ଶ୍ରୀଗୁରୁ ମହୋତ୍ସବ ପାଳନ
ନରସିଂହପୁର, ୨୫।୬ (ଦର୍ଶନ ସମୀକ୍ଷା)
ସିଆରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ତଏଳ। ମଠ ଆନୁକୁଲ୍ୟରେ ସଭାପତି ଜଗବନ୍ଧୁ ଦାସଙ୍କ ତତ୍ତ୍ଵାବଧାନରେ ଶ୍ରୀଗୁରୁ ମହୋତ୍ସବ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଆରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଜୟ ଶ୍ରୀ ରଥ ଉପସ୍ଥିତ ଥିଲେ, ତତ୍ ସହିତ କମିଟିର ସମ୍ପ।ଦକ ନିର୍ମଳ କୁମାର ମାହୁନ୍ତ, କୋଷାଧକ୍ଷ ବସନ୍ତ କୁମାର ପା, ସଦସ୍ୟ ବିଧାନ ଚନ୍ଦ୍ର ଜେନା, ନବକୃଷ୍ଣ ମଲ୍ଲୀକ, ବିଶ୍ଵଭୂଷଣ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ। ମଠର ମହନ୍ତ ଶ୍ରୀଦୟାନିଧି ଦାସ ଶ୍ରୀଗୁରୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରିଥିଲେ। ଗ୍ରାମର ସଦସ୍ୟ ମାନଙ୍କ ସହଯୋଗ କ୍ରମେ ନାମସଂକିର୍ତ୍ତନ ହୋଇଥିଲା ଓ ପ୍ରସାଦ ସେବନ କରାଯାଇଥିଲା । ମଠର ପୂଜକ ଶ୍ରୀ ଗୋକୁଳେଶ୍ଵର ଦାସ ଧନ୍ୟବାଦ ଅର୍ପଣ କରିଥିଲେ












Leave a Reply