୧୮୬୬ରେ ରାଜ୍ୟର ପ୍ରଥମ ମୁଦ୍ରିତ ଓଡ଼ିଆ ସାପ୍ତାହିକୀ ‘ଉତ୍କଳ ଦୀପିକା‘ ବସାଇଲେ ଗୌରୀ ଶଙ୍କର ରାୟ! ସହ-ପ୍ରତିଷ୍ଠାତା ବିଚିତ୍ରାନନ୍ଦ ଦାସ।
ଏହା ୬୬ ବର୍ଷ ଚାଲିଲା।
କଟକ କୋର୍ଟରେ ଅନୁବାଦକ ଭାବେ କାମ କରୁଥିବା ସମାଜ ସଂସ୍କାରକ ଗୌରୀଶଙ୍କର ରାୟ ଥିଲେ ଏହାର ପ୍ରମୁଖ ପ୍ରତିଷ୍ଠାତା ତଥା ମ୍ୟାନେଜର।

ଉତ୍କଳ ଦୀପିକା ଛାପିବା ପାଇଁ କଟକ ଆଲାମଚାନ୍ଦ ବଜାରରେ ‘କଟକ ପ୍ରିଣ୍ଟିଂ କମ୍ପାନୀ ଲିଃ’ ପ୍ରତିଷ୍ଠା କରାଗଲା।
ଦରଘା ବଜାରରେ ପ୍ରେସ ବସିଲା।
କମ୍ପାନୀରେ ୧୨ ଜଣ ଅଂଶୀଦାର/ନିର୍ଦେଶକ ରହିଥିଲେ।
ମାତ୍ର ₹୭,୫୦୦ ଟଙ୍କା ମୂଳ ପୁଂଜିରେ ତିଆରି ହୋଇଥିଲା ପ୍ରେସ। ପୁରାଣ ଛାପିବାରୁ ଅଧିକ ଲାଭ ଆସୁଥିଲା।
୧୯୧୫ରେ ଗୌରୀଶଙ୍କର ପ୍ରେସ ଛାଡ଼ିଲା ବେଳକୁ କମ୍ପାନୀର ସମ୍ପତ୍ତି ମୂଲ୍ୟ ୬୦ ହଜାର ଟଙ୍କା ହୋଇଥିବାବେଳେ ସେ ଅଂଶୀଦାରମାନଙ୍କୁ ୫୫ ହଜାର ଟଙ୍କା ଲାଭ ଦେଇଥିଲେ।
ପରେ ତାହା ଆର୍ଥିକ ଭାବେ ଦୁର୍ବଳ ହୋଇ ବନ୍ଦ ହୋଇଯାଇଥିଲା।
୧୮୬୬ରେ ୧ ଟଙ୍କାରେ ୧୩ ସେର (ପ୍ରାୟ ୧୫ କେଜି ଚାଉଳ) ମିଳୁଥିଲା!











