Spread the love

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ମା’ମାନଙ୍କୁ ଶାଢ଼ି ଓ ଛତା ଉପହାର ।।

କଟକସଦର,: ଦର୍ଶନ ସମୀକ୍ଷା

କଟକସଦର ବ୍ଲକ ଅନ୍ତର୍ଗତ ଇଶାଣୀବ୍ରହ୍ମପୁର ଗ୍ରାମରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ତରଫରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ମା’ମାନଙ୍କୁ ଶାଢ଼ି ଓ ଛତା ବଣ୍ଟନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଇଶାଣୀବ୍ରହ୍ମପୁର ସରପଞ୍ଚ ସୁଶାନ୍ତ କୁମାର ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦୃଷ୍ଟିହୀନ ବିଶିଷ୍ଟ କଣ୍ଠଶିଳ୍ପୀ ଅବଦୁଲ ସମଦ ନିଜାମ ଓ ବିଶିଷ୍ଟ ସ୍ତମ୍ଭକାର ତଥା ଆଦର୍ଶ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ ଆଚାର୍ଯ୍ୟଙ୍କୁ ସ୍ବତନ୍ତ୍ର ଦୟାନିଧି ପ୍ରତିଭା ସମ୍ମାନ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ ତଥା ପ୍ରଧାନ ଗୁରୁଜୀ ସରୋଜ କୁମାର ସାହୁ, ପଣ୍ଡିତ ପ୍ରତାପ ସେଠୀ, ସମାଜସେବୀ ସୁକାନ୍ତ କୁମାର ହୋତା, ଅଶୋକ କୁମାର ସାହୁଙ୍କୁ ପ୍ରତିଷ୍ଠାନର ସମ୍ପାଦ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି ସରୋଜ ନଳିନୀ ପରିଜା ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମିର୍ଜା ସରାଫତ ବେଗ ସଂଯୋଜନା କରିଥିଲେ। ସାମ୍ବାଦିକ ଅଫସର ଅଲ୍ଲୀ ଉପସ୍ଥିତ ଥିଲେ। ଶାଶ୍ୱତ ଓଡ଼ିଆ ପ୍ରତିଭାର ସମ୍ପାଦକ ଖଗେଶ୍ୱର ଖଣ୍ଡୁଆଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସ୍ଥତ ସମସ୍ତଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।