ବଜାର ରେ ମିଳୁ ଥିବା କଦଳୀ ରେ ବିଷ
ଭୁବନେଶ୍ୱର : ଆଗରୁ ଛେନା, ପନିର ପରେ ବଜାରରେ ବିଷମିଶା କଦଳୀ,
ଗୋଦାମରେ ଚଢ଼ାଉ ପରେ ଖାଉଟି ଛାନିଆ
ସେପଟେ ଆଜି ରାଜଧାନୀର କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ କରି ଯେଉଁ ତଥ୍ୟ ପାଇଛି ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି କି କଦଳୀକୁ ଶୀଘ୍ର ପଚାଇବା ପାଇଁ ଗୋଦାମ ମାଲିକମାନେ ସେଥିରେ ସର୍ବାଧିକ ହାନୀକାରକ ବିଷ ପ୍ରୟୋଗ କରୁଛନ୍ତି ।
ସୁସ୍ଥ ଶରୀର, ବିଶୁଦ୍ଧ ପାନୀୟ, ଆଉ ଖାଦ୍ୟକୁ ନେଇ ଲୋକମାନେ କେତେ କେତେ ସତର୍କତା ଅବଲମ୍ବନ କରୁଛନ୍ତି । ହେଲେ ଚାଷୀ ଠାରୁ ବ୍ୟବସାୟୀ କିନ୍ତୁ ଲୋକଙ୍କୁ ଖାଦ୍ୟରେ କିଭଳି ହାନିକାରକ ଉପାଦାନ ମିଶାଇ ରୋଗୀଣା କରିବେ ସେଦିଗରେ ଲାଗି ପଡ଼ିଛନ୍ତି । କିଛିଦିନ ତଳେ ରାଜ୍ୟର ଛେନା ଓ ପନିରରେ ହେଉଥିବା ଅପମିଶ୍ରଣ ରାଜ୍ୟର ଖାଉଟିମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ କଦଳୀକୁ ନେଇ ଆସିଥିବା ଖୁଲାସା ହୋସ୍ ଉଡ଼ାଇ ଦେଇଛି । କଦଳୀ ଏପରି ଏକ ଖାଦ୍ୟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ । ସୁସ୍ଥ ଶରୀର ପାଇଁ କଦଳୀରେ ଥିବା ଭିଟାମିନ୍ ତତ୍ତ୍ୱ ନିହାତି ଆବଶ୍ୟକ ପଡ଼େ ।

ସେପଟେ ଆଜି ରାଜଧାନୀର କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ କରି ଯେଉଁ ତଥ୍ୟ ପାଇଛି ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି କି କଦଳୀକୁ ଶୀଘ୍ର ପଚାଇବା ପାଇଁ ଗୋଦାମ ମାଲିକମାନେ ସେଥିରେ ସର୍ବାଧିକ ହାନୀକାରକ ବିଷ ପ୍ରୟୋଗ କରୁଛନ୍ତି ।
ଆପଣ ଖାଉଥିବା କଦଳୀରେ ରହିଛି ବିଷ!
ଶରୀରକୁ ପୁଷ୍ଟି ଯୋଗାଇବାକୁ ଖାଉଥିବା କଦଳୀ କରିଦେବ ରୋଗାଗ୍ରସ୍ତ
ରାଜଧାନୀ ଛାତି ଉପରେ ବିକ୍ରି ହେଉଛି ରସାୟନ ମିଶା କଦଳୀ
କଦଳୀକୁ ଶୀଘ୍ର ପଚାଇବାକୁ ବ୍ୟବହାର କରାଯାଉଛି ମାତ୍ରାଧିକ ରସାୟନ
ମାତ୍ରାଧିକ ରସାୟନ କଦଳୀରେ ମିଶିବା ପରେ ପାଲଟୁଛି ମାରାତ୍ମକ ବିଷ!
ବିଷମିଶା କଦଳୀ ଖାଇ ନଷ୍ଟ ହୋଇପାରେ ଶରୀରର ନର୍ଭସ୍ ସିଷ୍ଟମ୍!
ଫୁଡ୍ ସେଫ୍ଟି ବିଭାଗର ଅତର୍କିତ ଚଢ଼ଉ ବେଳେ ରଙ୍ଗ ଦିଆ ଓ ରାସାୟନିକ ପଦାର୍ଥ ମିଶା କଦଳୀ ମିଳିଛି। ବାଧ୍ୟ ହୋଇ ଏହି କଦଳୀକୁ ଅଳିଆ ଗାଡ଼ିରେ ବୁହା ଯାଇଛି। କଦଳୀକୁ ପଚାଇବା ପାଇଁ ବ୍ୟବହାର କରାଯାଏ ଇଥୋପନ୍। ଯାହାକୁ ସରକାରୀ ନିୟମ ଅନୁସାରେ ଅଳ୍ପରୁ ଅତି ଅଳ୍ପ ବ୍ୟବହାର କରାଯିବା କଥା।











