Spread the love

କନ୍ଧମାଳ : ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟ ରେ ପାଳିତ ହେଲା ଗଣେଶ ପୂଜା..

କୁନା ଦିଗାଲ ଦର୍ଶନ ସମୀକ୍ଷା କନ୍ଧମାଳ

ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ସରକାରୀ ଆଶ୍ରମ ବିଦ୍ୟାଳୟ ଲମ୍ବାଗୁଡ୍ରି ଠାରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱ ରେ ଛାତ୍ରୀ ଛାତ୍ରୀ ମାନେ ଗଣେଶ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି l ଏହି ପୂଜା ଅବସରରେ ସ୍ଥାନୀୟ ଲମ୍ବାଗୁଡ୍ରି ଗ୍ରାମ ର ସଂକୀର୍ତନ୍ୟ ମଣ୍ଡଳୀ ର କର୍ମକର୍ତା ମାନେ ଯୋଗଦେଇ କୀର୍ତ୍ତନ୍ୟ ପ୍ରଦର୍ଶନ କରିଥିଲେ l ପୂଜା ଅବସରରେ ବହୁ ସଂଖ୍ୟା ରେ ଅଭିଭାବକ ମାନେ ଯୋଗଦେଇ ନିଜ ନିଜର ପୁଅ ଝିଅ ମାନଙ୍କ ସହିତ ପୂଜା ଉପଭୋଗ କରିଥିଲେ l ସେହିପରି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ଯୋଗଦେଇ ସହଯୋଗ କରିବା ସହିତ ଗଣେଶ ପୂଜାର ମଜା ନେଇଛନ୍ତି l ସେହିପରି କନ୍ଧମାଳ ଜି ଏନ୍ ଏମ୍ କଲେଜ୍ ଗୁଡ୍ରି ସାଇ ଏବଂ ଜିଲ୍ଲା ରେ ଥିବା ସମସ୍ତ ବିଦ୍ୟାଳୟ ଓ ଅନେକ ଅନୁଷ୍ଠାନ ଗୁଡ଼ିକ ରେ ଏହି ଗଣେଶ ପୂଜା ଅତି ଆଡ଼ମ୍ବର ରେ ପାଳିତ ହେଇଯାଇଛି l