ରୂପାୟନ ” ରଜକୁଇନସମ୍ମାନ ,” ପାଇଲେ କବିତା ମହାନ୍ତି
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅଗ୍ରଣୀ ସମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ” ରୂପାୟନ “ର ମିଳିତ ଉଦ୍ୟମରେ ” ରଜ ଉତ୍ସବ ୨୦୨୬ ” ଭୁବନେଶ୍ୱର ଉପକଣ୍ଠ ଝୁମକା ଇକୋ ପାର୍କରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ ହରିହର କାନୁନଗୋ , ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ପ୍ରଶାସକ ନିଲୁ ମହାପାତ୍ର , ବିଶିଷ୍ଟ କବି ଅଭୟ ଦାସ , ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ କମିଶନର କାନନବାଳା ନାୟକ , ଅନୁଷ୍ଠାନର ଉପଦେଷ୍ଟା ଶିଳ୍ପପତି ଗଦାଧର ବରାଳ , ଅନିଲ ମହାନ୍ତି ,ସ୍ନେହଲତା , ଚକ୍ରଧର ମହାରଣା , ଯୋଗଦେଇଥିଲେ |

ଅନୁଷ୍ଠାନର ସଂସ୍ଥାପିକା ଡ଼. ଶ୍ରଦ୍ଧାଞ୍ଜଳି ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଅନୁଷ୍ଠାନ ପକ୍ଷରୁ ଖ୍ୟାତନାମା ଭାସ୍କାର୍ଯ୍ୟ ଶିଳ୍ପୀ ଶ୍ରୀମତୀ କବିତା ମହାନ୍ତି ଙ୍କୁ ” ରଜ କୁଇନ ସମ୍ମାନ ୨୦୨୬ ” ରେ ସମ୍ମାନିତ କରାଯାଇଥିଲା | ତିନିଦିନ ଧରି ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା | ଏଥିରେ ପୁଚି , ଦୌଡ଼ି ଡିିଆଁ , କୌତୁକିଆ କଥା , ପ୍ରତିଯୋଗିତା , ଦଶ ଅବତାର ତଥା ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ସଂଗୀତରେ ବିଶ୍ୱଭୂଷଣ ରଥ , ବେବିରାଣୀ ଦାସ ,ମଞ୍ଜୁଲତା ବଳ, କଳା ନିର୍ଦେଶକ ଦୁଃଶାସନ ସେଠି , ଗଦାଧର ପାତ୍ର ,ଜୟକୃଷ୍ଣ ପରିଡା , ଭରତ ଅଧିକାରୀ , ସ୍ନେହ ଲେଙ୍କା , ନମିତା ରାୟ , ମନିଷା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ , ରାଜ୍ୟ ସଭାପତି ଆଶୁତୋଷ ଦାସ, ସିନେ ନିର୍ଦେଶକ ତଥା ଲେଖକ ସଞ୍ଜୟ ଭଟ୍ଟ | ଆଶୀଷ ସ୍ୱାଇଁ ,ତାପସ ସାହୁ , ଅଶୋକ ସାର୍ , ସୌଦାମିନ୍ ଦାସ, ହେମନ୍ତ ସାହୁ , ଚନ୍ଦନ ବାରିକ , ପ୍ରଶାନ୍ତ , ବାଇଧର , ରଂଜିତ ଭାଇ , କୁମୁଜ ପ୍ରଧାନ ଧନ୍ୟବାଦ ଦେଇଥିଲେ , ଶେଷରେ ରଜ ପାନ , ପିଠା ପଣା , ଆମ୍ବ ପଣସ , ପାରମ୍ପାରିକ ଖାଦ୍ୟ ପରିବେଷଣ କରାଯାଇଥିଲା |












Leave a Reply