Spread the love

ବାଲିମେଳା ରେ ଶିକ୍ଷକ ସଙ୍ଘ ତରଫରୁ ଗୁରୁଦିବସ ପାଳିତ

ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ପବିତ୍ର ଗୁରୁ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ପରିବାର ପକ୍ଷରୁ ଶନିବାର ସନ୍ଧ୍ୟାରେ ବାଲିମେଳା ସହରରର ଥିବା କଲ୍ୟାଣ ମଣ୍ଡପ ପରିସରରେ ଏମଭି -୨୭ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ ଙ୍କ ସଭାପତିତ୍ୱରେ ବହୁ ଆଡମ୍ବର ସହ ଗୁରୁ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲ, ଏବଂ ମୁଖ୍ୟ ବକ୍ତା ଭାବେ ବାଲିମେଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ଅମୁଲ୍ୟ କୁମର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହା ପରେ ଅତିଥି ମନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ତେବେ ଆଜିର ଏହି ସମାଜରେ ଶିକ୍ଷକମାନେ ସମାଜର ଭବିଷ୍ୟତ ଗଠନର ମୁଖ୍ୟ କାରିଗର।ଶିକ୍ଷକମାନେ ଶିକ୍ଷଦାନ କରିବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୈତିକତା,ଶୃଙ୍ଖଳା ଓ ମାନବିକା ମୂଲ୍ୟବୋଧ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ ବୋଲି ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେଏଥି ସହ ଗୁରୁ ଦିବସର ମହତ୍ୱ ଓ ଆଧୁନିକ ସମାଜ ଗଠନରେ ଶିକ୍ଷକ ମାନଙ୍କର ଅବଦାନ ସମ୍ପର୍କରେ ମଞ୍ଚାସୀନ ଅତିଥି ମନେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ଏହି ଅବସରରେ ବାଲିମେଳା ଓ କୋରୁକୋଣ୍ଡା ବ୍ଲକରେ ଉତ୍ତମ ଶିକ୍ଷାଦାନ ଓ ନିଷ୍ଠାର ସହ କାର୍ଯ୍ୟ କରି ଚାକିରୀରୁ ଅବସର ନେଇଥିବା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରେଣୁବାଳା ଦେଇ, ଅନ୍ନପୂର୍ଣ୍ଣା ବିଶ୍ୱାଳ, ପୁଷ୍ପଲତା ଭୂୟାଁ, ନନ୍ଦିନୀ ତ୍ରିପାଠୀ, ଭାରତୀ ନାୟକ, କସ୍ତୁରୀ ଜେନା, ରାହାଶ ବିହାରୀ ପାତ୍ର, ପଦ୍ମନାଭ ପ୍ରଧାନ, ସୁଜିତ କୁମାର ରାୟ, କଳାଚାନ୍ଦ ନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଏହି ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମରେ ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକରେ କାର୍ଯ୍ୟରତ ଥିବା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।