ପିଲାକୁସୁମୀ ର ରାଜେନ୍ଦ୍ର ପଢ଼ିବେ ଡାକ୍ତରି ପାଠ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍)ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଗ୍ରାମ ପଞ୍ଚାୟତ ପିଲାକୁସୁମୀ ଗ୍ରାମର ରାଜେନ୍ଦ୍ର ହନ୍ତାଳ ପଢିବେ ଡାକ୍ତରି ପାଠ।ଗରିବ ଗୁରୁବା ପିଲା ର ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାରି ସଫଳତା ଛୁଇଁଛି।ରାଜେନ୍ଦ୍ର ନିଜର ପ୍ରାଥମିକ ପାଠ ପଢିବା ଆରମ୍ଭ କରିଥିଲେ ନିଜ ଗାଁ ପିଲାକୁସୁମୀ ସରକାରୀ ସ୍କୁଲ ପରେ ମାଲକାନଗିରି ଏକଲବ୍ୟ ଦଶମ ଶ୍ରେଣୀ ପଢି ୮୨ଶତକଡ଼ା ରଖି ପାସ ହୋଇଥିଲେ।ବୃତ୍ତି ପାଇଁ ଭୋପାଳ +୨ପଢି ନିଟ ପରୀକ୍ଷା ଦେଇଥିଲେ।ଆଜି ଡାକ୍ତର ପଢିବାକୁ ମନୋନୀତ ହୋଇଛନ୍ତି।ବାପା ମାଣିକ ହନ୍ତାଳ ଜଣେ ଚାଷୀ ।
ଆଜି ସୋମନାଥପୁର ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ମଞ୍ଜୁଳା ଶୀଷାଙ୍କ ନେତୃତ୍ୱରେ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ରାଜେନ୍ଦ୍ର ନିଜର ସଂଘର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ।ସରପଞ୍ଚ ମଞ୍ଜୁଳା , ଆନନ୍ଦ ମଣ୍ଡଳ, ଭୀମସେନ ଖେମୁଣ୍ଡୁ, ଗଣେଶ ଶୀଷା ଓ ସଞ୍ଜିତ ଦାସ ଓ ଗ୍ରାମବାସୀ ସମସ୍ତେ ମିଶି ରାଜେନ୍ଦ୍ରକୁ ସମ୍ମାନିତ କରିଥିଲେ।











