କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ପ୍ରତ୍ୟାହୃତ
ପଟ୍ଟାମୁଣ୍ଡାଇ ତା ୨୬/୬-,(ଦର୍ଶନ ସମୀକ୍ଷା)
ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ୨୨ତାରିଖ ଠାରୁ କରିଥିବା ଆମରଣ ଅନଶନରେ ଆଜି ୫ମ ଦିବସରେ ପହଁଚିଥିଲା Iଅନଶନକାରୀ ମାନେ ୧୬ନଂ କେନାଲ ରାସ୍ତା କାମ ଦୁର୍ନୀତିର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ କରିଥିଲେ I ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡଵ ରମାକାନ୍ତ ଦାଶ,ଅର୍ଜୁନ ସାହୁ, ତୀର୍ଥ ପରିଡା ରଶ୍ମିକାନ୍ତ କୁଣ୍ଡ ପ୍ରମୁଖ ଆମରଣ ଅନଶନରେ ବସିଥିଲେ I ଆମରଣ ଅନଶନ ୪ର୍ଥ ଦିବସରେ ଅନଶନକାରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ରମାକାନ୍ତ ଅର୍ଜୁନ ଓ ରଶ୍ମିକାନ୍ତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ ପରେ ତତ୍କାଳ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ସେମାନେ ସୁସ୍ଥ ହୋଇ ଫେରି ପୁଣି ଆମରଣ ଅନଶନ ଜାରି ରଖିଥିଲେ I ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ଅନୁଭବ କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିଥିଲେ I କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଓ ଏସ ପି ସିଦ୍ଧାର୍ଥ କଟାରିଆ ପଟ୍ଟାମୁଣ୍ଡାଇ ବ୍ଲକରେ ପହଂଚି ଅନଶନକାରୀଙ୍କୁ ଡାକି ସେମାନଙ୍କ ଦାବୀ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ I ଜିଲ୍ଲାପାଳ ଅନଶନକାରୀଙ୍କ ଦାବୀ ଅନୁଯାୟୀ ୧୬ନଂ କେନାଲ ରାସ୍ତା ନିର୍ମାଣ ନେଇ ହୋଇଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ ପାଇଁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଲେଖିବା ପରେ ମୁଖ୍ୟଯନ୍ତ୍ରୀ ଏହି ରାସ୍ତା ନିର୍ମାଣ ସମ୍ପର୍କରେ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିବା ଓ କମିଟି ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନଶନକାରୀଙ୍କୁ ଜଣାଇଥିଲେ I ଅନଶନକାରୀଙ୍କ ଅନ୍ୟତମ ଦାବୀ ଏହି କେନାଲ ରାସ୍ତା ସମ୍ପର୍କରେ ଆର ଟି ଆଇରେ ମଗା ଯାଇଥିବା ତଥ୍ୟ ଜିଲ୍ଲାପାଳଙ୍କ ନିର୍ଦେଶରେ ଜଳସମ୍ପଦ ଅଧିକାରୀମାନେ ଅନଶନକାରୀଙ୍କୁ ପ୍ରଦାନ କରିଥିଲେ I ଅନ୍ୟାନ୍ୟ ସମସ୍ତ ଦାବୀ ଉପରେ ଆଇନଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଓ ଏସ ପି ପ୍ରତିଶୃତି ଦେବା ପରେ ଅନଶନକାରୀ ଅନଶନ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ I ଜିଲ୍ଲାପାଳ ଓ ଏସ ପିଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଅନଶନକାରୀଙ୍କୁ ଫଳରସ ପିଆଇବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା I












Leave a Reply