ସନ୍ଧ୍ୟା ଆରତୀ // ଗୋଧୂଳିର ପ୍ରାନ୍ତେ ନିଶା ଆବାହନେ ସ୍ବାଗତ ପ୍ରଦୀପ ଜାଳି।ସିମନ୍ତିନୀ ପୂଜେ ବୃନ୍ଦାବତୀ ମୂଳେ ଉଚ୍ଛୁଳାଇ ହୁଳହୁଳି- ସଞ୍ଜୟ ରଥ ଭୁବନେଶ୍ୱର

Spread the love

ସନ୍ଧ୍ୟା ଆରତି
ଗୋଧୂଳିର ପ୍ରାନ୍ତେ ନିଶା ଆବାହନେ
ସ୍ବାଗତ ପ୍ରଦୀପ ଜାଳି।
ସିମନ୍ତିନୀ ପୂଜେ ବୃନ୍ଦାବତୀ ମୂଳେ
ଉଚ୍ଛୁଳାଇ ହୁଳହୁଳି।।

ଗୋଧୂଳି ଲଗନେ ଧର୍ମ ସନ୍ଧିକ୍ଷଣେ
ଗୀତା ଭାଗବତ ଧ୍ବନୀ।
ରଜନୀ ପ୍ରବେଶ ଶ୍ୟାମ ସୌମ୍ୟ ବେଶ
ଧରାରେ ଆଶିଷ ଘେନି।।

ରଜନୀକାନ୍ତର ଶୀତଳ ଜ୍ୟୋତ୍ସାରେ
ଅମୃତର ଅନୁଭବ।
ତାରା ଫୁଲ ମେଳେ କୁମୁଦିନୀ ଜଳେ
ପ୍ରକୃତି ପ୍ରୀତି ଉତ୍ସବ।।

ପ୍ରଣବ ପୃଷ୍ଠାର ପ୍ରଣୟ ଚେତନା
ନୀଳନଭେ ପ୍ରକୀର୍ତ୍ତିତ।
ବିଶ୍ବପ୍ରାଣ ସ୍ଥିର ସଂଦେଶେ ସ୍ରଷ୍ଟାର
ପ୍ରକୃତି ଢାଳେ ଅମୃତ।।

Oplus_131072

✍️
ସ୍ଵପ୍ନ
“ସ୍ଵପ୍ନ”
ତୁମେ କେବେ
ଶୂନ୍ୟ ଚେତନାରେ
ମନରେ ଭାବନା ସମ।
“ସ୍ବପ୍ନ”
ତୁମେ କେବେ
ଯାଯାବର ହୋଇ
ନିରନ୍ତର କେତେ ଭ୍ରମ।।

“ସ୍ବପ୍ନ”
ତୁମେ କେବେ
ସ୍ବାସ୍ଥ୍ୟ ସମ୍ପଦରେ
ପ୍ରକୃତିର ଅନୁକ୍ରମ।
“ସ୍ବପ୍ନ”
ତୁମେ କେବେ
ପ୍ରକୃତିର ଦାନ
ଚିକିତ୍ସାରେ ଅନୁପମ।।

“ସ୍ବପ୍ନ”
ତୁମେ କେବେ
ବିସ୍ମୟ ଜିଜ୍ଞାସା
ବିଜ୍ଞାନର ପରାକ୍ରମ।
“ସ୍ବପ୍ନ”
ତୁମେ କେବେ
ଦର୍ଶନ ତତ୍ତ୍ଵରେ
ଭିନ୍ନ କେଉଁ ଆତ୍ମାରାମ।।

“ସ୍ବପ୍ନ”
ତୁମେ କେବେ
ମୃତ୍ୟୁ ମହାଯଜ୍ଞ
ମୁକ୍ତି ମୋକ୍ଷ ଉପଶମ।
“ସ୍ବପ୍ନ”
ତୁମେ କେବେ
ମହାମୃତ୍ୟୁଞ୍ଜୟ
ଚିରଞ୍ଜିବୀ ଉପକ୍ରମ।।
ସଞ୍ଜୟ ✍️