ଆଧାର ସ୍ତର ମାତୃ କର୍ମଶାଳା
ସରସ୍ଵତୀ ଶିଶୁ
ବିଦ୍ୟାମନ୍ଦିର,ବଡବିଲ
ତା -27/09/2026
ଦର୍ଶନ ସମୀକ୍ଷା ବଡ଼ବିଲ
ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବଡବିଲର ଆଧାର ସ୍ତର ଭାଗ-୧ର ଶିଶୁମାନଙ୍କର ମାଆ ମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଦୀପ ପ୍ରଜ୍ୱଳନ ଓ ବନ୍ଦନା ପରେ ଶିଶୁ ମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଜାତୀୟ ଶିକ୍ଷାନୀତି ଅନୁଯାୟୀ ଛୋଟ ଛୋଟ ଶିଶୁମାନଙ୍କୁ କିପରି କ୍ରିୟା ଆଧାରିତ, ଅନୁଭବ ମୂଳକ, ସଂସ୍କାର ନିଷ୍ଠ ଓ ଆନନ୍ଦଦାୟକ ଶିକ୍ଷା ପ୍ରଦାନ କରାଯାଉଛି ଏହି କର୍ମଶାଳାରେ ତାହାର ପ୍ରତ୍ୟକ୍ଷ ନମୁନା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ମାତୃ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି ଶିଶୁ ଶିକ୍ଷାର ସ୍ୱରୂପ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ଅନୀତା ନାୟକ ପରିଚ଼ୟ ଦେଇଥିଲେ । ଶାରୀରିକ, ବିଜ୍ଞାନ ପ୍ରୟୋଗ,ଅଙ୍କଜ୍ଞାନ, ଭାଷାବିକାଶ, ହସ୍ତକର୍ମ, ଅମୃତ କଳସ ଆଦି କଳାଂଶ କରାଯାଇଥିଲା । ମୋଟ ୮୦ଜଣ ମାଆ ଉପସ୍ଥିତ ଥିଲେ । ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ନମିତା ମହାନ୍ତଙ୍କ ତତ୍ତ୍ଵାବଧାନରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନେ କର୍ମଶାଳାକୁ ସଫଳ କରିଛନ୍ତି ।











