Spread the love

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଗଜପତିର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

ପାରଳାଖେମୁଣ୍ଡି,26/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଯୋଗୁଁ ପ୍ରବଳ ବର୍ଷାରେ ଭୂଷ୍ଫଳନ ହୋଇ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡିବା ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ.
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶକ୍ରମେ ଗଜପତି ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିବା ସହ ଏହାର ସବିଶେଷ ରିପୋର୍ଟ ସେ ରିଲିଫ୍ କମିଶନରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି. ଅତିରିକ୍ତ ସଚିବଙ୍କ ଏହି ଗସ୍ତ ସମୟରେ ସେ ମୋହନା, ଆର୍.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବର୍ଷା ଜନିତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ସ୍ଥାନାନ୍ତରଣ ସହ ରିଲିଫ୍ ବ୍ୟବସ୍ଥା ଆଦି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

48 ଘଣ୍ଟା ବିତିଲା….
ତଥାପି ବନ୍ୟା ଜଳ ପ୍ରବାହିତ ହେଉଛି, 5 ଗୋଟି ପଞ୍ଚାୟତର 20 ହଜାର ଲୋକଙ୍କ ଯୋଗାଯୋଗ ବିଛିନ୍ନ

ପାରଳାଖେମୁଣ୍ଡି, 26/9(ତାରିଣୀ ପ୍ରସାଦ ପଣ୍ଡା):

48 ଘଣ୍ଟା ବିତିଲା. ତଥାପି ଜଙ୍ଗଲପାଡୁ ଗ୍ରାମ ନିକଟରେ ଥିବା କେନାଲର ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହେବାରେ ଲାଗିଛି. ଯଦ୍ୱାରା ଏହି ଅଞ୍ଚଳର 5 ଗୋଟି ଗ୍ରାମ ପଞ୍ଚୟାତର 20 ହଜାର ଉର୍ଦ୍ଧ ଜନସାଧାରଣଙ୍କ ଯୋଗାଯୋଗ ସମ୍ପୂର୍ଣ ଭାବେ ବିଛିର୍ନ ହୋଇଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟଯେ,ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଯୋଗୁଁ ଲଗାତାର ପ୍ରବଳ ବର୍ଷାରେ ଗୋଷାଣି ବ୍ଲକର ଜଙ୍ଗଲପାଡୁ ଗ୍ରାମ ନିକଟରେ ଥିବା ଏକ କେନାଲର ବ୍ରିଜ ଉପରେ ଗତ ଗୁରୁବାର 24 ତାରିଖ ମଧ୍ୟାହ୍ନ ଠାରୁ ବର୍ତ୍ତମାନ ଖବର ଲେଖିବା ସମୟ ସୁଦ୍ଧା 2 ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ ଭାବେ ଠପ୍ ହୋଇଯାଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା 5 ଗୋଟି ବିଭିନ୍ନ ପଞ୍ଚାୟତବାସୀ ଗମନାଗମନରେ ସମସ୍ୟା ଭୋଗୁଛନ୍ତି ।

ବ୍ରିଜ୍ ଉପରେ ଗତ ଗୁରୁବାର ଦିନ ଚାରି ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଜି ମଧ୍ୟ ପ୍ରାୟ 2 ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି. ଯଦ୍ୱାରା ଯାତାୟତରେ ସମସ୍ୟା ଉପୁଜିଛି । ଗତ ତିନି ଦିନ ଧରି ତମାମ ଲଗାଣ ବର୍ଷା ଯୋଗୁଁ ଏପରି ଅଚଳବସ୍ଥା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳର 20 ହଜାରରୁ ଉର୍ଦ୍ଧ ଲୋକଙ୍କ ମୁଖ୍ୟ ରାସ୍ତା ଭାବେ ରହିଥିବା ଏହି ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକରକମର ବିଛିର୍ନ ହୋଇଯାଇଛି.
ଲୋକେ ଏହି ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ବାପୁଜିପେଣ୍ଠ, ବାଘଶାଳା, ଭିନଳା, ବଡ ଗ୍ରାମ, କାମଧେନୁ, ଯୁବରାଜପୁର, ମଣ୍ଡଳଦେଇ ଆଦି ଗ୍ରାମ ସହ ଅନ୍ୟ କେତେକ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଛି ।

ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ 2 ୟ ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି, 26/9(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ଥାନା କେସ୍ ନଂ ୩୩୧, ଦଫା ୨୦(B)(ii)(B)/୨୯ NDPS Act ମାମଲା ତଥା ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଦ୍ୱିତୀୟ ଅଭିଯୁକ୍ତ ପାରଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ସୂଚନା ମିଳିଛି. ସେ ହେଲେ ସର୍ବସୁଦ୍ଧି ବାଲାଜୀ @ ବାଲୁ (୪୫), ପିତା- ସର୍ବସୁଦ୍ଧି ବାୟା ଦାଶ, ସାଂ- ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଛି।

ସେ ଗତ ୧୦ ଅଗଷ୍ଟ ତାରିଖରେ ଏସ୍‌.ଆଇ. ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ପୋଲିସ ପାଟ୍ରୋଲିଂ ଟିମ୍ ବାଟାଗୌଡ଼ ସାହି ଛକ ନିକଟରେ ସଦାଶିବ ପାଣିଗ୍ରାହୀ (୪୫) ଙ୍କୁ ଅଟକାଇ ତାଙ୍କ ନିକଟରୁ ୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ଏବଂ ତାଙ୍କୁ ପ୍ରଥମ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତ ସମୟରେ ଜବତ ଗଞ୍ଜେଇ ଯୋଗାଣରେ ସର୍ବସୁଦ୍ଧି ବାଲାଜୀ @ ବାଲୁଙ୍କ ସମ୍ପୃକ୍ତି ସମ୍ବନ୍ଧରେ ପ୍ରମାଣ ମିଳିବାରୁ, ତାଙ୍କୁ ଗିରଫ କରାଯାଇ ଆଜି କୋୖର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି.