Spread the love

କଵିତା ସ‍ଂକଳନ ଉନ୍ମୋଚନ ଓ କଵିତା ପାଠୋତ୍ସବ
—-+———+-+———–+——–
ପଟ୍ଟାମୁଣ୍ଡାଇର ଅଗ୍ରଣୀ ସାରସ୍ୱତାନୁଷ୍ଠାନ ପ୍ରତିଭା ସମ୍ମାନ ପରିଷଦ ତରଫରୁ କଵିତା ପୁସ୍ତକ ଉନ୍ମୋଚନ ଓ କଵିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି
ବିଶିଷ୍ଟ ଗାଳ୍ପିକ ତଥା କବି ପ୍ରାଧ୍ୟାପକ ଡଃ ନୀଳମଣି ଲେଙ୍କାଙ୍କ
ସଭାପତିତ୍ବରେ ତାଙ୍କ ନିଜସ୍ୱ କବିତା ସଂକଳନ “ପତ୍ର ଝଡା ଋତୁ” ସ୍ଥାନୀୟ ଆଶୀର୍ବାଦ ଆଶ୍ରମ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଵି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶ ଓ
ବିଶିଷ୍ଟ ସଂଗୀତଜ୍ଞ ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାହିତ୍ୟ ଆମ ଜାତିର ମୁଖଶାଳା ଓ କଵିତାର
ଭାବ ଓ ଆବେଗ କବିଙ୍କୁ କାଳଜୟୀ କରିଥାଏ ଵୋଲି ମତବ୍ୟକ୍ତ କରି କଵି ଡ଼ଃ ଲେଙ୍କାଙ୍କ କଵିତା ରଚନାକୁ ଭୂୟସୀ
ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ମୀନା କୁମାରୀ ସିଂହ ଓ ପ୍ରାଧ୍ୟାପିକା ଡ଼ଃ ଚିତ୍ରାକାନ୍ତି ସେଠୀ ଯୋଗ ଦେଇ କଵିତା ମଣିଷକୁ ଭାଵ ରାଜ୍ୟକୁ ନେଇଯାଏ ଏବଂ ସେଇ
ଭାବରେ ବନ୍ଧା ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିହୁଏ ବୋଲି ମତବ୍ୟକ୍ତ କରିଥିଲେ। ତାପରେ କବୟିତ୍ରୀ ସୁଶ୍ରୀ ଶୁଭ୍ରସୀମାଙ୍କ ସଂଯୋଜନାରେ ସର୍ବଶ୍ରୀ କବି ପୁଲିନ୍ ମହାପାତ୍ର,ବିକାଶ ସାହୁ, ସନ୍ତୋଷ ଖଟୁଆ, ଶୁଭ୍ରଜିତ୍ ପରିଡ଼ା,
ସାଇ ଜନ୍ମେଜୟ ଓ ରେୟାନ୍ସ୍ ରାଉଳ ପ୍ରମୁଖ ସ୍ୱରଚିତ କବିତା
ପାଠ କରିଥିଲେ। ଶେଷରେ ଇଂଆଲୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *