୫୧ ବର୍ଷ ତଳେ ଆଜିର ଦିନରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଭାରତ ସରକାରରେ ଅତିରିକ୍ତ ସୋଲିସିଟର ଜେନେରାଲ (ASG) ଭାବେ କାର୍ଯ୍ୟ କରୁଥିବା ବିଶିଷ୍ଟ ଓକିଲ ଫଲି ସାମ ନରିମାନ ଲୋକଙ୍କ ମୌଳିକ ଅଧିକାର ଚପାଯାଉଛି ଦର୍ଶାଇ ଇସ୍ତଫା ଦେଲେ!
ମିଡିଆ ସେନସରସିପ ଚାଲିଥିବାରୁ କିଛି ଦିନ ସେକଥା ପ୍ରେସରେ ଆସିପାରିଲା ନାହିଁ!
ସରକାରଙ୍କ ବିରୋଧରେ ଯାଉଥିବାରୁ ତାଙ୍କୁ ଦିଲ୍ଲୀରେ ଭଡ଼ା ଘର ମିଳିବା ବି କଷ୍ଟକର ହୋଇପଡ଼ିଲା!
ତେବେ ୧୯୮୪ର ଭୋପାଳ ଗ୍ୟାସ ଟ୍ରାଜେଡିରେ ହଜାର ହଜାର ଲୋକ ମରିଥିବା ବେଳେ ସେ ୟୁନିଅନ କାର୍ବଇଡ କମ୍ପାନୀ ପାଇଁ ଓକିଲାତି କରିବା ଏକ ‘ଭୁଲ’ ନଥିଲା, ଏକ ‘ବଡ଼ ଭୁଲ’ ଥିଲା ବୋଲି ସ୍ୱୀକାର କରିଥିଲେ।
ବ୍ୟାପକ ମାନବୀୟ ବିପର୍ଯ୍ୟୟ ଘଟଣାରେ କେବଳ ଆଇନ (law) ନୁହେଁ, ବରଂ ଜନଧାରଣା (optics) ଓ ନୈତିକତା (ethics) ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜ ଆତ୍ମଜୀବନୀ (Before Memory Fades)ରେ ଲେଖିଛନ୍ତି!
•ଜରୁରୀ ପରିସ୍ଥିତି (୧୯୭୫-୭୭)ରେ ଭାରତରୁ ପ୍ରାୟ ୨୫୦ରୁ ଅଧିକ ସାମ୍ବାଦିକ ଗିରଫ ହୋଇଥିଲେ, ଓଡ଼ିଶାରୁ ଥିଲେ ନାଜିର ଅଖତର(୯୦)।
ସେ Eastern Times, Amrit Bazar Patrika, Indian Express ଭଳି କାଗଜ ପାଇଁ କାମ କରିଥିବା ବେଳେ ଫୁଲବାଣୀ, ଭବାନୀପାଟଣା ଜେଲରେ ରହିଥିଲେ!











Leave a Reply