Spread the love

‘ତୀକ୍ଷ୍ଣ ଦୃଷ୍ଟି’ର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ
ଶୁକ୍ରବାର (ଜୁନ 26) ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ସାପ୍ତାହିକ ସମ୍ବାଦପତ୍ର ‘ ତୀକ୍ଷ୍ଣ ଦୃଷ୍ଟି’ର ପ୍ରଥମ ସ୍ଵନକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର: ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)

ମେୟର ଶ୍ରୀମତୀ ସୁଲୋଚନା ଦାଶ ମୁଖ୍ୟ ଅତିଥି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଳି ଅନ୍ୟତମ ବରିଷ୍ଠ ଅତିଥି, ଇଞ୍ଜିନିଅର ତଥା ସାହିତ୍ୟିକ ଯାମିନୀ କାନ୍ତ ଦାସ ମୁଖ୍ୟବକ୍ତା ଓ ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମ୍ବାଦପତ୍ର ଓ ସାମ୍ବାଦିକତା ଆଜିର ସମୟରେ କିଭଳି ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରୁଛି ତାହା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ସାମ୍ବାଦିକମାନେ ନିରପେକ୍ଷ ଭାବେ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରିବାକୁ ଭୁବନେଶ୍ୱର ମେୟର ଶ୍ରୀମତୀ ଦାଶ ଆହ୍ୱାନ ଦେଇଥିବା ବେଳେ ଇଂଜିନିୟର ଯାମିନୀ କାନ୍ତ ଦାଶ ଗଣମାଧ୍ୟମ ପକ୍ଷଭୁକ୍ତ ନା ହୋଇ ସଠିକ ସମ୍ବାଦ ପରିବେଷଣ କଲେ ହିଁ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଢାଳି ମଧ୍ୟ ସମ୍ବାଦପତ୍ର ନିରପେକ୍ଷ ହେବା ସପକ୍ଷରେ ମତ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରସାଦ ରାଓ କହିଲେ, ସମ୍ବାଦପତ୍ର ମାଲିକ ନିରପେକ୍ଷ ରହିଲେ ହିଁ ସାମ୍ବାଦିକମାନେ ପକ୍ଷଭୁକ୍ତ ନେହୋଇ ସମ୍ବାଦ ପରିବେଷଣ କରିପାରିବେ।

ସାମ୍ପ୍ରତିକ କ୍ଷେତ୍ରରେ ଦେଶର କୌଣସି ଗଣମାଧ୍ୟମ ଆଉ ନିରପେକ୍ଷ ହୋଇ ରହିନାହିଁ। ମାଲିକମାନେ ଯେତେବେଳେ ପକ୍ଷଭୁକ୍ତ ସାମ୍ବାଦିକମାନଙ୍କୁ କେମିତି ଦୋଷ ଦେବା ବୋଲି ସେ ପ୍ରଶ୍ନ କରିଥିଲେ। ବରିଷ୍ଠ ସାମ୍ବାଦିକ ସୁଜ୍ଞାନ କୁମାର ଚୌଧୁରୀ ଏହି ସ୍ଵନକ୍ଷତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ‘ତୀକ୍ଷ୍ଣ ଦୃଷ୍ଟି’ର ସମ୍ପାଦକ ସନ୍ତୋଷ କୁମାର ସେନାପତି ସ୍ୱାଗତ ଭାଷଣ ଦେଇ ବିବରଣୀ ପାଠ କରଥିଲେ।

କାଳୀ ସିଂହ ଆବାହକ ଭାବେ ସଭା ସଂଚାଳନ କରିବା ସହ ଧନ୍ୟବାଦ ଦେଇଥିଲେ। ସୁନାମଧନ୍ୟ ଉପସ୍ଥାପିକା ଅନୁସୂୟା ସାହୁ ସୁନ୍ଦର ଭାବେ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିବା ବିଶେଷ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଥିଲେ ତାଳଚେର ‘ଆଇ ଲର୍ନ’ ପରିଚାଳକ ଶିକ୍ଷାବିତ ଚିତ୍ତରଞ୍ଜନ ପାଣି, ପାୱାର ଲିଫ୍ଟର ଗୀତାଞ୍ଜଳୀ ନାୟକ, ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର, କ୍ୟାନ୍ସର ଵୟୋଲୋଜିର ଡକ୍ଟର ପଲ୍ଲବୀ ପଟ୍ଟନାୟକ ( ସେବା ପୁରସ୍କାର), ‘ମୁକ୍ତ କଲମ’ର ସମ୍ପାଦକ ଜ୍ଞାନ ରଞ୍ଜନ ଦାସ, ଅବଦୁଲ କଲାମ ଚ୍ୟାରିଟେବୁଲ ଟ୍ରଷ୍ଟ ସଭାପତି ପୂର୍ଣଚନ୍ଦ୍ର ବେହେରା ପ୍ରମୁଖ।

Leave a Reply

Your email address will not be published. Required fields are marked *