ରାଜ୍ୟ ର ସର୍ବ ପ୍ରାଚୀନ ସାରସ୍ୱତ
ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷ ରୁ ରାଜ୍ୟ ର ବିଭିନ୍ନ ଅଂଚଳ ରେ ବସବାସ କରୁଥିବା ଅଭାବ ଗ୍ରସ୍ତ ଲେଖକ ଲେଖିକା ମାନଙ୍କୁ ଚିକିତ୍ସା ପାଇଁ ଯତ କିଂଚିତ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ସାରସ୍ୱତ ସ୍ରଷ୍ଟା କଲ୍ୟାଣ ପାଣ୍ଠି ର ଶୁଭାରମ୍ଭ କରା ଯାଇଛି.
କଟକ :ଦର୍ଶନ ସମୀକ୍ଷା
ଅନୁଷ୍ଠାନ ର ପୂର୍ବତନ ଉପ ସଭାପତି ତଥା ସାଧାରଣ ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ଡ଼ଃ ସତ୍ୟ ରାୟ ଏବଂ ଅନୁଷ୍ଠାନ ର ଆଜୀବନ ସଦସ୍ୟା ଓ ପାକ୍ଷିକ ସମ୍ବାଦ ପତ୍ର “ବିଶ୍ୱାସ ” ର ସମ୍ପାଦିକା କସ୍ତୁରୀ ରାୟ ଏହି ଯୋଜନା କୁ ସଫଳ କରିବା ପାଇଁ ନିଜର ସଂଚିତ ଅର୍ଥ ରୁ 50 ହଜାର 550ଟଙ୍କା ଅନୁଷ୍ଠାନ ର ସଭାପତି ଡ଼ଃ ଗୋବିନ୍ଦ ଚାନ୍ଦ, ଉପ ସଭାପତି ବ୍ରହ୍ମନନ୍ଦ ବିଶ୍ୱାଳ, ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ କୋଷଧ୍ୟକ ଦିଲୀପ କୁମାର ଦାସ ଙ୍କ ଉପସ୍ଥିତି ରେ ପ୍ରଦାନ କରିଛନ୍ତି. ଏହାକୁ ବ୍ୟାଙ୍କ ରେ ସ୍ଥାୟୀ ଜମା ରୂପେ ରଖା ଯାଇ ଏହାର ବାର୍ଷିକ ସୁଧ କଲ୍ୟାଣ ପାଣ୍ଠି ମାଧ୍ୟମରେ ସହାୟତା ପ୍ରଦାନ କରାଯିବ.











