ବିଶ୍ୱ ଅନୁବାଦ ଦିବସ ପାଳିତ
“ଅନୁବାଦ ହିଁ ସାହିତ୍ୟିକ ଓ ସାଂସ୍କୃତିକ ସମ୍ପର୍କର ସେତୁ “
ଗୌହାଟୀ ପପ୍ରେସ କ୍ଲବରେ କାର୍ଯ୍ୟକ୍ରମ
ଗୌହାଟୀ / 01.10 ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ବିଶ୍ୱ ଅନୁବାଦ ଦିବସ ଅବସରରେ ଆସାମର
ଗୌହାଟୀ ପ୍ରେସ କ୍ଲବରେ ଆୟୋଜିତ ଏକ ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ତଥା ଓଡ଼ିଶାର ସାହିତ୍ୟିକମାନଙ୍କ ସମାବେଶରେ ଆଠଟି ପୁସ୍ତକ
ଲୋକାର୍ପିତ ହୋଇଯାଇଛି |ପ୍ରସିଦ୍ଧ ଅସମୀୟା କବି ଡ଼. ନୀଲିମ କୁମାର, ବିଶିଷ୍ଟ ଅନୁବାଦକ ଜୟନ୍ତ ମାଧବ ବୋରା, ବିପୁଲ ଦେଉରି,
ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ର. ଦୀପମଣି ମହାନ୍ତ, ଅରୁଣାଚଳୀ ଲେଖକ ୱାଙ୍ଗଚୁକ ସୋସିଆ, ଓଡ଼ିଆ କବି
ସୂର୍ଯ୍ୟ ମିଶ୍ର ଓ କଥାକାର ଦେବାଶିଷ ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଅନୁବାଦ ମାଧ୍ୟମରେ ଭାଷାଗତ, ସାହିତ୍ୟିକ ଓ ସାଂସ୍କୃତିକ ବିନିମୟ ସଶକ୍ତ ହୋଇଥାଏ ବୋଲି ଉଲ୍ଲେଖ କରି ବିଶ୍ୱ ଅନୁବାଦ ଦିବସର ତାତ୍ପର୍ଯ୍ୟ
ନେଇ ମତ ବ୍ୟକ୍ତ କରିଥିଲେ |
କାର୍ଯ୍ୟକ୍ରମରେ ପ୍ରଥମ ଓଡ଼ିଆ ଉପନ୍ୟାସ ‘ପଦ୍ମମାଳୀ’, ଅକ୍ଷୟ ଓଝାଙ୍କ
‘ସଂକ୍ଷିପ୍ତ ରୂପରେ ଶ୍ରୀଜଗନ୍ନାଥ ‘, ମରାଠୀ ଲେଖକ ଜ୍ଞାନେଶ୍ୱର ମୂଳେଙ୍କ ‘ଶାନ୍ତିର
ଭରାଭାତରୀ ‘ କବି ନୀଲିମ
କୁମାରଙ୍କ ନିର୍ବାଚିତ କବିତାର ଓଡ଼ିଆ ଅନୁବାଦ ‘କବି ବସିରହିଛି ଫୁଟପାଥରେ’ ଓଡ଼ିଆ କବି ସୂର୍ଯ୍ୟ ମିଶ୍ରଙ୍କ କବିତାର ଅସମୀୟା ଅନୁବାଦ
‘ମୃଦୁ ମୃଦୁ ମୃତ୍ୟୁ ଓ ଅନ୍ୟାନ୍ୟ କବିତା ‘, ବର୍ଣାଳୀ ଉପମନ୍ୟୁ ଦାସଙ୍କ ‘ସୂର୍ଯ୍ୟସ୍ନାତା ଅରୁଣାଚଳ’,’ମୀରା :ଏକ ଯାତ୍ରା ”ଚରାଏ କି ଭଲପାଏ’
ପୁସ୍ତକଗୁଡିକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା | ଏସବୁରୁ ପାଞ୍ଚଟି ପୁସ୍ତକ କେବଳ ଅସମୀୟା ଲେଖିକା ତଥା ଗବେଷିକା ଡ଼. ବନ୍ଦିତା ମୁଦିଆର ଠାକୁରଆଙ୍କ ଦ୍ୱାରା ଅସମୀୟା ଏବଂ ଓଡ଼ିଆ ଭାଷାରେ ଅନୁଦିତ ହୋଇଛି | ସେ ମଧ୍ୟ ବକ୍ତବ୍ୟ
ରଖିଥିଲେ | କାର୍ଯ୍ୟକ୍ରମରେ ଗୌହାଟୀର ବହୁ ଲେଖକ, ଅନୁବାଦକ ଓ ଭାଷା-ସଂସ୍କୃତିପ୍ରେମୀ
ଉପସ୍ଥିତ ଥିଲେ |
ହାତୀ











