ଆସନ୍ତା ଅକଟୋବର 6 ତାରିଖ ରେ ସମ୍ବଲପୁର ଠାରେ ହେବାକୁ ଥିବା କର୍ମୀ ସମିଳନୀ ରେ ଯୋଗଦେବା ପାଇଁ ଲୋଚାପଡ଼ା ବ୍ରହ୍ମପୁର, ଗଞ୍ଜାମ ଠାରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା
ବ୍ରହ୍ମପୁର, ୨୦/୦୯: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଗଞ୍ଜାମ ଜିଲ୍ଲା ଶାଖାର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଲୋଚାପଡ଼ାସ୍ଥିତ ଆଦିବାସୀ ହରିଜନ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ଶାଖା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ବଂଶୀଧର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଏକାଡେମୀର ରାଜ୍ୟ ଉପସଭାପତି ତଥା ଡ଼. ଅବ୍ଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟ, ଖଲ୍ଲିକୋଟର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ଶ୍ରୀ ପ୍ରହଲ୍ଲାଦ ବେହେରା, ଜିଲ୍ଲା ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା,ଛତ୍ରପୁର ବ୍ଲକ ର ସଭାପତି ଶ୍ରୀମତୀ ମମତା ନାୟକଙ୍କ ସମେତ ବିଭିନ୍ନ ବ୍ଲକର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ଆଦିବାସୀ ହରିଜନ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କୀର୍ତ୍ତନ ଦାସଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତାମାନେ ବୈଠକରେ ସହଯୋଗ କରିଥିଲେ।
ବୈଠକରେ ପୂର୍ବ କାର୍ଯ୍ୟବିବରଣୀ ପାଠ ଓ ଦୃଢ଼ୀକରଣ ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ସଂଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ 10ଟି ବ୍ଲକ ଓ ବ୍ରହ୍ମପୁର ମହାନଗର ଅଞ୍ଚଳ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଶ୍ରୀ ମନୋଜ କୁମାର ସେଠୀ ଓ ସମ୍ପାଦକ ଶ୍ରୀ ଲଡ଼ୁକିଶୋର ଦାସ, କୁକୁଡ଼ାଖଣ୍ଡି ବ୍ଲକ ସଭାପତି ଶ୍ରୀ ସୁଶାନ୍ତ କୁମାର ଦାସ ଓ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସେଠୀ, ଦିଗପହଣ୍ଡି ବ୍ଲକ ସଭାପତି ଶ୍ରୀ ମଧୁ ସେଠୀ ଓ ସମ୍ପାଦକ ଶ୍ରୀ ସୁଦର୍ଶନ ନାୟକ, ଚିକିଟି ବ୍ଲକ ସଭାପତି ଶ୍ରୀ ସୁବଳ ନାୟକ ଓ ସମ୍ପାଦକ ଶ୍ରୀ ସୀମାଞ୍ଚଳ ନାୟକ, ପାତ୍ରପୁର ବ୍ଲକ ସଭାପତି ଶ୍ରୀ ଅରୁଣ କୁମାର ନାୟକ, ବ୍ରହ୍ମପୁର ମହାନଗର ଅଞ୍ଚଳ ସଭାପତି ଶ୍ରୀ ବନମାଳୀ ସେଠୀ ଓ ସମ୍ପାଦକ ଶ୍ରୀମତୀ ଏସ୍. ଆଶାରାଣୀ, ବେଗୁନିଆପଡ଼ା ବ୍ଲକ ସଭାପତି ଶ୍ରୀ ଅଶୋକ ବେହେରା, ପୋଲସରା ବ୍ଲକ ସଭାପତି ଶ୍ରୀ ସୁଦାମ ନାହାକ ଓ ସମ୍ପାଦକ ଶ୍ରୀ କିରଣ ନାହାକ, ବୁଗୁଡ଼ା ବ୍ଲକ ସଭାପତି ଶ୍ରୀ ଗନ୍ଧମାର୍ଦ୍ଧନ ସେଠୀ ଓ ସମ୍ପାଦକ ଶ୍ରୀ ଶଙ୍କର ନାରାୟଣ ନାୟକ, ପୁରୁଷୋତ୍ତମପୁର ବ୍ଲକ ସଭାପତି ଶ୍ରୀ ସୁକାନ୍ତ କୁମାର ଦାସ ଓ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଦାସ ଏବଂ ହିଞ୍ଜିଳିକାଟୁ ବ୍ଲକ ସଭାପତି ଶ୍ରୀ ନରୁଷ ଦାସ ଓ ସମ୍ପାଦକ ଶ୍ରୀ ଦୀପକ ନାହାକଙ୍କ ନାମ ଘୋଷଣା କରାଯାଇଥିଲା।
ଆସନ୍ତା ୬ ଅକ୍ଟୋବରରେ ସମ୍ବଲପୁରଠାରେ ହେବାକୁ ଥିବା ଏକାଡେମୀର କର୍ମୀ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରୁ ୧୨ ଜଣ କର୍ମକର୍ତ୍ତା ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ସମ୍ବର୍ଦ୍ଧନା ପାଇବାକୁ ଥିବା ପ୍ରତିଭାମାନଙ୍କ ବାୟୋଡାଟା ଜିଲ୍ଲା ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରାଙ୍କ ନିକଟକୁ ପଠାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା।
ବୈଠକରେ ଆଡଭାଇଜର ଶ୍ରୀ ବଳରାମ ବେହେରା ତାଙ୍କ ସହ ଘଟିଥିବା ଏକ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜାତିଗତ ଅପମାନ, ସାମାଜିକ ବହିଷ୍କାର, ଧମକ ଓ କାର୍ଯ୍ୟସ୍ଥଳରେ ଭେଦଭାବ ଭଳି ଅଭିଯୋଗ ରହିଛି। ଏନେଇ ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ଏବଂ ବର୍ତ୍ତମାନ ମାମଲାର ତଦନ୍ତ ଚାଲିଥିବା ବୈଠକରେ କୁହାଯାଇଥିଲା। ଏହି ଘଟଣାର ଲିଖିତ ବିବରଣୀ ଆଗାମୀ ସମ୍ବଲପୁର ସମ୍ମିଳନୀରେ ରାଜ୍ୟ ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଆଲୋଚନା ହୋଇଥିଲା।
ସମ୍ବଲପୁର ସମ୍ମିଳନୀରୁ ଫେରିବା ପରେ ଜିଲ୍ଲା ଶାଖାର ପରବର୍ତ୍ତୀ ବୈଠକ ଡାକି ଆଗାମୀ ସାଂଗଠନିକ ଓ ସାମାଜିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ ବୋଲି ସଭାପତି ଶ୍ରୀ ବଂଶୀଧର ସେଠୀ ଘୋଷଣା କରିଥିଲେ। ସର୍ବଶେଷରେ ଛତ୍ରପୁର ବ୍ଲକ ସଭାପତି ଶ୍ରୀମତୀ ମମତା ନାୟକ ସଭାପତି ଓ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା











