Spread the love

ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ
ପଟ୍ଟାମୁଣ୍ଡାଇ ଦର୍ଶନ ସମୀକ୍ଷା

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌର ପରିଷଦ ମିଳିତ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ନିକଟରେ ଥିବା ଇନଡୋର ଷ୍ଟାଡିଅମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ,ବ୍ଲକ ସହନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ କନିଷ୍ଠ ଯନ୍ତ୍ରୀ ବନ୍ଦିତା ବେହୁରା ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ବ୍ଲକ ସହକାରୀ ଶିକ୍ଷାଧିକାରୀ ସୁନିତୀ ଦାଶ ସି ଆର ସି ସି ସଂଘମିତ୍ରା ନାୟକ ବ୍ଲକ ବି ଏସ ଏସ ଓ ସୁଧାଂଶୁ ପ୍ରଧାନ ଓକିଲ ସଂଘ ଉପସଭାପତି ଗୋପୀନାଥ ତ୍ରିପାଠୀ ଆଡ଼ଭୋକେଟ ପ୍ରମୋଦ ସାହୁ କାଉନସିଲର ଲଷ୍ମୀପ୍ରିୟା ସାହୁ ଯୁବସମାଜସେବୀ ରବୀନ୍ଦ୍ର ସାହୁ ଏମ ଏନ ହାଇସ୍କୁଲ ଶିକ୍ଷୟତ୍ରୀ ଅନିତା ଧଳ,ବାଳିକା ହାଇସ୍କୁଲ ଶିକ୍ଷୟତ୍ରୀ ସସ୍ମିତା କର ଏମ ଏନ ହାଇସ୍କୁଲ, ବାଳିକା ହାଇସ୍କୁଲ ଛାତ୍ର ଛାତ୍ରୀ ସମେତ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ I ଯୋଗ ଗୁରୁ ପିତାମ୍ବର ପରିଡା ଚତୃର୍ଭୁଜ ରାଉଳ ବିଜୟ ରାଉତ ପ୍ରମୁଖ ଯୋଗ ଶିକ୍ଷା ଦେଇଥିଲେ Iପ୍ରିୟ ରଞ୍ଜନ ସ୍ୱାଇଁ ରବୀନ୍ଦ୍ର ପରିଡା ସରୋଜ ପଣ୍ଡା ଗଙ୍ଗାଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ I ସେହିପରି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ କୋର୍ଟ ପରିସରରେ ଅନ୍ତ ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜେ ଏମ ଏଫସି .ବିଦ୍ୟୁତଲତା ପ୍ରଧାନ ଓ ଡି କେ ବାଲକ୍ରିଷ୍ଣନ,ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ଗୋପୀନାଥ ତ୍ରିପାଠୀ ସମ୍ପାଦକ ରବୀନ୍ଦ୍ର ଦାଶ ଯୁଗ୍ମ ସଂମ୍ପାଦକ କୁମାର ସତ୍ୟ ନାରାୟଣ ନାୟକ ନାୟକ, ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ ଓ ଭବାନୀ ଶଙ୍କର ପଣ୍ଡା, ଓକିଲ ହୃଦାନନ୍ଦ ମହାନ୍ତି, ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ କର୍ମକର୍ତା ମୁରଲୀଧର ସିଂହ , ନିତ୍ୟାନନ୍ଦ ସେଠୀ, ବିମଲ କାନ୍ତ ପ୍ରଧାନ, ଅରବିନ୍ଦ ରାଉତରାୟ ମଦୁସ୍ମିତା ରାମ, ସୌମ୍ୟ ଶୁଭକାନ୍ତ ଷଡ଼ଙ୍ଗୀ, ରାଜେନ୍ଦ୍ର ମୃମୁ ,ଅନିଲ କୁମାର ବାରିକ , ଦୀପକ କୁମାର ସାମଲ , ମାନସ ରଞ୍ଜନ ସ୍ୱାଇଁ, ସୁଧାଂଶୁ ଲେଙ୍କା ,ଲିଗାଲଏଡ଼ କର୍ମକର୍ତା ଅପର୍ଣ୍ଣା ସାମଲ, ମୋହନ ଦାଶ, ,ଅରବିନ୍ଦ ପଣ୍ଡା, ପି ଏଲ ଭି ସଭ୍ୟ ଓ ସଭ୍ୟା ଯୋଗ ଦେଇ ଯୋଗ କରିଥିଲେ I ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପ୍ୟାନେଲ ଓକିଲ ମନୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ Iପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡା. ଚନ୍ଦ୍ରଶେଖର ଦାଶ ପି ଏଚ.ଇ ଓ ନୃସିଂହ ଚରଣ ଦାସ, ଏନ ଏଚ ଏମ ଚିତ୍ତରଞ୍ଜନ ଚାନ୍ଦ ସଞ୍ଜୟ କୁମାର ଦାସ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇ ଯୋଗ କରିଥିଲେ l ଯୋଗ ଗୁରୁ ସୁଶାନ୍ତ ଧଳ ଯୋଗ ଶିକ୍ଷା ଦେଇଥିଲେ Iନୀଳକଣ୍ଠପୁର ଗ୍ରାମ ପଂଚାୟତରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ନୀଳକଣ୍ଠପୁର ସରପଞ୍ଚ ମାତାଜୀ ବାରିକ ପଂଚାୟତ ନିର୍ବାହୀ ଅଧିକାରୀ ଶଙ୍କର୍ଷଣ ମାଝୀ ପୂର୍ବତନ ବ୍ଲକ ଉପାଧକ୍ଷ ସୁଶାନ୍ତ ଦାସ ପଂଚାୟତ ବିଜେପି ସଭାପତି ସତ୍ୟପ୍ରିୟ ସୁତାର, ପ୍ରଭାରୀ -କ୍ରିଷ୍ଣା ଚନ୍ଦ୍ର ପାତ୍ର ମଣ୍ଡଳ ଉପ ସଭାପତି – ସଞ୍ଜୟ କୁମାର ନନ୍ଦ, ଧିରେନ
ଗୋଛାୟତ, ଅଶୋକ ରାୟ, ଜ୍ଞାନେନ୍ଦ୍ର ଦାସ, ଅମୁଲ୍ୟ କୁମାର ସାହୁ, ପ୍ରଦିପ ପଣ୍ଡା, ଲଷ୍ମୀଧର ଲେଙ୍କା,କାଳନ୍ଦୀ ମଲିକ ପ୍ରମୁଖ ଯୋଗ ଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *