Spread the love

ଏମଏସଏମଇ ବିକାଶରେ ସିଏମଏଙ୍କ ଭୂମିକା ଉପରେ ସଚେତନତା ସମ୍ମିଳନୀ

ଭୁବନେଶ୍ୱର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏମଏଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ “MSMEs–Role of CMAs as Catalysts for Viksit Bharat” ଶୀର୍ଷକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ସିଏମଏଙ୍କ ଭୂମିକା, ଆର୍ଥିକ ଯୋଜନା, ରଣନୀତିକ ନିଷ୍ପତ୍ତି, ନିୟମାନୁପାଳନ ଓ ସୁଶାସନ ମାଧ୍ୟମରେ ଏମଏସଏମଇର ବିକାଶ ଉପରେ ଆଲୋଚନା ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଏନଏସଏମଇର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯୋଗଦେଇ ଏମଏସଏମଇ କ୍ଷେତ୍ରର ବିକାଶ ଓ ଆତ୍ମନିର୍ଭର ଭାରତ ଗଠନରେ ସିଏମଏଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀରେ ବହୁ ବିଶେଷଜ୍ଞ ଓ ପେଶାଦାର ଯୋଗଦେଇଥିଲେ।