କନ୍ଧମାଳ : ଓଡ଼ିଶା ରାଜ୍ୟ କୁ ଦାଦନ ମୁକ୍ତ କେବେ କରିବେ ମୋହନ ସରକାର..? ପୁଣି କେରଳ ରାଜ୍ୟରେ ପ୍ରବାସୀ ଦାଦନ ଶ୍ରମିକ ମୃତ୍ୟୁ କୁ ନେଇଁ ପ୍ରଶ୍ନ ? -କୁନା ଦିଗାଲ (ଦର୍ଶନ ସମୀକ୍ଷା)

Spread the love

କନ୍ଧମାଳ : ଓଡ଼ିଶା ରାଜ୍ୟ କୁ ଦାଦନ ମୁକ୍ତ କେବେ କରିବେ ମୋହନ ସରକାର..? ପୁଣି କେରଳ ରାଜ୍ୟରେ ପ୍ରବାସୀ ଦାଦନ ଶ୍ରମିକ ମୃତ୍ୟୁ କୁ ନେଇଁ ପ୍ରଶ୍ନ ?..

କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ର ଦାରିଙ୍ଗବାଡ଼ି ଶିଳ୍ପ ବିହୀନ କନ୍ଧମାଳ ତଥା ଓଡ଼ିଶା ରାଜ୍ୟରେ ଦାଦନ ମୁକ୍ତ କେବେ ହେବ ବଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ଓଡ଼ିଶା ବାସି ଗଣମାଧ୍ୟମ ଙ୍କ ଜରିଆରେ ପ୍ରଶ୍ନ ରଖିଛନ୍ତି l କନ୍ଧମାଳ ଜିଲ୍ଲା ର ଦାରିଙ୍ଗିବାଡ଼ି ବ୍ଲକ୍ ରେ ପୁଣି ଜଣେ ଦାଦନ ଶ୍ରମିକ ମୃତ ଘଟଣା କୁ ନେଇଁ ଚର୍ଚ୍ଚା ଜୋର୍ l କେରଳ ରାଜ୍ୟରେ ଏପରି ଏକ ଦୁଃଖଦ ଘଟଣା ଘଟିଛି
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଆଡ଼ିଭଙ୍ଗା ଗ୍ରାମର ଦାଦନ ଶ୍ରମିକ ମୃତ୍ୟୁ ହେଇଛି l ରାଜ୍ୟ ଓ କେନ୍ଦ୍ର ସରକାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ ବର୍ଷ କୁ ୩୦୦ କାମ ଯୋଗାଇ ଦେବା ନିମନ୍ତେ ସ୍ଥିର କରିଥିବା ବେଳେ କଣ ପାଇଁ ଆଜି ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି ପ୍ରବାସୀ ଶ୍ରମିକ ବଲି ପ୍ରଶ୍ନ ଉଠୁଛି l କିଏ ଖାଉଛି ଶ୍ରମିକଙ୍କ ଟଙ୍କା ବଲି ପ୍ରଶ୍ନ ? ଏହି ଯୋଜନା କାହାପାଇଁ ଆଣିଥିଲେ ସରକାର ଏଥିପାଇଁ ଦାୟୀକିଏ ? ସ୍ଥାନୀୟ ପ୍ରଶାସନ ନା ସରକାର l ନିଜ ପରିବାର କୁ ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ସିଲନ୍ ନାୟକ ଙ୍କର (୨୫)ମୃତ ଶରୀର ଫେରିଥିବା ଦେଖିବାକୁ ମିଳିଛି l ନିଜ ପରିବାର କୁ ପ୍ରତିପୋଷଣ କରିବା ପାଇଁ ଯାଇଥିଲେ ଅନ୍ୟ ରାଜ୍ୟ କେରଳ କୁ l କେରଳ ରାଜ୍ୟ କୁ ଯାଇ ଦିନ ମଜୁରିଆ ଭାବେ କେରଳ ରାଜ୍ୟର ପାଲାକାଡ଼ା ଜିଲ୍ଲାରେ ଗୋଟିଏ ହୋଟେଲ ରେ କାମ କରୁଥିଲେ ଯାହାକି ପରିବାର ପକ୍ଷରୁ ସୂଚନା ମିଳିଛି l ତାଙ୍କ ସ୍ତ୍ରୀ ତିନି ବର୍ଷର ଛୁଆଙ୍କୁ ଧରି ଘରେ ରହୁଥିଲେ I ମୃତକଙ୍କ ସାଥି ମାନେ ସକାଳୁ ନ ଉଠିବାରୁ ତାଙ୍କୁ ମେଡିକାଲ କୁ ନେଇଥିଲେ l ମେଡ଼ିକାଲରେ ଡ଼ାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ହେଲେ ମୃତ୍ୟୁ ର କାରଣ ପୋଷ୍ଟମଷ୍ଟମ୍ ରିପୋର୍ଟ୍ ଅନୁଯାୟୀ ହାର୍ଟ ଚକ୍ ହୋଈ ମୃତ୍ୟୁ ବରଣ ହୋଈ ଥିବା କୁହାଯାଇଛି l ଏମିତି ଏକ ଦାଦନ ଶ୍ରମିକ ଦୁଃଖ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଆଡିଭଙ୍ଗା ରେ l ମର ଶରୀରକୁ ଆମ୍ଭୂଲାନ୍ସ ଯୋଗେ ନିଜ ବାସଭବନ କୁ ଆଣିବା ନିମନ୍ତେ ମୃତକଙ୍କ ସହିତ ଯାଇଥିବା ଯୁବକ ମାନଙ୍କ ମିଳିତ ଉଦ୍ୟମରେ ନେଇ ଆସୁଥିବାର ସୂଚନା ମିଳିଛି l ଏପଟେ ଖବର ପାଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ଖେଳି ଯାଇଛି l ଯେଉଁ ନିଜ ସ୍ତ୍ରୀ ପିଲା ମାନଙ୍କୁ ପ୍ରତିପୋଷଣ ପାଈଁ ଦାଦନ ମୁହାଁ ହୋଇଥିଲେ ସେହି ପରିବାରକୁ ଏବେ କିଏ ଆର୍ଥିକ ସହାୟତା ଯୋଗାଇ ଦେବ ପ୍ରତିପୋଷଣ ପାଈଁ ଏଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବଲି ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କ ସମେତ ବୁଦ୍ଧିଜୀବୀ ମାନଙ୍କ ସହିତ ଗ୍ରାମବାସୀ ଶୋକାକୁଳ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଦାବି ରଖିଛନ୍ତି l

Leave a Reply

Your email address will not be published. Required fields are marked *