ଗଜପତି // ଦାବି ପୂରଣ ନହେଲେ ଶାନ୍ତିପୂର୍ଣ ଆନ୍ଦୋଳନ ଓ ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ

Spread the love

ନାର୍ଯ୍ୟ ଦାବି ପୂରଣ ନହେଲେ ଶାନ୍ତିପୂର୍ଣ ଆନ୍ଦୋଳନ ହେବ: ଗଜପତି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ
ପାରଳାଖେମୁଣ୍ଡି, 31/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପ୍ରାଥମିକ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ଗୁଡିକୁ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲୁଛନ୍ତି. ଏହି ଦାବି ଗୁଡିକୁ ତୁରନ୍ତ ପୁରଣ କରାନଗଲେ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ଶିକ୍ଷକମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି
ଗଜପତି ଜିଲ୍ଲା ପ୍ରାଥମିକ ଚିକିତ୍ସା ସଂଘ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି. ରାଜ୍ୟ ଶିକ୍ଷା ନିଁର୍ଧେଶକଙ୍କ ଚିଠି ପ୍ରକାରେ ସମସ୍ତ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ହୋଇଯାଇଥିଲେ ସୁଧା ଗଜପତି ଜିଲ୍ଲାରେ କୋଉ କାରଣରୁ ବ୍ଲକ ଗୁଡିକ ନିର୍ଦ୍ଧାରିତ ତାରିଖ ସୁଧା ତାଲିକା ପଠାଇ ନାହାନ୍ତି, ତାର ଅନୁସନ୍ଧାନ ହେବା ଆବଶ୍ୟକ ବୋଲି ସଙ୍ଘ ଦାବୀ କରିଛି. କିଛି ବ୍ଲକ ରେ କାର୍ଯ୍ୟାଳୟ ଗୁଡିକ ଦାୟୀତ୍ୱରେ ଡେପୁଟେସନ ଥିବା ଶିକ୍ଷକ ମାନେ ଜାଣି ଶୁଣି ଅବହେଳା କରି ଶିକ୍ଷା ପ୍ରଶାସନ କୁ ବଦନାମ କରୁଥିବା ରୁ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଦୋନ୍ନତି ତାଲିକା ପ୍ରକାଶ କରିବା କୁ ସଙ୍ଘ ଦାବୀ କରିଛି.

Oplus_131072

ଗତ 21/8/25 ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକାରେ 6 ଟି ନୋଶନାଲ ଇନ୍କ୍ରିମେଣ୍ଟ ସହ 6 ବର୍ଷ କାର୍ଯ୍ୟକୁ ମୂଳ ଚାକିରୀରେ ଯୋଡିବା,କ୍ୟାଡର ରୁଲ ସଂଶୋଧନ କରି 34,500/ ଦରମା ସହ ଗ୍ରେଡ଼ ପେ ଦାବୀ, ଜାତୀୟ ଶିକ୍ଷା ନୀତି ପ୍ରକାରେ ଶିକ୍ଷକଙ୍କ ସମସ୍ତ ସୁବିଧା ଯୋଗାଇବା କୁ ଦାବୀ ହୋଇଛି, ନଚେତ ମୌସୁମୀ ଅଧିବେଶନ ବେଳେ ପୁଣି ରାଜ ମାର୍ଗ କୁ ଶିକ୍ଷକ ସଙ୍ଘ ଆସିବ ବୋଲି କହିଛି. ଉପ ସଭାପତି ବି ଗୋପାଳ ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବହୂ ଶିକ୍ଷକ କାର୍ଯ୍ୟ କର୍ତା ଆର. ମଧୁ କୁମାର, ଜେ. ଲୋକନାଥ, ଭାଗିରଥି ନାୟକ. ମାଣ୍ଡୁଲା ଉମା ପତି, ପ୍ରଭାତ ପାଢ଼ୀ ଯୋଗ ଦେଇଥିଲେ. ଶିକ୍ଷକ ଙ୍କ ସମସ୍ତ ଦାବୀ ପୂରଣ ପାଇଁ ସରକାର ନିଷ୍ପତି ନ ନେଲେ ଦୃଢ଼ ଭାବେ ବିରୋଧ କରାଯିବ ବୋଲି ସଭାପତି ଜଗଦୀଶ ପାତ୍ର କହିଛନ୍ତି. ଆଗାମୀ ଏକ ସପ୍ତାହ ଭିତରେ ଜିଲ୍ଲା ରେ ପଦୋନ୍ନତି ନ ହେଲେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଘ ଘୋଷଣା କରିଛି.

