Spread the love

ଦୁଃଖଦ ଖବର

ବଡ଼ଖେମୁଣ୍ଡିର ସ୍ୱର୍ଗତ ରାଜା ଶ୍ରୀ ରାମଚନ୍ଦ୍ର ଦେବଙ୍କ ଚତୁର୍ଥ ସୁପୁତ୍ର ଶ୍ରୀ ମୋହନ ପ୍ରସାଦ ଦେବଙ୍କର ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ୭୫ ବର୍ଷ ବୟସରେ ଦୁଃଖଦ ବିୟୋଗ ଘଟିଛି।

ତାଙ୍କ ବିୟୋଗରେ ବଡ଼ଖେମୁଣ୍ଡି ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ପରିଚିତ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜଣେ ସରଳ, ଭଦ୍ର, ମିଷ୍ଟଭାଷୀ ଓ ସେବାପରାୟଣ ବ୍ୟକ୍ତି ଭାବେ ସେ ନିଜ ଜୀବନକୁ ସମାଜସେବା, ସଂସ୍କୃତି ଓ ସାଙ୍ଗଠନିକ କାର୍ଯ୍ୟରେ ଉତ୍ସର୍ଗ କରିଥିଲେ। ତାଙ୍କର ଅମାୟିକ ବ୍ୟବହାର, ସରଳ ଜୀବନଶୈଳୀ ଓ ସମାଜ ପ୍ରତି ଅବଦାନ ସମସ୍ତଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ।

ତାଙ୍କର ଅକାଳ ବିୟୋଗ ବଡ଼ଖେମୁଣ୍ଡି ପରିବାର ଓ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ଆମେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ।
Om Shanti 🙏