ରବେଶ ପାଇଁ କ୍ରୂର ନିଷ୍ପତ୍ତି ନେଇପାରନ୍ତି ସେ କିପରି ହେଲେ ମର୍ଯ୍ୟାଦା ପୁରୁଷ ?
ଐତିହାସିକ ଘଟଣା ହେଲା ରାମ-ରାବଣ ଯୁଦ୍ଧ, ଦ୍ରାବିଡ଼ ଓ ଆର୍ଯ୍ୟ ମାନଙ୍କ ମଧ୍ୟରେ ଥିଲା
ଶେଷ ଯୁଦ୍ଧ।
ଏଣୁ ବିନମ୍ର ନିବେଦନ ରାବଣ ପୋଡ଼ି ର ଆବଶ୍ୟକତା ନାହିଁ ଓ ପୋଡନ୍ତୂ ନାହିଁ। ଏହାଦ୍ବାରା ଆମର ସଂଘିୟ ବ୍ୟବସ୍ଥା ପ୍ରତି ପ୍ରଭାବ ପଡିବା ସହିତ ଆନେକ ମଣିଷ ହୃଦୟରେ ଆଘାତ ସୃଷ୍ଟି ହେଉଛି।
କମ୍ରେଡ ନାରାୟଣ, ବେଲେଶ୍ଵର ପୁର, ସୋମପୁର, ଜଗତସିଂହପୁର
ମୋ ନଂ-9438483023
ବି:ଦ୍ର:-ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବାଖ୍ୟା କରାଯାଇପାରିଵ।











