Spread the love

ଓଡ଼ିଶାର ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟଙ୍କ ମୃତ୍ୟୁ ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଗିରଫ

ପାରଳାଖେମୁଣ୍ଡି,30/9 (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଓଡ଼ିଶାର ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡିର ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ
ମୃତ୍ୟୁ ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଆଜି ପାରଳା ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଗତ 2021 ଜୁଲାଇରେ ପାରଳାଖେମୁଣ୍ଡିର ପୂର୍ବତନ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡି ଯାଇଥିଲେ. ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ପରେ କଟକ ଡାକ୍ତରଖାନାରେ ଚିକିତ୍ସତ ବେଳେ ମୃତ୍ୟୁ ହୋଇଥିଲା. ତାଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଅଭିଯୋଗ କରିଥିଲେ. ଏଥି ଅନୁଯାୟୀ ମାନ୍ୟବର ପାରଳାଖେମୁଣ୍ଡି ଏସଡିଜେଏମ ଏହି ମାମଲାର ବିଚାର କରି ତତ୍କାଳୀନ ଡ଼ିଏଫଓ ସଂଗ୍ରାମ ମହାପାତ୍ରଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ. ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରୋଷେୟା କୋୖର୍ଟରେ ହଜାର ନ ହୋଇ ଫେରାର ଥିଲେ. ପାରଳାଖେମୁଣ୍ଡି ଏସଡିଜେଏମ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ଜମିନୀବିହୀନ ଗିରଫ ପରୱାନା ଜାରି କରିଥିଲେ. ହେଲେ ରୋଷେୟା ମନ୍ମଥ କୁମ୍ଭ ଦୀର୍ଘ ମାସ ଧରି ଫେରାର ଥିଲେ. ଆଜି ମନ୍ମଥ ନିଜ ଘରେ ଥିବା ପାରଳା ପୋଲିସ ସୂଚନା ପାଇ ଭୋର ସମୟରେ ମନ୍ମଥ କୁମ୍ଭଙ୍କ ବାସଗୃହରେ ଚଢାଉ କରି ତାଙ୍କୁ ଗିରଫ କରି ପରବର୍ତ୍ତୀ ଆଇନଗତ କାର୍ଯାନୁଷ୍ଠାନ ପାଇଁ ପାରଳାଖେମୁଣ୍ଡି ଏସଡିଜେଏମ କୋୖର୍ଟରେ ହଜାର କରିଥିଲେ. ମାନ୍ୟବର କୋୖର୍ଟ ରୋଷେୟା କୁମ୍ଭଙ୍କୁ ପାରଳାଖେମୁଣ୍ଡି ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି.

କେରାଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ମହେନ୍ଦ୍ର ବରାଡଙ୍କ ଅକାଳ ବିୟୋଗରେ ଶୋକ

ପାରଳାଖେମୁଣ୍ଡି, 30/9 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ମହେନ୍ଦ୍ର ବରାଡଙ୍କର ମାତ୍ର ୫୦ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସେ ହଠାତ୍ ଅସୁସ୍ଥ ହୋଇ ଗଜପତି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ମହେନ୍ଦ୍ର ବରାଡ ଜଣେ କର୍ମଠ, ମେଳାପୀ ଓ ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ।

ସେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ କେରାଣ୍ଡି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ କେରାଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କାହ୍ନୁଚରଣ ତୂକ୍ତା, ରବୀନ୍ଦ୍ରନାଥ ପାତ୍ର, ସରୋଜ କୁମାର ପଣ୍ଡା ଓ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନୁନା ଓ ଆଶ୍ବାସନା ପ୍ରଦାନ କରିବା ସହ ଦିବଂଗତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପାରଳାଖେମୁଣ୍ଡି, 30/9(ତାରିଣୀ ପ୍ରସାଦ ପଣ୍ଡା):

ସ୍ଥାନୀୟ ପୌର ପରିଷଦ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା–୨୦୨୬” ଅଭିଯାନ ଅବସରରେ ଆଜି, ପୌର ପରିଷଦର ସଫେଇ କର୍ମଚାରୀମାନଙ୍କ ପାଇଁ ଏକ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଛି।

ସହରକୁ ସ୍ୱଚ୍ଛ ଓ ପରିଷ୍କାର ରଖିବାରେ ନିରନ୍ତର ନିୟୋଜିତ ଥିବା ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ଉପରେ ଏହି ଶିବିରରେ ଗୁରୁତ୍ୱ ଦିଆଯାଇଛି। ଏହି ଶିବିରରେ ଏଚଆଇଭି, ଏଡ଼ସ, ଟିବି,ହେପାଟାଇଟିସ, ମଧୁମେୟ, ରକ୍ତଚାପ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ପରୀକ୍ଷା କରାଯିବା ସହ ଆବଶ୍ୟକ ପରାମଶ ଓ ସଚେତନ କରାଯାଇଥିଲା. ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଏଲକେ ମୁର୍ମୁଙ୍କ ନେତୃତ୍ୱରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା.