ମହାନଦୀରେ ବଢୁଛି ବନ୍ୟା ଭୟ,ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ

Spread the love

ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ

ଏହି ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶାକ୍ତ ପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିର ଉପରେ ଦେଖିବାକୁ ମିଳିଛି । ଉଛୁଳା ମହାନଦୀର ବନ୍ୟାଜଳ କୂଳ ଲଙ୍ଘି ଆସି ଭଟ୍ଟାରିକା ମନ୍ଦିରର ବେଢ଼ାକୁ ଛୁଇଁଲାଣି ।

Oplus_131072

ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏବଂ ପାଣିର ସୁଅ ଅତ୍ୟନ୍ତ ତୀବ୍ର ଥିବାରୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛି ।

କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭଟ୍ଟାରିକା ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା (ପୂର୍ବର ୧୪୪ ଧାରା) ଜାରି କରାଯାଇଛି । ସାଧାରଣ ଲୋକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ନଦୀକୂଳ କିମ୍ବା ମନ୍ଦିର ପରିସରକୁ ଯିବା ଲାଗି ସମ୍ପୂର୍ଣ୍ଣ ବାରଣ କରାଯାଇଛି ।