ମୁଁ ଆଶ୍ଚର୍ଯ୍ୟ, ବିସ୍ମିତ ଓ ସ୍ତମ୍ଭୀଭୂତ।୩୪ ବର୍ଷ ଚାକିରି କରି ଜାଗାଟିଏ ବି କିଣି ପାରିଲି ନାହିଁ। ଘର ତ ଦୂରର କଥା। କୋଉଠୁ ଆସୁଛି ଏତେ ଟଙ୍କା ? ଜଣେ ଜଣେ ୩୫ / ୩୬ ଟି ଜାଗା / ଘର କିଣିଥିବା କଥା ଭିଜିଲାନ୍ସ ଚଢ଼ାଉ ବେଳେ ବାହାରୁଛି -Deba Prasad Dash, Ex Spl Secy, GoO (FB)

Spread the love

‘ମୁଁ ଆଶ୍ଚର୍ଯ୍ୟ, ବିସ୍ମିତ ଓ ସ୍ତମ୍ଭୀଭୂତ।
୩୪ ବର୍ଷ ଚାକିରି କରି ଜାଗାଟିଏ ବି କିଣି ପାରିଲି ନାହିଁ। ଘର ତ ଦୂରର କଥା। କୋଉଠୁ ଆସୁଛି ଏତେ ଟଙ୍କା ? ଜଣେ ଜଣେ ୩୫ / ୩୬ ଟି ଜାଗା / ଘର କିଣିଥିବା କଥା ଭିଜିଲାନ୍ସ ଚଢ଼ାଉ ବେଳେ ବାହାରୁଛି। ସମସ୍ତ ସରକାରୀ ସମ୍ପତ୍ତି ଏବେ ବ୍ୟକ୍ତିଗତ ମନେ ହେଉଛି। ମାତ୍ର ଦୁଇବର୍ଷ ଭିତରେ ତଥାକଥିତ ନୂଆ ସରକାରର ମନ୍ତ୍ରୀ, ବିଧାୟକ ମାନେ ଶହେ କୋଟି ଲେଖାଏଁ ରଖି ସାରିଲେଣି ବୋଲି ଅସମର୍ଥିତ ସୂତ୍ର କହୁଛି। ଜଣେ ଜଣେ ବଡ଼ ଅଫିସର ଅତି କମରେ ପାଞ୍ଚ ଶହ କୋଟି ଟଙ୍କାର ମାଲିକ ବୋଲି ସରକାରୀ ମହଲରେ ଚର୍ଚ୍ଚା ହୁଏ, ତେଣୁ ସେମାନେ ସବୁ ସରକାରରେ ଗେହ୍ଲା ପୁଅ। ଚର୍ଚ୍ଚିଲ ମନେ ପଡୁଛନ୍ତି। ଗଣତନ୍ତ୍ର ନୁହେଁ, ଶୋଷଣତନ୍ତ୍ର। ଏହାର ସବୁଠାରୁ ବଡ ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ ବୃତ୍ତି, ନିଯୁକ୍ତି ଓ ରୋଜଗାର ଉପରେ ପଡୁଛି। ଆଗାମୀ ଦିନଗୁଡ଼ିକ ଭୟଙ୍କର ହୋଇପଡିବ।’

-Deba Prasad Dash, Ex Spl Secy, GoO (FB)