ଟିଟିଓଏଆର ନିର୍ବାଚନ ……
ବିରାଜ ସଭାପତି, ବିକାଶ ସାଧାରଣ ସମ୍ପାଦକ …..
ରାଉରକେଲା: (ଦର୍ଶନ ସମୀକ୍ଷା)
ଟ୍ରକ୍ ଆଣ୍ଡ ଟ୍ରିପର ଓନର୍ସ ଆସୋସିଏସନ୍ ରାଉରକେଲା ର ସଭାପତି ଭାବେ ବିରାଜ ମୋହନ ବିଶ୍ବାଳ ନିର୍ବାଚିତ ହୋଇଥିବାବେଳେ ବିକାଶ କୁମାର ନାୟକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆସୋସିଏସନର ନିର୍ବାଚନ ପ୍ରକ୍ରିୟା ଗତ ୧୯ ତାରିଖରୁ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ରେ ବିରାଜ ସଭାପତି ପଦ ପାଇଁ, ରାମକୃଷ୍ଣ ନନ୍ଦ କାର୍ଯ୍ୟକାରୀ ସଭାପତି, କୃଷ୍ଣ ପରିଡା ଉପସଭାପତି, ବିକାଶ ସାଧାରଣ ସମ୍ପାଦକ, ଦେବାନନ୍ଦ ଜେନା ଓ ରବିନାରାୟଣ ମହନ୍ତ ଯୁଗ୍ମ ସମ୍ପାଦକ, କାଳୀ ପ୍ରସନ୍ନ ସ୍ବାଇଁ କୋଷାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଏହି ପଦବୀ ପାଇଁ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଉପରୋକ୍ତ ସଦସ୍ୟ ମାନେ ନୂତନ କମିଟି ର ପଦାଧିକାରୀ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ସରୋଜ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।











Leave a Reply