ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ରଜ ପର୍ବ !
କଟକ,27/6- ପ୍ରକାଶ ବେଉରା (ଦର୍ଶନ ସମୀକ୍ଷା) ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ , ବାହାରିନ ଓଡ଼ିଆ ସମାଜ ତରଫରୁ ବହୁ ଆଡମ୍ବର ସହକାରେ ରଜ ମଉଜ ଉତ୍ସବ -୨୦୨୬ ପାଳନ କରାଯାଇଛି ।ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପିଠାପଣାକୁ ନେଇ ସ୍ୱତନ୍ତ୍ର ରଜ ପିଠାର ଆୟୋଜନ କରାଯାଇ ଥିଲା ।ଏହି ଅବସର ରେ ବାହାରିନର ସବୁ କୋଣ ଅନୁକୋଣ ରୁ ପ୍ରାୟ ସବୁ ଓଡ଼ିଆ ରଜ ପର୍ବକୁ ଉପଭୋଗ କରିବା ପାଇଁ ଏକତ୍ରିତ ହେଇଥିଲେ |ପାରମ୍ପରିକ ଓଡ଼ିଆ ପୀଠା ଓ ଓଡିଆ ଖାଦ୍ୟ ର ସ୍ୱାଦ ଉପସ୍ଥିତ ସଦସ୍ୟ ମାନଙ୍କୁ ନିଜ ଜନ୍ମ ମାଟିର ସ୍ମୃତି କୁ ଫେରାଇ ନେଇଥିଲା ।ମହିଳାମାନେ କୁଆଁରୀ ଝିଅ ମାନଙ୍କୁ କୁଙ୍କୁମ ଓ ଅଳତା ଲଗାଇ ବେଶ କରାଇଥିଲେ , ମହିଳା ଓ ଝିଅମାନେ ସୁସଜ୍ଜିତ ଦୋଳି ର ମଜା ନେଇଥିଲେ ।ସଦସ୍ୟ ମାନେ ଓଡିଶା ମିଠା ପାନର ମଜା ନେବା ସହିତ ,ବିଭିନ୍ନ ପ୍ରକାର ଖେଳ ତଥା ସଂସ୍କୁତିକ କାର୍ଯ୍ୟକର୍ମକୁ ମନ ଭରି ଉପଭୋଗ କରିଥିଲେ ।

ଏହି କାର୍ଯ୍ୟକର୍ମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ସଦସ୍ୟ ସପରିବାରେ ଯୋଗ ଦେଇ ବିଦେଶ ମାଟିରେ, ଗାଁ ରଜକୁ ମନଭରି ଉପଭୋଗ କରିଥିଲେ। ଏହି ରଜରେ ବାହାରିନ ଓଡ଼ିଆ ସମାଜର ନୂଆ କାର୍ଯ୍ୟକାରିଣୀ ସମିତି୨୦୨୬-୨୮ ର ନବ ନିର୍ବାଚନ ମଧ୍ୟ ହୋଇଥିଲା ।ଏହି ଅବସରରେ ବାହାରିନ ଓଡ଼ିଆ ସମାଜ ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଏବଂ ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ , ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି ଏବଂ ଶ୍ରୀଯୁକ୍ତ ଦୀନେଶ ମହାନ୍ତି ସମସ୍ତ ଓଡ଼ିଆ ପରିବାରକୁ ରଜ ଶୁଭେଛା ଜଣାଇବ ସହ, ଓଡ଼ିଶା ବାହାରେ ରହି ଓଡ଼ିଆ ପରମ୍ପରାକୁ ଓ ପର୍ବପର୍ବାଣୀ ପାଳନ କରିଥିବାରୁ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।












Leave a Reply