ଡ଼କ୍ଟର ହରେକୃଷ୍ଣ ମହାତବଙ୍କ125 ଜନ୍ମ ବାର୍ଷିକୀ ସମାରୋହ ପାଳନ
ଭୁବନେଶ୍ୱର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ଓଡିଶା ସରକାର ଓ ମହାସେବା ଟ୍ରଷ୍ଟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଡ଼କ୍ଟର ହରେକୃଷ୍ଣ ମହାତବଙ୍କ 125 ତମ ଜନ୍ମ ବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି 1

ଓଡିଶା ସରକାରଙ୍କର ଶିକ୍ଷା ବିଭାଗର ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସର୍ବଶ୍ରୀ ଡ଼କ୍ଟର ଚଣ୍ଡୀ ପ୍ରସାଦ ନନ୍ଦ, କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ, ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ ବିଶିଷ୍ଟ ସାହିତ୍ୟକ, ସମୀର ମହାନ୍ତି ପୂର୍ବତନ ରାଜ୍ୟ ସଭାପତି ବି ଜେ ପି ଓଡିଶା, ପ୍ରହଲ୍ଲାଦ କୁମାର ସିଂ ବିଶିଷ୍ଟ ସ୍ତମ୍ବକାର ଓ ସାମ୍ବାଦିକ ଡ଼କ୍ଟର ଶ୍ରୀକାନ୍ତ ମିଶ୍ର ଶିଳ୍ପପତି ଓ ସାହିତ୍ୟକ ଅତିଥି ଭାବରେ ଯୋଗଦେଇ ଡ଼କ୍ଟର ମହତାବ ଜୀବନୀ. କୃତିତ୍ୱ, ରାଷ୍ଟ୍ରନୀତି ଓ ଓଡିଶା ଗଠନରେ ତାଙ୍କର ଅବଦାନ, ନିଷ୍ଠା ଓ ପରାକାଷ୍ଠା ଉପରେ ଆଲୋଚନା କରିଥିଲେ 1 ଉକ୍ତ ସମାରୋହରେ ମହାସେବା ଟ୍ରଷ୍ଟର ସମ୍ବାଦକ ଅଭୟ ଅନିର୍ଵାଣଙ୍କ ଦ୍ୱାରା ସଂଗୃହିତ ଓ ସମ୍ପାଦିତ ଡ଼କ୍ଟର ମହାତବଙ୍କ ଉପରେ ଗୋଟିଏ ସ୍ମରଣିକା ପୁସ୍ତିକାର ଉନ୍ମୋଚନ ହୋଇ ଥିଲା 1
ସଭାର ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ସୌମେନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେଇଥିଲେ 1 ଶେଷରେ ସୁନାଖଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବ୍ରଜକିଶୋର ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ 1











