କନ୍ଧମାଳ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ:ନିର୍ଦ୍ଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି l ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ କଳିଙ୍ଗା ଘାଟିରେ ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣର ଆଶଙ୍କାକୁ ନଜରରେ ରଖାଯାଇଛି l ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ କଳିଙ୍ଗା ଘାଟି ଦେଇ ଯାନବାହନ ଚଳାଚଳ ବନ୍ଦ ରହିବ ବଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି l ଏହି ଦୁଇ ଦିନ କଳିଙ୍ଗା ଠାରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇ ଘାଟି ଦେଇ ଯାତାୟତ କରୁଥିବା ଯାନବାହନକୁ ଅଟକାଯିବ l ବାତ୍ୟା ସମୟରେ ଘାଟି ଅଞ୍ଚଳରେ ଭୂସ୍ଖଳନ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିବାର ଆଶଙ୍କା ଥିବାରୁ ଲୋକଙ୍କ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି l କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ର ଉର୍ନ୍ନତି ଏବଂ ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନେଉଥିବା ରୁ ଜିଲ୍ଲା ର ମୁଳ ନିବାସୀ ମାନେ ଜିଲ୍ଲାପାଳ ମହୋଦୟ ଙ୍କୁ ସାଧୁବାଦ ଜଣେଇଛନ୍ତି l