ସାଇ କୃପା ଏଜୁକେସନ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ଆଶ୍ରା ବୃଦ୍ଧାଶ୍ରମରେ ଖାଦ୍ୟଦ୍ରବ୍ୟ ବଣ୍ଟନ
ପାରଳାଖେମୁଣ୍ଡି, 31/8(ତାରିଣୀ ପ୍ରସାଦ ପଣ୍ଡା):

ସାମାଜିକ ସେବା କ୍ଷେତ୍ରରେ ଆଉ ଏକ ମାନବିକ ପଦକ୍ଷେପ ନେଇଛି ସାଇ କୃପା ଏଜୁକେସନ୍ ଚାରିଟେବୁଲ୍ ଟ୍ରଷ୍ଟ। ବି.ସିତାପୁର ସ୍ଥିତ ଆଶ୍ରା ବୃଦ୍ଧାଶ୍ରମରେ ଟ୍ରଷ୍ଟ ପକ୍ଷରୁ ବୃଦ୍ଧବୃଦ୍ଧାମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଟ୍ରଷ୍ଟର ସଦସ୍ୟମାନେ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ସୁଖଦୁଃଖ ବିଷୟରେ ଆଲୋଚନା କରିଥିଲେ। ବୃଦ୍ଧମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ନିଜର ଲୋକଙ୍କ ଭଳି ଅନୁଭବ କରାଇବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା।

ଟ୍ରଷ୍ଟର ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ଅସହାୟ, ବୃଦ୍ଧ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ସେବା ଜାରି ରଖିବାକୁ ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଷ୍ଠାତା ସରସ୍ୱତୀ ମହାପାତ୍ର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଉପାଧ୍ୟକ୍ଷ ରଶ୍ମିତା ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ଟଙ୍କା ଓ ସୁନା ଠକେଇ ମାମଲାରେ ହାଇଦ୍ରାବାଦରୁ ଜଣକୁ ପାରଳା ପୋଲିସ ଗିରଫ କଲେ
ପାରଳାଖେମୁଣ୍ଡି, 31/8(ତାରିଣୀ ପ୍ରସାଦ ପଣ୍ଡା): ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସିଦ୍ଧ କୁମାର ଓରଫ ସିଦ୍ଧ ଆରାଧ୍ୟା ଓରଫ ଲକି (୩୦)। ତାଙ୍କ ଘର ପାରଳାଖେମୁଣ୍ଡି ବସନ୍ତ ବିହାର ଅଞ୍ଚଳରେ। ସେ ହାଇଦ୍ରାବାଦ ୟୁସଫଗୁଡ଼ା ହାଇଲାମ କଲୋନୀରେ ରହୁଥିଲେ। ଏନେଇ ମୁକୁଦାଆମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିନ ବେଗମ ଗତ ଜୁନ ୧୧ରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ଯୋଗ କରିଥିଲେ। ଏହାକୁ ଭିଭିକରି ପୋଲିସ ନଂ. ୨/୨୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଥୁଲା।

ଅଭିଯୋଗ ଅନୁଯାୟୀ, ସ୍ୱୟଂ ସହାୟକ ଗୋଷ୍ଠୀର କ୍ଷେତ୍ର ସଂଯୋଜକ ଏସ. ସ୍ବାତୀ କେତେ ଜଣ ବ୍ୟକ୍ତିଙ୍କ ସହ ମିଶି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଠାରୁ ସଞ୍ଚୟ, ଋଣ କିସ୍ତି ଓ ଅନ୍ୟାନ୍ୟ ଜମା ଟଙ୍କା ସଂଗ୍ରହ କରୁଥିଲେ। ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ୧୧୦ ଗ୍ରାମ ସୁନା ସେ ସଂଗ୍ରହ କରିଥିବା ଜଣାପଡିଛି। ଅଧିକ ଋଣ, ସଦସ୍ୟଙ୍କ ପିଲାଙ୍କୁ ଚାକିରି ଓ ଅନ୍ୟାନ୍ୟ ସୁବିଧା ଦେବା ପ୍ରତିଶ୍ରୁତିରେ ଏସବୁ ସେ ସଂଗ୍ରହ କରିଥିବା ଅଭିଯୋଗକାରୀ କହିଛନ୍ତି। ତେବେ ସଦସ୍ୟଙ୍କ ଟଙ୍କା ଓ ସୁନା ଫେରସ୍ତ ନ କରି
ଗତ ଜାନୁଆରୀ ୭ରେ ଏସ. ସ୍ବାତୀ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ସମୟରେ ଏଥ୍‌ରେ ସିଦ୍ଧ କୁମାରଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ସେ ହାଇଦ୍ରାବାଦରେ ଥୁବା ଜାଣି ହାଇଦ୍ରାବାଦ ଯାଇ ପୋଲିସର ଏକ ଟିମ୍ ତାଙ୍କୁ ୨୯ ତାରିଖ ରାତି ୨ଟାରେ ସେଠାରୁ ତାଙ୍କୁ ଗିରଫ କରିଥିଲା। ହାଇଦ୍ରାବାଦ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ତାଙ୍କୁ ପାରଳାଖେମୁଣ୍ଡି ଅଣାଯାଇଥିଲା। ରବିବାର ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଏସ. ସ୍ବାତୀଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଥ‌ିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ଗଜପତିରୁ ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, 31/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି. ଏହି ଜିଲ୍ଲାର ରାଇସିଂ ଛକ ନିକଟରେ ପେଟ୍ରୋଲିଂ ସମୟରେ ଜଣେ ଯୁବକଙ୍କ ନିକଟରୁ ୫ କିଲୋ ଗଞ୍ଜେଇ ଜବତ କରାଯାଇଛି. ଜିଲ୍ଲା ଅଧିକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଏହି ଘଟଣାରେ ତାମିଲନାଡୁର ଅରୁଣ ଜିଙ୍କୁ ଗିରଫ କରାଯାଇଛି. ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ସୂଚନା ଦେଇଛନ୍ତି.

