Spread the love

ଝାରସୁଗୁଡ଼ା : ଜାତୀୟ ନାଟ୍ୟ ବିଦ୍ୟାଳୟରେ ମନୋନୀତ ସୋନିଆ ବେହେରା ଙ୍କୁ ସମ୍ବର୍ଦ୍ଧିତ କଲେ ଜ଼ିଲ୍ଲାପାଳ

ଝାରସୁଗୁଡ଼ା କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ର ସୁ କନ୍ୟା ନୂଆଦିଲ୍ଲୀସ୍ଥିତ ପ୍ରତିଷ୍ଠିତ ଜାତୀୟ ନାଟ୍ୟ ବିଦ୍ୟାଳୟ (National School of Drama – NSD)**ର ତିନି ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମରେ ମନୋନୀତ ହୋଇଥିବା ଝାରସୁଗୁଡ଼ାର ପ୍ରତିଭାବାନ ନାଟ୍ୟଶିଳ୍ପୀ ସୁଶ୍ରୀ ସୋନିଆ ବେହେରା ଙ୍କୁ ଆଜି ଜ଼ିଲ୍ଲାପାଳ ଶ୍ରୀ କୁଣlଲ ମୋତିରାମ ଚୱl ଣ ସମ୍ବର୍ଦ୍ଧିତ କରିଛନ୍ତି l ଏହି ଅବସରରେ ଶ୍ରୀ ଚୱlଣ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଜାତୀୟ ସ୍ତରର ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ମନୋନୟନ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଛି l ସୋନିଆ ବେହେରାଙ୍କ ଏହି ସଫଳତା ଜିଲ୍ଲାର ଯୁବ କଳାକାରମାନଙ୍କୁ ନାଟ୍ୟକଳା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଚୱାଣ ମତବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *