ପୂର୍ବତନ ମୁଖ୍ୟମନ୍ତ୍ରୀ (୧୯୬୫-୬୭) ସଦାଶିବ ତ୍ରିପାଠୀଙ୍କର ଆଜି ଶ୍ରାଦ୍ଧ ବାର୍ଷିକୀ!ନବରଙ୍ଗପୁରରେ ଶିକ୍ଷକରୁ ନେତା ହୋଇଥିବା ସଦାଶିବ ତ୍ରିପାଠୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଭୂସଂସ୍କାର ଓ ଜମିଦାରୀ ଉଛେଦ ଲାଗୁ କରିଥିଲେ। ଏହି ପ୍ରକ୍ରିୟାରେ ସେ ୩ ପୁଅଙ୍କ ପାଇଁ ୨୨ ଏକର ଲେଖାଏଁ ଜମି ରଖିବା ପରେ ବଳକା ୧୦୦ ଏକରରୁ ଅଧିକ ଜମି ସରକାରଙ୍କୁ ଦେଇଥିଲେ

Spread the love

ପୂର୍ବତନ ମୁଖ୍ୟମନ୍ତ୍ରୀ (୧୯୬୫-୬୭) ସଦାଶିବ ତ୍ରିପାଠୀଙ୍କର ଆଜି ଶ୍ରାଦ୍ଧ ବାର୍ଷିକୀ!
ନବରଙ୍ଗପୁରରେ ଶିକ୍ଷକରୁ ନେତା ହୋଇଥିବା ସଦାଶିବ ତ୍ରିପାଠୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଭୂସଂସ୍କାର ଓ ଜମିଦାରୀ ଉଛେଦ ଲାଗୁ କରିଥିଲେ। ଏହି ପ୍ରକ୍ରିୟାରେ ସେ ୩ ପୁଅଙ୍କ ପାଇଁ ୨୨ ଏକର ଲେଖାଏଁ ଜମି ରଖିବା ପରେ ବଳକା ୧୦୦ ଏକରରୁ ଅଧିକ ଜମି ସରକାରଙ୍କୁ ଦେଇଥିଲେ!

୧୯୬୫ରେ ବୀରେନ ମିତ୍ର ଇସ୍ତଫା ଦେବା ପରେ ତାଙ୍କ ମୁଖ୍ୟମନ୍ତ୍ରୀ ହେବାରେ ବିଜୁ ପଟନାୟକଙ୍କ ହାତ ଥିଲା! ସ୍ୱାଧୀନ ଭାବେ କାମ କଲା ବେଳେ ବିଜୁ ବାବୁ ଏକଥା କହି ଚାପ ପକାଇବାରୁ ସେ ବିଜୁ ବାବୁଙ୍କ ଚିଠିକୁ ସାର୍ବଜନୀନ କରିଦେଇଥିଲେ!

୧୯୩୭ରେ ସେ ପ୍ରଥମ ଥର ଶିକ୍ଷକତା ଛାଡ଼ି ବିଧାୟକ ଭାବେ ଠିଆ ହେବା ପାଇଁ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଘରକୁ ଯାଇ ଅନୁରୋଧ କଲାରୁ ତାଙ୍କ ବାପା କହିଲେ ସେ ଚାକିରି ଛାଡ଼ିଲେ ଚଳିବ କେମିତି?

ନୀଳକଣ୍ଠ କହିଲେ, ବିଧାୟକ ବା ମନ୍ତ୍ରୀ ହେଲେ ତାଙ୍କୁ ଦରମା ମିଳିବ ଓ ସେ ଚଳିଯିବେ!

ସଦାଶିବ ତ୍ରିପାଠୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୪ ଥର ବିଧାୟକ ହୋଇଥିଲେ ଓ ୧୨ ବର୍ଷ ରାଜସ୍ୱ ମନ୍ତ୍ରୀ ଥିଲେ!