ସୂଚନା ଅନୁଯାୟୀ ମୋହନା ଅବକାରୀ ବିଭାଗର କର୍ମଚାରୀମାନେ ରାଇସିଂ ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଏକାକୀ ଠିଆ ହୋଇଥିବା ଦେଖ୍ ଅବକାରୀ କର୍ମଚାରୀମାନେ ତାଙ୍କୁ ପଚରାଉଚରା କରିଥିଲ. ପରେ ତାଙ୍କ ନିକଟରେ ଥ‌ିବା ବ୍ୟାଗ୍ ତଲାସୀ କରାଯିବାରୁ ସେଥୁରୁ ଗଞ୍ଜେଇ ମିଳିଥ ଓଜନ କରାଯିବା ପରେ ଏହାର ପରିମାଣ ୫ କିଲୋ ବୋଲି ଜଣାପଡ଼ିଥିଲା. ପ୍ରାଥମିକ ପଚରାଉଚରାରୁ ଜବତ ଗଞ୍ଜେଇ ମୋହନା ଅଞ୍ଚଳରୁ ତାମିଲନାଡୁ ଚାଲାଣ ହେଉଥୁବା ଅବକାରୀ ବିଭାଗ ଜାଣିବାକୁ ପାଇଥିବା କହିଛି।
ପାରଳା ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ
ପାରଳାଖେମୁଣ୍ଡି, 31/8(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ଆଜି “ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ , ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ଚାହିଦା ଦୃଷ୍ଟିରୁ ପାରଳାଖେମୁଣ୍ଡି ସହରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ସହରକୁ ସଫାସୁତୁରା ରଖିବା ଦିଗରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ଆହୁରି ଉନ୍ନତିମୂଳକ କାର୍ଯ୍ୟ ଜାରୀ ରହିବ , ସେଥିପାଇଁ ଜନସାଧାରଣଙ୍କ ସହଯୋଗ ମିଳିଲେ ପାରଳା ସହରକୁ ଏକ ଅଗ୍ରଣୀ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ରେ ବିଶେଷ ସହାୟକ ହୋଇପାରିବ, ଜନସାଧାରଣଙ୍କ ସମେତ ପାରଳା ର ମିଡିଆ ଭାଇ ମାନଙ୍କ ବିନା ସହଯୋଗରେ ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି କହିଥିଲେ । ଅନ୍ୟ ପକ୍ଷରେ ପୌର ପରିଷଦର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ କେହି ବାଧା ସୃଷ୍ଟି ନ କରି ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ପାରଳା ବାସୀ, ଆମେ ସମସ୍ତେ ଏକ ଓ ସମସ୍ତେ ଭାରତୀୟ ଏହି ମନୋଭାବ ରଖି ସହଯୋଗ ରଖିବାକୁ ଆହ୍ବାନ କରିଥିଲେ । ମୁଖ୍ୟତଃ ପୌର ପରିଷଦର ସମସ୍ତ ସଫେଇ କର୍ମଚାରୀ ପାହାନ୍ତିଆ ସକାଳୁ ସମଗ୍ର ସହରକୁ ସଫାସୁତୁରା ରଖୁଥିବା ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଉଦବୋଧନ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ପାରଳା ବାସୀ ମିଳିମିଶି ସହଯୋଗ କରିବାକୁ କହି ପୌର ପରିଷଦ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ବ ସ୍ଵଚ୍ଛତାର ସହ ନିର୍ବାହ କରି ଜନସାଧାରଣଙ୍କ ସେବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ୩ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁନା ବିଭୂତି ବେହେରା ଏବଂ ୪ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁ ବାଳକୃଷ୍ଣ ପାତ୍ର ଉଦବୋଧନ ଦେଇ ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।