‘୨୦୦୦ ମସିହା ବେଳକୁ ମୋ Zee groupର ସେୟାରକୁ ଷ୍ଟକ ବ୍ରୋକର କେତନ ପାରେଖ ₹୧୫୦୦ରେ ପହଞ୍ଚାଇ ଦେଲେ, ହେଲେ ୨ ବର୍ଷ ଭିତରେ ଶେୟାର ମୂଲ୍ୟ ₹୬୦ ଟଙ୍କାକୁ ଖସିଗଲା!
କେତନ ପାରେଖ ରଖିଥିବା Zeeର ଅଧିକାଶ ସେୟାର ବିକିଦେବାକୁ ଚାହିଁଲେ। ମୁଁ କମ୍ପାନୀକୁ ବଦନାମୀରୁ ବଞ୍ଚାଇବାକୁ ପାରେଖଙ୍କୁ ଧାର କରି ₹୧୫୦ କୋଟି ଦେଲି। ଯାହା କେତନଠାରୁ ଆଉ ଫେରିଲା ନାହିଁ।
ଇନସାଇଡର ଟ୍ରେଡିଙ୍ଗ ଅଭିଯୋଗରେ SEBI ଏସବୁର ତଦନ୍ତ କଲା। ଏଭଳି ଅବସ୍ଥାରେ ଆମେ ବ୍ୟବସାୟରେ ଆଉ ୧୦ ବର୍ଷ ଆଗେଇ ପାରିଲୁ ନାହିଁ। ଏହା ପଛରେ ଅମ୍ବାନୀ ଥିବା ଜାଣି ଯେତେବେଳେ ଅମ୍ବାନୀମାନଙ୍କ ବିରୋଧରେ ଖବର ଆସୁଥିଲା, ଆମେ ରିପୋର୍ଟ କରୁଥିଲୁ।
ତେବେ ୨୦୦୨ରେ ଅମର ସିଂଙ୍କ ମଧ୍ୟସ୍ଥତାରେ ଆମ ଭିତରେ ବୁଝାମଣା ହେଲା। ଧୀରୁଭାଇ ଅମ୍ବାନୀ ମୁକେଶକୁ କହିଲେ ସେମାନଙ୍କ ସହ ଲାଗନାହିଁ।
ମୁକେଶ ଅମ୍ବାନୀଙ୍କୁ ମୁଁ ଘନିଷ୍ଠ ବନ୍ଧୁ ବୋଲି କହିବି ନାହିଁ, ମାତ୍ର ତାଙ୍କ ସହ ମୋର ଭଲ ସମ୍ପର୍କ ରହିଛି।’
-ସୁଭାଷ ଚନ୍ଦ୍ରା, Zee Media ପ୍ରତିଷ୍ଠାତା (2016)
Biography: The Z Factor











